ଅଳିଆ ଗଦାରେ ପୋତି ହୋଇଯାଇଛି ଭାଗ୍ୟ! ଖୋଜିବା ଲାଗି ଅନୁମତି ନିମନ୍ତେ ଯୁବକ ଯାଚୁଛନ୍ତି ୫୪୭ କୋଟି ଟଙ୍କା

Published By : Prameya-News7 Bureau | January 15, 2021 IST

ୱେଲସ୍‌: ଯାହା କପାଳରେ ନାହିଁ ତାହା ହାତରେ ବି ନଥାଏ ! ଆପ୍ତବାକ୍ୟଟି ପ୍ରମାଣିତ ହୋଇଛି ବ୍ରିଟିଶ ନାଗରିକ ଜେମସ୍‌ ହୋୱେଲସଙ୍କ କ୍ଷେତ୍ରରେ। ୩୫ ବର୍ଷ ବୟସ୍କ ଆଇଟି ପ୍ରଫେସନାଲ ଜେମସ୍‌ ୨୦୦୯ ମସିହାରୁ କ୍ରେଫ୍ଟୋ କରେନ୍ସି ମାଇନିଂ ଆରମ୍ଭ କରିଥିଲେ। ସେ ଜାଣିଥିଲେ ଦିନେ ନା ଦିନେ ତାଙ୍କର ଏହି ଉଦ୍ୟମ ବିଶ୍ୱରେ ତାଙ୍କୁ ୧ ନମ୍ବର ଧନୀ କରିବ। ହେଲେ ଧନୀ ହେବା ତାଙ୍କ ଭାଗ୍ୟରେ ହିଁ ନାହିଁ।

ଯେତେବେଳେ ବିଟକଏନ ସମ୍ପର୍କରେ କେହି ଜାଣିବି ନଥିଲେ ସେତେବେଳେ ସେ ୭ହଜାର ୫୦୦ଟି ବିଟ କଏନ୍‌ ଜମା କରିଥିଲେ। ଯାହା ତାଙ୍କ  ଲାପଟପରେ ଥିଲା। ହେଲେ ଦୁର୍ଭାଗ୍ୟବସତଃ  ୨୦୧୩ ମସିହାରୁ ତାହା ହଜି ଯାଇଛି। ସେ ତାଙ୍କ ଅଫିସ ସଫା କରିବା ବେଳେ ଯେଉଁ କମ୍ପ୍ୟୁଟରର ହାର୍ଡ ଡ୍ରାଇଭରେ ତାଙ୍କର ବିଟ୍‌ କଏନ ଥିଲା  ତାକୁ ଅଳିଆ, ମୁଷା ଓ ଅସରପାଙ୍କ ସହ କାଢି ଫିଙ୍ଗିଦେଇଛନ୍ତି।


ତାଙ୍କପାଖରେ ୨ଟି ଚିହ୍ନିତ ହାର୍ଡ ଡ୍ରାଇଭ ଥିଲା। ହେଲେ ଯେଉଁଟିରେ ବିଟ କଏନ୍ ଥିଲା ସେଇଟିକୁ ସେ ଅଦରକାରୀ ଭାବି ପିଙ୍ଗିଦେଇଛନ୍ତି। ଗତ କିଛି ବର୍ଷ ହେଲା ବିଟ୍ କଏନ ଦର ବଢିବାରେ ଲାଗିଛି। ତାଙ୍କ ସଞ୍ଚିତ ବିଟକଏନ ମୂଲ୍ୟ ଏବେ ହାରାହାରି ୨୩୦ ମିଲିୟନ ପାଉଣ୍ଡ ଅର୍ଥାତ ଭାରତୀୟ ମୁଦ୍ରାରେ ୧୬ଶହ ୮୨କୋଟି ୩୨ଲକ୍ଷ ୯୫ ହଜାର ୫୦୦ ଟଙ୍କାରୁ ବି ଅଧିକ।

{"id":392968,"width":576,"height":383,"sizeSlug":"large","linkDestination":"none"}

ବଜାରରେ ବିଟ୍‌ କଏନ ମୂଲ୍ୟ ବଢିବା ପରେ ତାଙ୍କର କମ୍ପ୍ୟୁଟର ହାର୍ଡ ଡିସ୍କ କଥା ମନେ ପଡିଥିଲା। ଖୋଜାଖୋଜି କରିବା ବେଳେ ସେ ଭୁଲବସତଃ ତାକୁ ଅଳିଆ ସହ ଘରୁ ଫିଙ୍ଗିଦେଇଥିବା ମନେ ପକାଇଥିଲେ। ଏଣୁ ଗତ ୮ ବର୍ଷ ହେଲା ସେ ନ୍ୟୁ ପୋର୍ଟ ସିଟି କାଉନସିଲଙ୍କୁ ତାଙ୍କ ହାର୍ଡ ଡିସ୍କ ଖୋଜିବା ଲାଗି ଅଳିଆ ଗଦା ଆଡେଇବାକୁ ନିବେଦନ କରିଆସୁଥିଲେ ହେଁ ସେ ଏଥିପାଇଁ ଅନୁମତି ଦେଉ ନାହାନ୍ତି।

ବିସ୍ତୃତ ଅଳିଆ ଗଦାର କେଉଁଠାରେ ତାଙ୍କର ହାର୍ଡ ଡିସ୍କ ପଡିଛି ତାକୁ କିପରି ଖୋଜି ପାଇବେ ତାହାହିଁ ହେଉଛି ବଡ କଥା। ଏହା ଛଡା ଏତେବର୍ଷ ପରେ ସେ ସେ ହାର୍ଡ ଡିସ୍କ ଠିକ ଥିବା କି ନା ତା ବି ସନ୍ଦେହରେ। ଜେମସ୍‌ଙ୍କ କହିବା କଥା ହେଲା ହୁଏତ ହାର୍ଡ ଡ୍ରାଇଭର ଉପର କଭର ଖରାପ ହୋଇଯାଇଥାଇପାରେ। ହେଲେ ଭିତରେ ଥିବା ଯନ୍ତ୍ରାଂଶ ନିସ୍ଚିତ ଭଲ ଥିବ। ତେବେ ଏଥିପାଇଁ ନଗର ପ୍ରଶାସନ ଅନୁମତି ଦେଉ ନଥିବାରୁ ଏଥିରୁ ମିଳିବାକୁ ଥିବା ୨୫ ପ୍ରତିଶତ ଅର୍ଥାତ ୫୫ ମିଲିନୟ ପାଉଣ୍ଡ ଅର୍ଥାତ ୫୪୭ କୋଟି ଟଙ୍କା ଦେବାକୁ ପ୍ରସ୍ତାବ ଦେଇଛନ୍ତି। ହେଲେବି ସିଟି କାଉନସିଲ ଏବେବି ତାଙ୍କୁ ଅନୁମତି ଦେଉ ନଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.