ଭାରତରେ ନିର୍ମାଣ ହେଉଛି ବିଶ୍ବର ସବୁଠୁ ବଡ଼ ଫ୍ରିଜ୍ : ଫ୍ରାନ୍ସର ପରମାଣୁ ପ୍ଲାଣ୍ଟର ଉତ୍ତାପକୁ କରିବ ନିୟନ୍ତ୍ରଣ

Published By : Prameya-News7 Bureau | June 30, 2020 IST

ସୁରତ ୩୦/୬: ବିଶ୍ବର ସବୁଠୁ ବଡ଼ ପରମାଣୁ ଫ୍ୟୁଜନ ପ୍ରୋଜେକ୍ଟ ଫ୍ରାନ୍ସରେ ନିର୍ମାଣ ହେଉଛି। ଏହାକୁ ନିର୍ମାଣ କରିବାରେ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଲାଗିଛି। ଏହି ପ୍ରୋଜେକ୍ଟରେ ଭାରତ ମଧ୍ୟ ବଡ଼ ଭୂମିକା ଗ୍ରହଣ କରିଛି। ପରମାଣୁ ପ୍ଲାଣ୍ଟର ହୃଦୟ କୁହା ଯାଉଥିବା ଯନ୍ତ୍ର ଭାରତ ନିର୍ମାଣ କରିଛି। ଏହି ଯନ୍ତ୍ରକୁ କ୍ରାୟୋଷ୍ଟେ୍ କୁହାଯାଉଛି। କିମ୍ବା ଏହାକୁ ପରମାଣୁ ପ୍ଲାଣ୍ଟର ଫ୍ରିଜ୍ ମଧ୍ୟ କହି ପାରିବା। କାରଣ ଏହା ଆଟମିକ୍ ଉର୍ଜାରୁ ବାହାରୁଥିବା ଉତ୍ତାପ,କୁଲେଣ୍ଟ ଆଦିକୁ ଶୀତଳ ରଖିଥାଏ। ଫଟୋରେ ଦେଖାଯାଉଥିବା ଷ୍ଟିଲର ଗୋଲ ଢ଼ାଞ୍ଚା ଫ୍ରିଜର କଭର।

{"id":293665,"sizeSlug":"large"}

ଗୁଜୁରାଟର ସୁରଟରେ ଏହି କ୍ରାୟୋଷ୍ଟେଟକୁ ନିର୍ମାଣ କରାଯାଇଛି। କ୍ରାୟୋଷ୍ଟେଟ ଷ୍ଟିଲର ହାଇ ଭ୍ୟାକୁମ୍ ପ୍ରେସର ଚ୍ୟାମ୍ବର ହୋଇଥାଏ। ଯେତେବେଳେ ଆଟମିକ୍ ରିଆକ୍ଟର ଅତ୍ୟନ୍ତ ଉତ୍ତାପ ସୃଷ୍ଟି କରିଥାଏ ସେତେବେଳେ ଏହାକୁ ଥଣ୍ଡା କରିବା ପାଇଁ ଏକ ବଡ଼ ରେଫ୍ରିଜେରେଟର ଆବଶ୍ୟକ ହୋଇଥାଏ। ଏହାକୁ କ୍ରାୟୋଷ୍ଟେଟ୍ କୁହାଯାଇଥାଏ।

{"id":293666,"sizeSlug":"large"}

ଇଣ୍ଟରନ୍ୟାସନାଲ୍ ଥର୍ମୋନ୍ୟୁକ୍ଲିୟର ଏକ୍ସପେରିମେଣ୍ଟାଲ୍(ITER) ର ସଦସ୍ୟ ଦେଶ ହେବା ଯୋଗୁଁ ଭାରତ ଏହି କ୍ରାୟୋଷ୍ଟେଟ୍ ନିର୍ମାଣ କରିବାର ଦାୟିତ୍ବ ନେଇଛି। ପ୍ରଥମେ ଏହି ପ୍ରୋଜେକ୍ଟ ଚୀନକୁ ମିଳିବାର ଥିଲା। କିନ୍ତୁ ଏହାକୁ ଭାରତ ଛଡ଼ାଇ ନେଇଥିଲା।

{"id":293667,"sizeSlug":"large"}

ଫ୍ରାନ୍ସରେ ନିର୍ମିତ ହେଉଥିବା ବିଶ୍ବର ସବୁଠୁ ବଡ଼ ପରମାଣୁ ପ୍ଲାଣ୍ଟରେ ଯେତେବେଳେ କାମ ଆରମ୍ଭ ହେବ,ସେତେବେଳେ ସେଠାରେ ତାପମାତ୍ରା ୧୫କୋଟି ଡିଗ୍ରୀ ସେଲସିୟସ ଚଲାଯିବ। ଏହା ସୂର୍ଯ୍ୟର କେନ୍ଦ୍ରରୁ ୧୦ଗୁଣ ଅଧିକ ହେବ। ଏହି ଉତ୍ତାପକୁ ଶାନ୍ତ କରିବା ପାଇଁ କ୍ରାୟୋଷ୍ଟେଟ୍ ଲଗାଯିବ।

{"id":293669,"sizeSlug":"large"}

କ୍ରାୟୋଷ୍ଟେଟ୍ ଅର୍ଥାତ୍ ପରମାଣୁ ପ୍ଲାଣ୍ଟର ଫ୍ରିଜର ଓଜନ ୩୮୫୦ଟନ୍। ଏହାର ୫୦ତମ ଏବଂ ଶେଷ ଭାଗ ପାଖାପାଖି ୬୫୦ଟନ୍। ଏହି ଭାଗ ୨୯.୪ମିଟର ଚଉଡ଼ା ଏବଂ ୨୯ମିଟର ଉଚ୍ଚ।

{"id":293671,"sizeSlug":"large"}

ଆଟମିକ୍ ରିଆକ୍ଟର ଫ୍ରାନ୍ସର କାଦାର୍ଶରେ ନିର୍ମାଣ ହେଉଛି। ବିଶ୍ବବ୍ୟାପି ଲକଡାଉନ୍ ହେବା ସତ୍ବେ ଭାରତ ଏହି ପ୍ରୋଜେକ୍ଟ ପାଇଁ କାମ କରିଛି। ଏହାର ଅଂଶ ଫ୍ରାନ୍ସ ପଠାଇଥିଲା। ଏହି ସମସ୍ତ ପାର୍ଟସକୁ ଯୋଡ଼ାଯାଇ ଚ୍ୟାମ୍ବରକୁ ଆକାର ଦିଆଯିବ।

{"id":293672,"sizeSlug":"large"}

ଫ୍ରାନ୍ସର କାଦାର୍ଶରେ ପୂରା କ୍ରାୟୋଷ୍ଟେଟକୁ ଯୋଡ଼ିବା ପାଇଁ ଭାରତୀୟ ଇଞ୍ଜିନିୟରଙ୍କ ପାଇଁ ଏକ ଅଲଗା ଓ୍ବାର୍କଶପ୍ ନିର୍ମାଣ କରାଯାଇଛି। ଏଠାରେ କ୍ରାୟୋଷ୍ଟେଟର ପ୍ରତ୍ୟେକ ଭାଗକୁ ଉଚିତ୍ ଉପାୟରେ ଯୋଡ଼ି ସୁରକ୍ଷା ସ୍ତରକୁ ଯାଞ୍ଚ କରାଯିବ।

{"id":293673,"sizeSlug":"large"}

ଭାରତ,ଆମେରିକା,ଜାପାନ,ଋଷ ସମେତ ୭ଟି ଦେଶ ମିଶି ଏହି ନୂଆ ଆଟମିକ୍ ପ୍ଲାଣ୍ଟ୍ ନିର୍ମାଣ କରୁଛନ୍ତି। ଏହାକୁ ଛୋଟ ସୂର୍ଯ୍ୟ କୁହାଯାଉଛି। ଭାରତକୁ କ୍ରାୟୋଷ୍ଟେଟ୍ ନିର୍ମାଣ କରିବାର ଦାୟିତ୍ବ ମିଳିଥିଲା।

{"id":293674,"sizeSlug":"large"}

କ୍ରାୟୋଷ୍ଟେଟର ତଳ ଭାଗ ଗତ ବର୍ଷ ଜୁଲାଇରେ ପଠାଯାଇଥିଲା। ଏବର୍ଷ ମାର୍ଚ୍ଚରେ ଏହାର ଉପର ସିଲିଣ୍ଡରକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଏବେ ଏହାର ଘୋଡ଼ଣୀ ମଧ୍ୟ ପଠାଯାଉଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.