କରୋନା ଯୋଗୁ ହ୍ରାସ ହେଉଛି Crudeର ଖର୍ଚ୍ଚ ଓ ଚାହିଦା, ଗତ ୪ ମାସର ସର୍ବନିମ୍ନ ସ୍ତରରେ Petrol

Published By : Prameya-News7 Bureau | February 07, 2020 IST

ନୂଆଦିଲ୍ଲୀ ୭।୨:  ଚୀନରେ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ ସାରା ବିଶ୍ୱକୁ ବ୍ୟାପୀଯାଇଛି। ଏଣୁ ବିଶ୍ୱ ତୈଳ ବଜାର ଏହା ଯୋଗୁ ଏବେ ଗୁରୁତର ପ୍ରଭାବିତ ହେବ। ବିଶ୍ୱରେ ଅଶୋଧିତ ତୈଳ (କ୍ରୁଡ ଅଏଲ)ର ଖର୍ଚ୍ଚ ହ୍ରାସ ହୋଇଥିବା ବେଳେ ସେହି ଅନୁସାରେ  ଚାହିଦା ବି କମିଛି। ଗ୍ଲୋବାଲ ଇନଭେଷ୍ଟମେଣ୍ଟ ଏଜେନ୍ସୀ ମୁଡିଜ୍ ଚାହିଦା ହ୍ରାସ ଯୋଗୁ କ୍ରୁଡର ମୂଲ୍ୟ ବି ହ୍ରାସ ହେବ ବୋଲି ଶୁକ୍ରବାର ଆକଳନ କରିଛନ୍ତି।

{"id":221573,"width":584,"height":389,"sizeSlug":"large"}

ମୁଡିଜ୍ ଅନୁସାରେ କରୋନା ଭାଇରସର ସଂକଟ ଦେଖାଦେବା ପରେ ବିଶ୍ୱର ସର୍ବ ବୃହତ୍ତ ତୈଳ ଆମଦାନୀକାରୀ ରାଷ୍ଟ୍ର ଚୀନର ଆର୍ଥିକ ପରିସ୍ଥିତି ଲଗାତାର ମାନ୍ଦା ହେବାରେ ଲାଗିଛି। ଏଥିରେ ବିଶ୍ୱର ଅର୍ଥବ୍ୟବସ୍ଥା ବି ଏତେ ଭଲ ନଥିବାରୁ ଏହାର ପ୍ରଭାବ ଇନ୍ଧନର ଗ୍ଲୋବାଲ ଡିମାଣ୍ଡକୁ ବି ପ୍ରଭାବିତ କରୁଛି। ଭୂତାଣୁ ସଂକ୍ରମଣ ଯୋଗୁ ସାରା ବିଶ୍ୱରେ ଅନେକ ଉଡାଣ ସାଙ୍ଗକୁ ସାର୍ବଜନିକ ପରିବହନ ବାତିଲ ହେବାରେ ଲାଗିଛି। ଏଥିଯୋଗୁ ଚୀନର ବିକାଶ ହାର ଏବେ ୩ ଦଶକର ସର୍ବନିମ୍ନ ସ୍ତରରେ ପହଞ୍ଚି ଥିବା ବେଳେ କ୍ରୁଡର ଚାହିଦା ବି ସେହି ଅନୁସାରେ କମିଛି। ଗୁରୁବାର ପ୍ରତି ବାରଲ ପିଛା କ୍ରୁଡ ଦର ୫୫.୪୬ ଡଲାରରେ ପହଞ୍ଚିଥିଲା।

{"id":221574,"sizeSlug":"large"}

ବାଣିଜ୍ୟ ଯୁଦ୍ଧପରେ ଭାଇରସ୍‌
ଚୀନ ଗତ ଦୁଇ ବର୍ଷ ହେଲା ଆମେରିକା ସହ ବାଣିଜ୍ୟ ଯୁଦ୍ଧ କରିଆସୁଥିଲା। ଏବେ ଭୂତାଣୁ ସଂକ୍ରମଣର ଶିକାର ହୋଇଛି। ଚୀନରେ ଭୂତାଣୁ ସଂକ୍ରମଣ ପୂର୍ବରୁ ଦୈନିକ ୧.୪ କୋଟି ବାରଲ କ୍ରୁଡ ଖର୍ଚ୍ଚ ହେଉଥିଲା। ତେବେ ଏବେ ଏଥିରେ ଅନେକ ହ୍ରାସ ହୋଇଥିବା ବେଳେ ଘରୋଇ ଗ୍ୟାସ ଖର୍ଚ୍ଚ ବି ହ୍ରାସ ହୋଇଛି।

{"id":221575,"sizeSlug":"large"}

ଭାରତରେ ଖସୁଛି ଇନ୍ଧନ ଦର
କ୍ରୁଡର ଲଗାତାର ମୂଲ୍ୟ ହ୍ରାସ ଯୋଗୁ ଭାରତରେ ଇନ୍ଧନ ଦର ହ୍ରାସ ହୋଇଛି। ପେଟ୍ରୋଲ ୩ ମାସ ଓ ଡିଜେଲ ୨ ମାସ ପୂର୍ବ ଦରକୁ ଖସିଆସିଛି। ଦେଶର ସର୍ବ ବୃହତ୍ତ ତୈଳ ବିପଣନ ସଂସ୍ଥା ଆଇଓସିଏଲ ଅନୁସାରେ ଶୁକ୍ରବାର ଦିଲ୍ଲୀ, କୋଲକାତା ଓ ମୁମ୍ବାଇରେ ପେଟ୍ରୋଲ ମୂଲ୍ୟରେ ୨୧ ପଇସା ପର୍ଯ୍ୟନ୍ତ ହ୍ରାସ ହୋଇଛି। ତେବେ ଚେନ୍ନାଇରେ ଏହି ହ୍ରାସ ୨୨ ପଇସା ପର୍ଯ୍ୟନ୍ତ ହୋଇଥିବା ଜଣାପଡିଛି। ସେହିପରି ଦିଲ୍ଲୀରେ ପ୍ରତି ଲିଟର ଡିଜେଲ ମୂଲ୍ୟରେ ୨୪ ପଇସା ହ୍ରାସ ହୋଇଥିବା ବେଳେ କୋଲକାତା ଓ ମୁମ୍ବାଇରେ ୨୫ ପଇସା ପର୍ଯ୍ୟନ୍ତ ହ୍ରାସ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.