Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ହରିୟାଣା : ଚଳନ୍ତା କାର ଉପରେ ଓଲଟି ପଡିଲା କଣ୍ଟେନର, ୩ ମୃତ
  • ||
  • ଅଷ୍ଟ୍ରେଲିଆକୁ ଆଉ ଏକ ଝଟକା, ଷ୍ଟାର୍କ ଆହତ, ପ୍ରଥମ ଟି୨୦ରୁ ପଡିବେ ବାଦ୍ !
  • ||
  • ବରଗଡ : ଟ୍ରକ୍‌ ସହ ଧକ୍କା ହେଲା ବରଯାତ୍ରୀ ବୋଲେରୋ, ୩ ମୃତ, ୪ ଗୁରୁତର
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୫୫ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜଧାନୀରୁ ପୁଣି ବ୍ରାଉନସୁଗାର ଜବତ, ୪ ଗିରଫ
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୪୩୪ କରୋନା ସଂକ୍ରମିତ, ୩୨୦୦୧୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆଦିଲ୍ଲୀ : MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ
  • ||
  • ଗୋପ : ଜୀବନ ଯୁଦ୍ଧରେ ହାରିଗଲେ କରୋନା ଯୋଦ୍ଧା, କୋଭିଡ୍ ପଜିଟିଭ୍ ହୋଇ ଶେଷ ନିଶ୍ୱାସ ତ୍ୟାଗ କଲେ ଏଏସଆଇ
  • ||
  • ସୋର : ଘରେ ପଶିଲେ ଦୁର୍ବୃତ୍ତ, ବାପ-ପୁଅଙ୍କୁ ଗୋଡାଇ ଗୋଡାଇ ହାଣିଲେ
  • ||
  • କୋରାପୁଟ : ମିଳିଲାନି ଜାମିନ୍, ନିଜ ବେକ କାଟିଦେଲେ କଏଦୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||

ଅଶୋଧିତ ତୈଳ ଦର ରେକର୍ଡ ହ୍ରାସ ପରେ ଉପଭୋକ୍ତାଙ୍କୁ ମିଳିବ କେତେ ଫାଇଦା ? ଜାଣନ୍ତୁ କ’ଣ ରହିଛି ବଜାରର ଗଣିତ

21/04/2020 at 5:47 PM

ନୂଆଦିଲ୍ଲୀ ୨୧।୦୪: ଗତ ଅନେକ ମାସ ହେବ ଅଶୋଧିତ ତୈଳ ଦର ହ୍ରାସ ପାଇ ଚାଲିଛି। ମାତ୍ର କରୋନା ଭାଇରସ୍‌ ମହାମାରୀ ପ୍ରଭାବ ଏବଂ ଲକ୍‌ଡାଉନ୍ କାରଣରୁ ତୈଳ କ୍ଷେତ୍ରରେ ମନ୍ଦି ଦେଖିବାକୁ ମିଳିଛି। ସ୍ଥିତି ଏମିତି ଉପୁଜିଛି ଯେ, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ଶୂନ୍ୟରୁ ତଳକୁ ଖସି  ବ୍ୟାରେଲ ପିଛା -୪୦ ଡଲାରରେ ପହଞ୍ଚି ଯାଇଛି। ଅର୍ଥାତ ତୈଳ ଦର ୨୧ ବର୍ଷର ସବୁଠୁ ନିମ୍ନସ୍ତରକୁ ଖସି ଆସିଛି। ଏହାର କାରଣର ବିଶ୍ଵର ଅନେକ ଦେଶ ଲକ୍‌ଡାଉନ୍‌ରେ ଅଛନ୍ତି। ଗୋଟିଏ ପଟେ ଯାନବାହାନ ଚଳାଚଳ ଥମି ଯାଇଥିବା ବେଳେ ଅନ୍ୟପଟେ ଅଶୋଧିତ ତୈଳର ଉତ୍ପାଦନ ପୂର୍ବ ପରି ଜାରି ରହିଥିଲା। ଏବେ ସବୁ ଦେଶ ପାଖରେ ପର୍ଯ୍ୟାପ୍ତ ପରିମାଣରେ ତେଲ ମହଜୁଦ ରହିଛି ଏବଂ ତେଲ ରଖିବାକୁ ମଧ୍ୟ ଆଉ ଜାଗା ନାହିଁ। ଫଳରେ ତେଲ୍ ବିକ୍ରି ନହେବାରୁ ତୈଳ ଦର ଅହେତୁକ ହ୍ରାସ ଘଟିଛି। ଏହା ପରେ ମଧ୍ୟ ଭାରତ ସମେତ ପୂରା ଦୁନିଆରେ ସାଧାରଣ ଲୋକଙ୍କୁ ପୂର୍ବ ରେଟ୍‌ରେ ପେଟ୍ରୋଲ ଓ ଡିଜେଲ୍‌ ମିଳୁଛି। ଆସନ୍ତୁ ଜାଣିବା ଏହି ହ୍ରାସ ପରେ ଗ୍ରାହକଙ୍କୁ ଫାଇଦା ମିଳିବ କି ନାହିଁ…

ଓଏଲ ପ୍ରାଇସ୍ ଇନଫରମେସନ ସର୍ଭିସ ସମ୍ଵନ୍ଧିତ ଅଧିକାରୀ ଟମ୍ କ୍ଲୋଜ କହିଛନ୍ତି ଏହାର ଅର୍ଥ ଏହା ନୁହଁ ଯେ ଉପଭୋକ୍ତାଙ୍କୁ ଏଥିରେ କୌଣସି ଲାଭ ମିଳିବା ଥୟ। ସେ କହିଛନ୍ତି ଅଶୋଧିତ ତୈଳ ଦର  ହ୍ରାସ ହୋଇଥିଲେ ମଧ୍ୟ ଏଥିରେ ପେଟ୍ରୋଲ, ଡିଜେଲ୍ କିମ୍ଵା ଗ୍ୟାସ୍‌ର ମୂଲ୍ୟରେ ବହୁତ ଅଧିକ ହ୍ରାସ ସମ୍ଭାବନା ନାହିଁ। ଯାହା କିଛି ବି ହ୍ରାସ ହେବ ତାହା ମେ ସୁଦ୍ଧା ହିଁ ହୋଇପାରେ। ଏହା ବ୍ୟତୀତ ବଡ କଥା ଏହା ଯେ, ଭାରତ ସମେତେ ଅଧିକାଂଶ ସରକାର ହ୍ରାସ ହୋଇଥିବା ତେଲର ଫାଇଦା ଉଠାଇ ନିଜର ତୈଳ ଭଣ୍ଡାରକୁ ଭରିବାରେ ଜୁଟିଛନ୍ତି, ଯେମିତି ଭବିଷ୍ୟତରେ ଏହାର ଲାଭ ମିଳିବ।

ଭାରତ ସରକାର ପୂର୍ବରୁ ଟିକସ କମାଇବା ପ୍ରସ୍ତୁତିରେ

ଭାରତର କଥା ଯଦି କୁହାଯାଏ, ତେବେ ସରକାର କରୋନା ଫଣ୍ଡରେ ଖର୍ଚ୍ଚ ହେଉଥିବା ରାଶିର ଭରଣା ଅଶୋଧିତ ତୈଳରେ ହୋଇଥିବା ହ୍ରାସ ଜରିଆରେ କରିବାକୁ ଯୋଜନା ରଖିଛି। ସରକାରଙ୍କ ପକ୍ଷରୁ ପୂର୍ବରୁ ହିଁ ସଂସଦରେ ଆଇନରେ ପରିବର୍ତ୍ତନ କରାଯାଇଛି। ଏବେ ସରକାର ପେଟ୍ରୋଲରେ ଟିକସ୍ ଭାବେ ୧୮ ଟଙ୍କା ଓ ଡିଜେଲ୍ ଉପରେ ୧୨ ଟଙ୍କା ଆଦାୟ କରି ପାରିବେ।

କେବେ ବଢିବ ଅଶୋଧିତ ତୈଳ

ତୈଲ ବଜାରର ବିଶେଷଜ୍ଞଙ୍କ ଅନୁଯାୟୀ କରୋନା ସଙ୍କଟ ଅତିବାହିତ ହେବା ପରେ ମଧ୍ୟ ଅଶୋଧିତ ତୈଳ ଦର ଶୀଘ୍ର ବୃଦ୍ଧି ହେବ ନାହିଁ କାରଣ ସଂପ୍ରତି ଯେଉଁ ଷ୍ଟକ୍ ରହିଛି ତାହା ଶେଷ ହେବାରେ ସମୟ ଲାଗିବ। ତେଣୁ ଅନେକ ମାସ ପର୍ଯ୍ୟନ୍ତ ଅଶୋଧିତ ତୈଳ ଦର  ହ୍ରାସ ଘଟି ଚାଲିବ।

   Related Posts