କାନ୍ଦିବା ପାଇଁ ବି ଅଛି କ୍ଲବ, କାନ୍ଦିବା କ୍ଲବରେ ଯୋଗଦେଲେ କି ଲାଭ ଜାଣିବେ ତ କାଲିଠାରୁ ଆପଣ ବି କାନ୍ଦିବା ଷ୍ଟାର୍ଟ କରିଦେବେ
31/01/2019 at 8:36 PM

ଆପଣ କେବେ ଶୁଣିଛନ୍ତି କାନ୍ଦିବା ପାଇଁ ବି କ୍ଲବ ଅଛି ।
ନା , ଯଦି ଶୁଣିନାହାଁନ୍ତି ତା ହେଲେ ଆଜି ଆମେ କହୁଛୁ ସେହି କ୍ଲବ ବିଷୟରେ ଯେଉଁଠି ଲୋକ କାନ୍ଦିବା ପାଇଁ ହିଁ କେବଳ ଯୋଗ ଦିଅନ୍ତି ।

ଗୁଜୁରାଟ ସୁରତରେ ଅଛି ଏହି କାନ୍ଦିବା କ୍ଲବ । ଏହି କ୍ଲବରେ କାନ୍ଦିବାକୁ ଚାହୁଁଥିବା ଲୋକମାନେ ହିଁ ଯୋଗ ଦେଇପାରିବେ । ଏହି କ୍ଲବର ମୁଖ୍ୟ କମଲେଶ ମସଲାଓ୍ଵାଲା କହିଛନ୍ତି, ଶିଶୁଟିଏ କାନ୍ଦିଲେ ଯେମିତି ସ୍ଵାସ୍ଥ୍ୟ ଭଲ ରହେ-ବୟସ୍କମାନେ ମଧ୍ୟ ସେମିତି ସ୍ଵାସ୍ଥ୍ୟ ପାଇଁ କାନ୍ଦିବା ଦରକାର । ଏହାଦ୍ଵାରା ମାନସିକ ଶାନ୍ତି ପାଇବା ସହିତ ସ୍ଵାସ୍ଥ୍ୟ ସମାସ୍ୟା ମଧ୍ୟ ଦୂର ହୋଇଯିବ ।

ଲୁହରେ କୋର୍ଟିସଲ ନାମକ ଏକ ବିଷାକ୍ତ କେମିକାଲ ଥାଏ । ଯଦି ମନରେ ଦୁଃଖଥାଏ, କାନ୍ଦିଦେଲେ ହାଲକା ହୋଇଯାଏ । କାରଣ ହେଲା ଏହି କେମିକାଲ ଶରୀରରୁ ନିର୍ଗତ ହୋଇଗଲେ ହାଲକା ଲାଗେ ।
ଲୁହରେ ଥିବା କୋର୍ଟିସଲ କେମିକାଲ ସହିତ ମଧ୍ୟ ଟକ୍ସିନ ମଧ୍ୟ ବାହାରିଯାଇଥାଏ ।
କର୍ମଜଂଜାଳରୁ ମୁକ୍ତ ନଥିବା ଲୋକମାନେ ବି କାନ୍ଦିବା ଦରକାର । ସେମାନେ ଯଦି ସପ୍ତାହର ମାତ୍ର ଗୋଟିଏ ଦିନ କାନ୍ଦନ୍ତି, ତାହେଲେ ନିଜଭିତରେ ଥିବା ମାନସିକ ଚାପ କମିଯାଇଥାଏ ।
ପ୍ରତିଦିନ ରିଲାକ୍ସ ପାଇବାକୁ କାନ୍ଦିବା କିଛି ଖରାପ ନୁହେଁ ବୋଲି ଏହି ସଂସ୍ଥାର ମୁଖ୍ୟ କହିଛନ୍ତି । ପିଲାଟିଏ ପ୍ରତ୍ୟେକଦିନ କିଛି ସମୟ କାନ୍ଦିଲେ ଯେମିତି ତାର ଶାରୀରିକ ତଥା ମାନସିକ ବିକାଶ ହୁଏ, ବଡ଼ଲୋକମାନେ ମଧ୍ୟ ସେମିତି କାନ୍ଦିଲେ କିଛି ଅସୁବିଧା ନାହିଁ ।
ସୁରତର ଏହି କାନ୍ଦିବା କ୍ଲବ ମା ବଷ୍ଣୋଶକ୍ତିଧାମ ମନ୍ଦିର ନିକଟରେ ଅବସ୍ଥିତ । ପ୍ରତ୍ୟେକମାସ ଶେଷ ରବିବାର ସକାଳ ଘ.୮-୧୦ ସମୟ ପର୍ଯ୍ୟନ୍ତ ଏହି କ୍ଲବର ସଦସ୍ୟମାନେ କାନ୍ଦିବାକୁ ଆସିଥାନ୍ତି । ଯଦି ଆପଣମାନେ ନିଜର ସ୍ଵାସ୍ଥ୍ୟ ଭଲ ରଖିବାକୁ ଚାହୁଁଛନ୍ତି, ଆସିପାରିବେ କିଛି ଅସୁବିଧା ନାହିଁ ।