Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୮୨ ହଜାରରୁ ଅଧିକ କରୋନା ପଜିଟିଭ୍, ୪୪୧ ମୃତ
  • ||
  • ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୯୪କୁ ବୃଦ୍ଧି
  • ||
  • ରାଜ୍ୟରେ ପୁଣି ୧୧ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧୬୦୭ କୋଭିଡ୍ ପଜିଟିଭ୍, ୧୧୬୭୦୯୪ରେ ପହଞ୍ଚିଲା ସଂଖ୍ୟା
  • ||
  • ବୁଧବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ଦିନକିଆ ସିରିଜ୍
  • ||
  • ଗ୍ଲୋବାଲ ମେୟର୍ସ ଚ୍ୟାଲେଞ୍ଜ-୨୦୨୧: ବିଶ୍ୱର ଶ୍ରେଷ୍ଠ ୧୫ ସହରରେ ରାଉରକେଲା, ଟ୍ୱିଟ୍‌ କରି ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ
  • ||

ଖସିଲା ଅଶୋଧିତ ତୈଳ ଦର, ୨୧ ବର୍ଷର ସବୁଠୁ ନିମ୍ନ ସ୍ତରରେ ପହଞ୍ଚିଲା

20/04/2020 at 9:42 PM

ଲଣ୍ଡନ ୨୦।୦୪:  ଅଶୋଧିତ ତୈଳ ଦର ସୋମବାର ଅହେତୁକ ହ୍ରାସ ଘଟିଛି। ଫଳରେ ୨୧ ବର୍ଷରେ ସବୁଠୁ ସର୍ବନିମ୍ନ ସ୍ତରକୁ ଖସି ଆସିଛି ଅଶୋଧିତ ତୈଳ ଦର। କରୋନା ଭାଇରସ୍ ମହାମାରୀ କାରଣରୁ ଚାହିଦାରେ ହ୍ରାସ କାରଣରୁ ଆମେରିକାର ଷ୍ଟୋରେଜ୍‌ ପୂର୍ଣ୍ଣ ହେବା ଏବଂ ସଂପ୍ରତି କମ୍ପାନୀ ଖରାପ ସ୍ଥିତି ଖରାପ ହେବା ଆଶଙ୍କାରେ ତୈଳ ଦରରେ ଏହି ହ୍ରାସ ଘଟିଛି।

ବ୍ରେଣ୍ଟ କ୍ରୁଡର ମୂଲ୍ୟ ୨.୬ ହ୍ରାସ ସହିତ ବ୍ୟାରେଲ ପିଛା ୨୭.୩୫ ଡଲାରକୁ ଖସି ଆସିଛି। ଅନ୍ୟପଟେ ଡବ୍ଲ୍ୟୁଟିଆଇ ୧୯.୩ ହ୍ରାସ ସହ ବ୍ୟାରେଲ୍ ପିଛା ୧୪.୭୪ ସ୍ତରରେ ପହଞ୍ଚି ଯାଇଛି। କାରବାର ସମୟରେ ଡବ୍ଲ୍ୟୁଟିଆଇ ୨୧ ପ୍ରତିଶତ ହ୍ରାସ ସହିତ ବ୍ୟାରେଲ୍ ପିଛା ୧୪.୪୭ ଡଲାର ସ୍ତରକୁ ଛୁଇଁଛି ଯାହା ୧୯୯୯ ମାର୍ଚ୍ଚ ପରଠୁ ସବୁଠୁ ନିମ୍ନସ୍ତର।

ଆଇଏନଜିର କମୋଡିଟିଜ୍ ଷ୍ଟ୍ରାଟେଜୀର ମୁଖ୍ୟ ଓ୍ଵାରେନ ପିଟରସନ କହିଛନ୍ତି, ମେ ମାସର କଣ୍ଟ୍ରାକ୍ଟ ସମାପ୍ତ ହେବାକୁ ଯାଉଛି ଏବଂ ଜୁନ୍‌ ମାସର କଣ୍ଟ୍ରାକ୍ଟ ପୂର୍ବରୁ ହିଁ ଅଧିକରୁ ଅଧିକ ତେଲ ରହିଛି। ଆମେରିକାର ଷ୍ଟୋରେଜ୍ ଫେସିଲିଟିଜ୍ ବିଶେଷ କରି ଓକଲହୋମାରେ ତେଲର ମାତ୍ରା ଅଧିକ ରହିଛି।

କୋଭିଡ୍‌-୧୯ କାରଣରୁ ଅଧା ଦୁନିଆ ଲକଡାଉନରେ ଥିବାରୁ ତୈଳର ଚାହିଦା ବହୁ ମାତ୍ରାରେ ହ୍ରାସ ଘଟିଛି । ପରିଣାମ ସ୍ୱରୂପ  ତୈଳ ଉତ୍ପାଦକ ଦେଶ ଗତ ସପ୍ତାହରେ ତୈଳ ଉତ୍ପାଦନରେ ପ୍ରତି ଦିନ ୯୭ ଲକ୍ଷ ବ୍ୟାରେଲ  ହ୍ରାସ କରିଥିଲେ । ଏହା ପରେ ମଧ୍ୟ ଅଶୋଧିତ ତୈଳର ଚାହିଦା ଓ ଉତ୍ପାଦନ ମଧ୍ୟରେ ସନ୍ତୁଳନ ରହୁନାହିଁ । ଚୀନ, ଭାରତ ପରେ ଆମେରିକା ଅଶୋଧିତ ତୈଳର ବଡ ଆମଦାନୀକାରୀ ଦେଶ ।

ଅଶୋଧିତ ତୈଳରେ ନିରନ୍ତର ଚାହିଦା କମିବାରୁ ବ୍ରେଂଟ ଓଏଲରେ ୦.୮ ପ୍ରତିଶତ ହ୍ରାସ ହେବାରୁ ସୋମବାର ଅଶୋଧିତ ତୈଳ ଦର ୟୁରୋପ ଓ ଏସିଅରେ ବ୍ୟାରେଲ ପିଛା ୨୭.୮୭ ଡଲାରରେ ବିକ୍ରି ହୋଇ ପାରିଛି।

   Related Posts