Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ପ୍ରଭାବ: ୨୪ ଘଣ୍ଟାରେ ସୁସ୍ଥ ହୋଇ ଘରକୁ ଫେରିଲେ ୬୪୮ ସଂକ୍ରମିତ
  • ||
  • ଲଭ୍‌ ଜିହାଦ ଉପରେ ଅଧ୍ୟାଦେଶ ପାରିତ କଲା ୟୁପି କ୍ୟାବିନେଟ୍‌, ଧୋକା-ଧମକ ଦେଇ ଧର୍ମ ପରିବର୍ତ୍ତନ କରାଇଲେ ୧୦ ବର୍ଷ ଜେଲ୍‌
  • ||
  • ଅତ୍ୟଧିକ କାମର ବୋଝ ସହିନପାରି ଆଖି ବୁଜିଲେ ବାପା: ଉପର ଅଧିକାରୀଙ୍କ ବିରୋଧରେ ସଂଗୀନ ଅଭିଯୋଗ ଆଣିଲେ ଝିଅ, କହିଲେ…
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||
  • ୨ ବାରହା ଶିକାରୀ ଗରିଫ: ମାଂସ ଭାଗବଣ୍ଟା ବେଳେ ମାଡି ବସିଲେ ବନ ବିଭାଗର କର୍ମଚାରୀ
  • ||
  • କରୋନାରେ ଜୀବନ ହାରିଥିବା ଠିକାଦାରଙ୍କୁ ଆର୍ଥିକ ସହାୟତା ଦେଲା ଠିକାଦାର ସଂଘ
  • ||
  • ୧୦ ଡଲାରରୁ କମ୍‌ ମୂଲ୍ୟରେ ମିଳିବ ଋଷ କରୋନା ଭ୍ୟାକ୍‌ସିନ Sputnik V, ଜାନୁଆରୀରୁ ଆରମ୍ଭ ହେବ ଡେଲିଭରି
  • ||
  • ହାଇଓ୍ବା ଧକ୍କାରେ ଜଣେ ଶିଶୁଙ୍କ ସମେତ ୬ ଜଣଙ୍କ ମୃତ୍ୟୁ: ଚାଲି ଚାଲି ଯିବା ବେଳେ ପଛରୁ ମାଡିଗଲା
  • ||
  • ଭୁବନେଶ୍ୱର : ପୁରୀ ହାଜତ ମୃତ୍ୟୁ ଘଟଣାର ବିଚାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ
  • ||
  • ଯୋଜନାବଦ୍ଧ ଲୁଟ୍ : ସାଙ୍ଗଙ୍କୁ ଲଗାଇ ଡକାୟତି କରାଇଥିଲା IIFL କର୍ମଚାରୀ ଲାଲା ଅମ୍ରିତ ରାୟ
  • ||

ନିର୍ଦ୍ଦୟ ବାପାର ବର୍ବରକାଣ୍ଡ: ୧୪ ମାସର ଶିଶୁକୁ ରାସ୍ତାରେ କଚାଡିଲା, ଗୋଡହାତ ବାନ୍ଧି ପୋଲିସକୁ ଦେଲେ ସ୍ଥାନୀୟ ଲୋକ

15/07/2020 at 10:45 PM

ଦେବଗଡ ୧୫।୦୭: ମଦ୍ୟପ ବାପାର ବର୍ବର କାଣ୍ଡ। ୧୪ ମାସର ଶିଶୁକୁ ରାସ୍ତାରେ କଚାଡିଲା। ଦେବହଡ ଜିଲ୍ଲାରେ ଘଟିଛି ଏହି ଘଟଣା। ନିର୍ଦ୍ଦୟ ବାପାକୁ ଅଟକ ରଖି ପଚରାଉଚୁରା କରୁଛି। ଅନ୍ୟପଟେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଶିଶୁକୁ ଉଦ୍ଧାର କରାଯାଇଛି। ଅଭିଯୁକ୍ତ ବାପାର ନାମ ରାହୁଲ ଶେଖ।

ସୂଚନା ଅନୁଯାୟୀ, ଅଭିଯୁକ୍ତ ରାହୁଲ ଶେଖ ଦିନ ମଜୁରିଆ ଭାବେ ପରିବାର ଭରଣପୋଷଣ କରନ୍ତି। ଆଜି ରାତି ପ୍ରାୟ ୮ଟା ୩୦ରେ ମଦ ପିଇ ମାତାଲ ହୋଇ ଘରକୁ ଫେରିଥିଲେ। ନିଶାସକ୍ତ ଅବସ୍ଥାରେ କୌଣସି କାରଣବଶତଃ ମା କୋଳରୁ ନିଜର ୧୪ ମାସର ଶିଶୁକୁ ଛଡାଇ ରାସ୍ତାରେ କଚାଡି ଦେଇଥିଲେ। ଏହି ଘଟଣା ଦେଖି ସ୍ଥାନୀୟ ଲୋକ ଶିଶୁ କନ୍ୟାକୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରିବା ସହ ବାପାର ଗୋଡହାତ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ସୂଚନା ମିଳିବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ରାହୁଲକୁ ଅଟକ ରଖିଛି। ରାହୁଲର ଘର ପଶ୍ଚିମବଙ୍ଗ। ସେ ଦେବଗଡ ଟାଉନର ପ୍ରଧାନପାଟ ରୋଡ୍‌ରେ ନିଜ ପରିବାର ସହ ରହୁଛି।

   Related Posts