ଏମିତି ସ୍ବାମୀକୁ କି ଦଣ୍ଡ ? ତୃତୀୟ ବିବାହ ପରେ ଦ୍ବିତୀୟ ସ୍ତ୍ରୀଙ୍କୁ ଘରୁ ତଡ଼ିଲା, ଭୋକିଲା ମହିଳାଙ୍କୁ ଉଦ୍ଧାର କଲା ପୋଲିସ୍‌

Published By : Prameya-News7 Bureau | April 27, 2020 IST

ଆନନ୍ଦପୁର୨୭/୪: ଲକ୍‌ଡାଉନ୍‌ରେ ସ୍ତ୍ରୀ ପ୍ରତି ସ୍ବାମୀର ନିର୍ଯ୍ୟାତନା। ମହିଳାଙ୍କ ସ୍ବାମୀ ପେଶାରେ ଜଣେ ଡ୍ରାଇଭର। ସେ ପୁଣି ୩ଥର ବିବାହ କରିଛନ୍ତି। ପ୍ରଥମ ସ୍ତ୍ରୀ ବିବାହର କିଛି ବର୍ଷରେ ଛାଡି ଚାଲିଯିବା ପରେ ସେ ନିଜ ଭଉଣୀର ନଣନ୍ଦଙ୍କୁ ଦ୍ବିତୀୟ ବିବାହ କରିଥିଲେ। ୪ ମାସ ତଳେ ଏହି ବ୍ୟକ୍ତି ପୁଣିଥରେ ବିବାହ କରିଥିଲେ। ତୃତୀୟ ବିବାହ କରିବା ପରେ ଏବେ ଦ୍ବିତୀୟ ପତ୍ନୀଙ୍କ ପ୍ରତି ନିର୍ଯ୍ୟାତନା କରିବା ଆରମ୍ଭ କରି ଦେଇଛନ୍ତି। ଏପରି କି ତାଙ୍କ ଦ୍ବିତୀୟ ପତ୍ନୀଙ୍କ ପେଟକୁ ଦାନା ଗଣ୍ଡେ ଦେବା ବଦଳରେ ମାଡ-ଗାଳି ଦେଉଥିବା ମହିଳା ଜଣଙ୍କ କହିଛନ୍ତି। ସ୍ବାମୀର ନିର୍ଯ୍ୟାତନା ସହି ନ ପାରି ୧୦୦ କିଲୋମିଟର ପାଦରେ ଚାଲି ଚାଲି ବାପଘରକୁ ଯିବା ସମୟରେ ପୋଲିସ୍ ସଂପୃକ୍ତ  ମହିଳାଙ୍କୁ ଉଦ୍ଧାର କରିଛି।  

ସୂଚନା ମୁତାବକ, ଘସିପୁରା ଥାନା ଝାଡେଶ୍ବର ମାଝୀ ସାହିର ନାରାୟଣ ଟୁଡୁଙ୍କ ପୁଅ ରବି ପ୍ରଥମ ପତ୍ନୀ କୌଣସି କାରଣରୁ ଛାଡି ଚାଲି ଯିବାପରେ ନିଜ ଭଉଣୀଙ୍କ ନଣନ୍ଦଙ୍କୁ ବିବାହ କରିଥିଲେ। ଦ୍ବିତୀୟ ପତ୍ନୀ୍ଙ୍କ ଘର ମୟୂରଭଞ୍ଜ ଜିଲ୍ଲା କରଂଜିଆ ଥାନା ଠାକୁରଝର  ଗାଁ ଅଞ୍ଚଳର। ଦୁହେଁ ଯାଜପୁର ରୋଡ ଠାରେ ଘରଭଡା ନେଇ ରହୁଥିଲେ। ରବି ଗାଡି ଡ୍ରାଇଭର ଭାବେ କାମ କରୁ ଥିବାବେଳେ ପତ୍ନୀ ସାନା  ମଧ୍ଯ ବିଭିନ୍ନ ନିର୍ମାଣ କାମରେ ଦିନ ମଜୁରିଆ  ଭାବେ କାମକରନ୍ତି। ତେବେ ୪ ମାସ ତଳେ ରବି ପୁଣିଥରେ ତୃତୀୟ ବିବାହ କରିଥିଲେ। ତାପରଠାରୁ ଦ୍ବତୀୟ ପତ୍ନୀ ସାନା ଉପରେ ଆରମ୍ଭ ହୋଇଥିଲା ଅତ୍ୟାଚାର। ସାନା ରୋଜଗାର କରି ନିଜେ ପେଟ ପୋଷୁଥିଲେ। ମାତ୍ର ଲକଡାଉନ୍‌ରେ କାମଧନ୍ଦା ବନ୍ଦ ହେବାଯିବାରୁ ସାନାଙ୍କ ପାଖରେ ଥିବା ଟଙ୍କା ଶେଷ ହୋଇଯାଇଥିଲା।

ତେଣୁ  ସାନା ସ୍ବାମୀଙ୍କୁ ଖାଇବାକୁ ମାଗିବାରୁ ସ୍ବାମୀ ଖାଇବାକୁ ଦେବେ କଣ ଓଲଟା ରାଗରେ ମାଡ ଗାଳି ଦେଉଥିବା ସାନା କହିଛନ୍ତି। ୩ଦିନ ଉପାସ ରହିବା ପରେ ଯାଜପୁର ରୋଡରୁ  ଚାଲିଚାଲି ବାପଘର  କରଂଜିଆ ଅଭିମୁଖେ ଯାଉଥିବା ସିନାଙ୍କୁ କେନ୍ଦୁଝର ସୀମାନ୍ତ ଜରଦା  ଛକ  ଠାରେ ଅଟକାଇଥିଲା ରାମଚନ୍ଦ୍ରପୁର ପୋଲିସ। ସାନା  ନିକଟରୁ ସବୁ ଜାଣିବାପରେ  ପୋଲିସ ତାର ଖାଇବା ପିଇବା ବନ୍ଦବୋସ୍ତ କରିଛି। ହେଲେ ନିୟମ ଅନୁଯାୟୀ ତାକୁ ନିକଟସ୍ଥ ସ୍କୁଲରେ ୧୫ଦିନ କ୍ବାରାଣ୍ଟାଇନ୍ ରେ ରଖାଯିବା ପରେ  ଆଇନ୍ ଅନୁଯାୟୀ ସ୍ବାମୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବାକୁଥିବା ପୋଲିସ୍ ସୂଚନା ଦେଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.