Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଇରଙ୍ଗପୁର: ଗୋରୁମହିଷାଣି ପୋଲିସର ସଡକ ସୁରକ୍ଷା ସଚେତନ କାର୍ଯ୍ୟକ୍ରମ, ସାମିଲ ଥିଲେ ସ୍ଥାନୀୟ ଲୋକେ
  • ||
  • ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ଶୁଲିଆ ପୀଠ, ଗଡିଲା ଶହ ଶହ ପଶୁ-ପକ୍ଷୀଙ୍କ ମୁଣ୍ଡ
  • ||
  • ଭୁବନେଶ୍ବରରେ ପହଞ୍ଚିଲା ୨ୟ ପର୍ଯ୍ୟାୟ କୋଭିଡ ଟିକା: ସ୍ପାଇସ୍ ଜେଟ୍‌ରେ ଆସିଲା ଟିକା
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଭାରତର ଐତିହାସିକ ବିଜୟ, ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ମାଲକାନଗିରି : ସୀମାନ୍ତରେ ଏନ୍‌କାଉଣ୍ଟର, ୧୦ରୁ ଅଧିକ ମାଓ କ୍ୟାମ୍ପ ଧ୍ୱଂସ
  • ||
  • ସମ୍ବଲପୁର : ଫୋକସ୍‌ରେ ପଶ୍ଚିମ ଓଡିଶା, ମା’ ସମଲେଶ୍ବରୀଙ୍କ ମନ୍ଦିର ବୁଲି ସମୀକ୍ଷା କଲେ 5-T ସଚିବ
  • ||
  • ଭାଙ୍ଗିଲା ୩୩ ବର୍ଷର ରେକର୍ଡ୍‌ : ବ୍ରିସବେନ ଟେଷ୍ଟରେ ଅଷ୍ଟ୍ରେଲିଆକୁ ୩ ଓ୍ବିକେଟ୍‌ରେ ହରାଇ ସିରିଜ କବଜା କଲା ଟିମ୍ ଇଣ୍ଡିଆ
  • ||
  • ହାଇଦ୍ରାବାଦ : ପାଠ ପଢୁନଥିଲା ବୋଲି ୧୦ ବର୍ଷର ପୁଅକୁ ଜିଅନ୍ତା ଜାଳିଦେଲା ବାପା, ପୋଡିଯାଇଛି ଶରୀରର ୬୫ ଭାଗ
  • ||
  • ବଡବିଲ : ନର୍ଭେରାମ ଖଣି କାର୍ଯ୍ୟାଳୟରେ ଆୟକର ଚଢାଉ, ବିଭିନ୍ନ କାଗଜପତ୍ରର ଯାଞ୍ଚ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୨ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||

କ୍ରେଫ୍ଟୋ କରେନ୍ସି ନିବେଶକଙ୍କୁ ସତର୍କ କଲେ ବ୍ରିଟେନ ନିୟାମକ, କହିଲେ-ଡୁବି ପାରେ ସବୁ ସମ୍ପତ୍ତି

11/01/2021 at 10:02 PM

ଲଣ୍ଡନ: ବ୍ରିଟିଶ ଫାଇନାନସିଆଲ ୱାଚ୍‌ ଡଗ୍ ‘ଫାଇନାସିଆଲ କଣ୍ଡକ୍ଟ ଅଥରିଟି’ (ଏଫସିଏ) କ୍ରେଫ୍ଟୋ କରେନ୍ସିରେ ଆସିଥିବା ବିପ୍ଲବକୁ ନେଇ ନିବେଶକଙ୍କୁ ସତର୍କ କରାଇଛନ୍ତି। ଯେଉଁମାନେ ଏପରି ନିବେଶରୁ ମାଲାମାଲ ହେବାକୁ ଆଶାୟୀ ଅଛନ୍ତି ସେମାନେ ନିଜର ସର୍ବସ୍ୱ ହରାଇବାକୁ ମଧ୍ୟ ପ୍ରସ୍ତୁତ ରହିବା ଦରକାର ବୋଲି କହିଛନ୍ତି।

ଏନେଇ ଏଫସିଏ ସୋମବାର ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ କ୍ରେଫ୍ଟୋ କରେନ୍ସିରେ ନିବେଶ ଅଥବା ଏଥି ସହ ସମ୍ପୃକ୍ତ ଋଣରେ ଅନେକ ରିସ୍କ ରହିଛି। ଏହା ସତ୍ତ୍ୱେ ଯେଉଁମାନେ ଏପରି ନିବେଶ ସହ ସମ୍ପୃକ୍ତ ଅଛନ୍ତି ସେମାନେ ଏଥିଯୋଗୁ ଉପୁଜିବାକୁ ଥିବା ସଂକଟର ସାମ୍ନା କରିବାକୁ ମଧ୍ୟ ପ୍ରସ୍ତୁତ ରହିବା ଦରକାର। ହୁଏତ ସମସ୍ତ ନିବେଶ ଓ ଋଣ ଲାଗି ବନ୍ଧକ ହରାଇବାକୁ ପଡିପାରେ ବୋଲି ଆଗୁଆ ସତର୍କ କରାଇଛନ୍ତି ଏଫସିଏ।

ମୂଲ୍ୟରେ ଅସ୍ଥିରତା, ପ୍ରସ୍ତାବରେ ଦିଆଯାଉଥିବା ଉତ୍ପାଦରେ ଜଟିଳତା ଓ ସର୍ବୋପରି ଉପଭୋକ୍ତା ସୁରକ୍ଷା ନିୟମର ଅନୁପସ୍ଥିତି ଲାଗି ଏଫସିଏ ଏପରି ଆକଳନ କରୁଛନ୍ତି। ସର୍ବ ବୃହତ୍ତ କ୍ରେଫ୍ଟୋ କରେନ୍ସି ବିଟ୍‌ କଏନର ମୂଲ୍ୟ ଗତବର୍ଷ ତୁଳନାରେ ୧୪ଗୁଣା ବୃଦ୍ଧି ହୋଇଛି। ଏଥିରେ ୨୦୧୭ର କଥା ମନେ ପକାଇଦେଇଛନ୍ତି ଏଫସିଏ।

ପୂର୍ବରୁ ଗରେ ଘରେ ପରିଚିତ ଥିବା କ୍ରେଫ୍ଟୋ କରେନ୍ସି ଅଚାନକ ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଥିଲା। ଗତ ରବିବାର ଓ ସୋମବାର ଏଥିରେ ଏକକାଳୀନ ୨୧ ପ୍ରତିଶତରୁ ଅଧିକ ହ୍ରାସ ହେବା ଏବେ ଦର ୩୨ ହଜାର ୪ଶହ ଡଲାରରୁ ବି ତଳକୁ ଖସିଛି।

   Related Posts