Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ହାତ ଟେକିଦେଲେ ବାଚସ୍ପତି, କହିଲେ- ଯଦି ସବୁ ସଦସ୍ୟ ଗୃହ ଚଲାଇବାକୁ ପ୍ରସ୍ତୁତ ନୁହଁନ୍ତି, ତେବେ ମୁଁ କ’ଣ କରିବି ?
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ପ୍ରସଙ୍ଗ : ଆସନ୍ତା ୧୦ରେ ବିଧାନସଭା ଘେରାଉ କରିବ ଛାତ୍ର କଂଗ୍ରେସ
  • ||
  • ପରଲୋକରେ ପଦ୍ମଶ୍ରୀ ନନ୍ଦ ସାର୍, ୧୦୪ ବର୍ଷରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ
  • ||
  • ଭୁବନେଶ୍ବର : ରିପୋର୍ଟ ଆସିବା ପରେ ନିୟମ ଅନୁସାରେ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ : ମନ୍ତ୍ରୀ ସୁଦାମ ମାରାଣ୍ଡି
  • ||
  • ଭୁବନେଶ୍ବର : ବିଡିଏ ଫେରାଇବ ସର୍ବକ୍ଷମା ଯୋଜନାର ଅଧିକ ଫାଇନ୍, ଆବେଦନର ଶେଷ ତାରିଖ ୧୦ ଡିସେମ୍ବର
  • ||
  • ଖୋର୍ଦ୍ଧା : ଭିଜିଲାନ୍ସ ହାତରେ ଧରାପଡିଲେ ନିର୍ବାହୀ ଯନ୍ତ୍ରୀ, ବିଲ୍ କରାଇ ଦେବାକୁ ଠିକାଦାରଙ୍କଠୁ ନେଉଥିଲେ ୧୦ ହଜାର
  • ||
  • ଟିଟିଲାଗଡ : ପୁରୀ-ଅଜମେର ଟ୍ରେନ୍‌ରେ ନିଆଁ, ଟ୍ରାକ୍‌ରେ ବ୍ରେକ୍ ଘସି ହୋଇ ଧୂଆଁ ବାହାରୁଥିଲା
  • ||
  • ରୋହିଙ୍ଗ୍ୟା ବିରୋଧୀ ହିଂସା ପାଇଁ ଫେସବୁକ ଦାୟୀ ! ୧୫୦ ବିଲିୟନ ପାଉଣ୍ଡର କ୍ଷତିପୂରଣ ଦେବାକୁ ମାମଲା
  • ||
  • କଳାହାଣ୍ଡି : ଇଚ୍ଛା ମୃତ୍ୟୁ ଆବେଦନକାରୀଙ୍କୁ ସାହା ହେଲା BSKY, ଯୋଜନାରେ ଆରମ୍ଭ ହେଲା ଚିକିତ୍ସା
  • ||
  • ତୁରେଇକେଲା ବ୍ଲକରେ ମାତିଲେ ୩୦ ଟିକିଆ ହାତୀପଲ, ଭାଙ୍ଗିଦେଲେ ଘର ଛପର
  • ||

ଡ୍ରଗ୍ସ ମାମଲାରେ ନୂଆ ମୋଡ : ଆଜି ଦ୍ବିତୀୟ ଦିନରେ ଏନ୍‌ସିବି ଅଫିସରେ ହାଜର ହେବେ ଅନନ୍ୟା ପାଣ୍ଡେ…

22/10/2021 at 9:08 AM

ମୁମ୍ବାଇ ୨୨।୧୦ : ଆଜି ପୁଣି ଏନ୍‌ସିବି ଅଫିସରେ ହାଜର ହେବେ ଅନନ୍ୟା ପାଣ୍ଡେ। ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) କ୍ରମାଗତ ଦ୍ୱିତୀୟ ଦିନ ଅନନ୍ୟାଙ୍କୁ ପଚରାଉଚରା ପାଇଁ କହିଛି। ସକାଳ ୧୧ ଟାରେ ଏନସିବି କାର୍ଯ୍ୟାଳୟରେ ତାଙ୍କ ବୟାନ ରେକର୍ଡ କରିବାକୁ ତାଙ୍କୁ ଡକାଯାଇଛି। ତଦନ୍ତକାରୀ  ସଂସ୍ଥା ଆର୍ଯ୍ୟନ୍ ଖାନ୍ ଏବଂ ତାଙ୍କ ମଧ୍ୟରେ ହ୍ବାଟ୍ସଆପ୍ ଚାଟ୍ ପାଇଛି। ଏହି ଚାଟ୍ ଆଧାରରେ ଅନନ୍ୟାଙ୍କୁ ପ୍ରଶ୍ନ ଏବଂ ଉତ୍ତର ଦିଆଯିବ । ସେହି ଚାଟ୍ ମେସେଜ୍‌ ଗୁଡ଼ିକୁ ଏନ୍‌ସିବି କୋର୍ଟରେ ମଧ୍ୟ ଦାଖଲ କରିଥିଲା।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ପକ୍ଷରୁ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ମୁମ୍ବାଇସ୍ଥିତ ବାସଭବନ ଉପରେ ଚଢ଼ାଉ କରାଯାଇଥିଲା। ତାଙ୍କ ଘରୁ  ଲାପଟପ ଏବଂ ମୋବାଇଲ ଫୋନ ଜବତ କରାଯାଇଛି। ପୂର୍ବରୁ ଗିରଫ ହୋଇଥିବା ଆର୍ଯ୍ୟନ୍‌ ଖାନଙ୍କ ସହ ଡ୍ରଗସ୍‌ କାରବାର ସମ୍ପର୍କର ଖିଅ ମିଳିବା ପରେ  ଅନନ୍ୟାଙ୍କ ଘରେ ଏହି ରେଡ୍‌ କରାଯାଇଥିଲା। ଏନେଇ ଏନ୍‌ସିବି ପକ୍ଷରୁ ଅନନ୍ୟା ପାଣ୍ଡେଙ୍କୁ  ହାଜର ପାଇଁ ନୋଟିସ କରାଯାଇଥିଲା। ତାଙ୍କ ପିତା ଚଙ୍କି ପାଣ୍ଡେଙ୍କ ସହ ଏନସିବି କାର୍ଯ୍ୟାଳୟରେ  ପହଞ୍ଚି ଥିଲେ ଅନନ୍ୟା। ତେବେ ଡ୍ରଗସ୍‌ କାରବାରରେ ତାଙ୍କ ସମ୍ପୃକ୍ତି ନେଇ ମାରାଥନ୍‌ ଜେରା କରିଥିଲା ଏନ୍‌ସିବି।

ଗତ ଅକ୍ଟୋବର ୨ ତାରିଖରେ ଏକ କ୍ରୁଜ୍ ଜାହାଜରୁ  ଡ୍ରଗ୍ସ ମାମଲାରେ ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣକ ହ୍ୱାଟ୍‌ସଆପ୍‌ ଚାର୍ଟରେ ଅନନ୍ୟା ପାଣ୍ଡେଙ୍କ ନାଁ ଆସିଥିଲା। ଅନନ୍ୟା ଓ ଆର୍ଯ୍ୟନ୍‌ ଉଭୟେ ଷ୍ଟାର କିଡ୍‌ ହୋଇଥିବାରୁ ଅନନ୍ୟା ଓ ଆର୍ଯ୍ୟନଙ୍କ ମଧ୍ୟରେ ସମ୍ପର୍କ ବେଶ ଘନିଷ୍ଠ ରହିଛି । ସୂଚନା ଅନୁଯାୟୀ, ଡ୍ରଗ୍ସ ନେଇ ଶାହରୁଖ ଖାନ୍‌ଙ୍କ ପୁଅ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେଙ୍କ ମଧ୍ୟରେ ହ୍ୱାଟ୍ସଆପ୍‌ରେ ମେସେଜ ଦିଆନିଆ ହୋଇଥିଲା। ଯାହା ଏନ୍‌ସିବି ହାତରେ ଲାଗିଥିଲା। ସେହିକ୍ରମରେ ଏନ୍‌ସିବି ଚଢ଼ାଉ କରି ଅନନ୍ୟାଙ୍କୁ ଜେରା କରିବାକୁ ଡାକି ଥିଲା ଏନସିବି ।

   Related Posts