Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

କ୍ରୁଜ ଡ୍ରଗ୍ସ ମାମଲାରେ ଫିଲ୍ମ ମେକର ଇମତିଆଜ ଖତ୍ରିଙ୍କୁ NCB ସମନ, ହୋଇପାରେ ପଚରାଉଚରା

9/10/2021 at 11:28 AM

ମୁମ୍ୱାଇ ୦୯ /୧୦: କ୍ରୁଜରେ ଡ୍ରଗ୍ସ ପାର୍ଟି ମାମଲାରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ (ଏନସିବି) ଜାରି ରଖିଛି ତାର ନିରନ୍ତର କାର୍ଯ୍ୟାନୁଷ୍ଠାନ । ଏବେ ଟାର୍ଗେଟରେ ବାନ୍ଦ୍ରାସ୍ଥିତ ଚଳଚ୍ଚିତ୍ର ନିର୍ମାତା ଇମତିଆଜ ଖତ୍ରି ।

ଖତ୍ରିଙ୍କ ଘର ଓ କାର୍ଯ୍ୟାଳୟରେ ଏନସିବି ଚଢାଉ କରିଛି । ଇମତିଆଜ ଖତ୍ରିଙ୍କ ସମସ୍ୟା ବଢିବା ପରି ମନେହେଉଛି । ତାଙ୍କୁ ଏନସିବି ମୁମ୍ବାଇରେ ପଚରାଉଚରା ପାଇଁ ଆଜି ଡକାଇଛି । ମୁମ୍ବାଇର ଅନେକ ବଡ କଳାକାରଙ୍କ ସହ ଇମତିଆଜଙ୍କର ସଂଯୋଗ ଅଛି । ମୁମ୍ବାଇର ଜଣେ ବଡ ବିଲଡରର ପୁଅ ଇମତିଆଜ ଡ୍ରଗ୍ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଛି ।
ସୁଶାନ୍ତ ମାମଲାରେ ଆସିଥିଲା ନାମ:
ସୁଶାନ୍ତ ସିଂ ରାଜପୁତ ମାମଲାରେ ଇମତିଆଜଙ୍କ ନାମ ନେଇ ଜୋରଦାର ଚର୍ଚ୍ଚା ହେଉଥିଲା । ସ୍ୱର୍ଗତ ଅଭିନେତାଙ୍କୁ ଡ୍ରଗ୍ସ ଯୋଗାଉଥିବା ଅଭିଯୋଗ ମଧ୍ୟ ଥିଲା ।

ସପ୍ତାହ ପୂର୍ବରୁ ଚଢାଉ କରାଯାଇଥିଲା:
ଅକ୍ଟୋବର ୨ ତାରିଖ ରାତିରେ ମୁମ୍ବାଇ ଉପକୂଳରୁ ଗୋଆ ବନ୍ଧା ହୋଇଥିବା କ୍ରୁଜ୍ ଉପରେ ଏନସିବି ଆକ୍ରମଣ କରିଥିଲା । ଏହି ସମୟରେ ଆଠ ଜଣଙ୍କୁ ଗିରଫ କରାଯାଇଥିଲା। ଶାହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନ ଏଥିରେ ସମ୍ପୃକ୍ତ ଥିବା ଜାଣିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସମ୍ପ୍ରତି ଶୁକ୍ରବାର ଦିନ କୋର୍ଟ ଆର୍ଯ୍ୟନ ଖାନଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ଜାମିନ ଆବେଦନ ପ୍ରତ୍ୟାଖ୍ୟାନ ହେବା ପରେ ଆର୍ଯ୍ୟନ ଖାନ ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଆର୍ଥର ରୋଡ ଜେଲରେ ରଖାଯାଇଛି।

   Related Posts