ଇରାନ ଟେନ୍‌ସନ ଲାଗି ବଢିବ ତେଲ ଦର, ଭାରତ ଆଗରେ ଦୁଇଟି ବଡ ସଂକଟ

Published By : Prameya-News7 Bureau | January 04, 2020 IST

ନୂଆଦିଲ୍ଲୀ ୪.୧- ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଯୋଗୁଁ ତୈଳ ବଜାର ଉପରେ ପଡିଛି ଫଟାଫଟ ପ୍ରଭାବ । ଶୁକ୍ରବାର ହିଁ ଅଶୋଧିତ ତୈଳ ଦର ୪ ପ୍ରତିଶତ ବଢିଛି । ଏକ ହିସାବ ଅନୁଯାୟୀ ଅଶୋଧିତ ତୈଳବ୍ୟାରେଲ ୩ ଡଲାର ମହଙ୍ଗା ହୋଇଛି । ଏହାର ପ୍ରଭାବ ସିଧାସଳଖ ଭାରତୀୟ ବଜାର ଏବଂ ଖାଉଟିଙ୍କ ଉପରେ ପଡିବା ପ୍ରାୟ ନିଶ୍ଚିତ । ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଭାରତ ଉପରେ ଦୁଇଟି ବଡ ପ୍ରଭାବ ପକାଇବ ଯାହାକି, ସରକାରଙ୍କ ପାଇଁ ସଙ୍ଗୀନ ସମସ୍ୟା ଛିଡା କରିବା ନିଶ୍ଚିତ ।

 ଭାରତ ହେଉଛି ବିଶ୍ୱର ତୃତୀୟ ବହତ୍ତମ ତୈଳ ଆମଦାନୀକାରି ରାଷ୍ଟ୍ର । ତେଣୁ ମଧ୍ୟପ୍ରାଚ୍ୟରେ ଉତ୍ତେଜନାରେ ଭାରତ ପ୍ରଭାବିତ ହେବା ଆଶଙ୍କା ବେଶି । କାରଣ ଯଦି ତୈଳ ଯୋଗାଣ ବାଧାପ୍ରାପ୍ତ ହୁଏ ତେବେ ସମସ୍ୟା ହେବ ଏବଂ ତାହା ଦୁଇଟି କାରଣରୁ ଭାରତ ପାଇଁ ସଙ୍ଗୀନ ହେବ । ପ୍ରଥମତଃ ଏହା ଅର୍ଥନୀତି ଉପରେ ସିଧାସଳଖ ପ୍ରଭାବ ପକାଇବ ।ମାନ୍ଦା ଅବସ୍ଥାରୁ ଅର୍ଥନୀତିକୁ ପୁଣି ଧାରାକୁ ଫେରାଇଆଣିବାକୁ ସଂଘର୍ଷ କରୁଥିବା ସରକାରଙ୍କ ପାଇଁ  ତେଲ ଦର ବୃଦ୍ଧି ଅର୍ଥନୀତି ସହ ଉପଭୋକ୍ତାଙ୍କ  ମାନସିକାତାକୁବି  ପ୍ରଭାବିତ କରିବାର ଆଶଙ୍କା ଅଧିକ ।

ଏହା ପରେ ମଧ୍ୟପ୍ରାଚ୍ୟ ଉତ୍ତେଜନାର ଦ୍ବିତୀୟ ପ୍ରଭାବ ଟି ହେଲା ତୈଳ ଯୋଗାଣରେ ବାଧା ସୃଷ୍ଟି ହୋଇପାରେ । ଯଦି ପାରମ୍ପରିକ ଯୋଗାଣ ରାସ୍ତାରେ ପ୍ରତିବନ୍ଧକ ଆସେ ତେବେ ସରକାରଙ୍କୁ ବିକଳ୍ପ ଯୋଗାଣ ରାସ୍ତାରେ ତୈଳ ଆମଦାନୀ କରିବାକୁ ହେବ । କିନ୍ତୁ ତାହା ଆର୍ଥିକ ବୋଝ ବଢାଇବା ନିଶ୍ଚିତ । ତେଣୁ ଇରାନ ଟେନ୍‌ସନ୍‌ ଭାରତ ପାଇଁ ସମସ୍ୟା ହିଁ ସମସ୍ୟା ।କାରଣ ଇରାନ ନିକଟ ହରମୁଜ ପ୍ରାଣାଳୀ ଏକ ପ୍ରମୂଖ  ତୈଳ ଯୋଗାଣ ରୁଟ୍‌ ହୋଇଥିବାରୁ ଆଶଙ୍କା ବଢିଛି ।କେବଳ ହରମୁଜ ପ୍ରଣାଳୀ ନୁହେଁ ଇରାନ୍- ଓମାନ ମଧ୍ୟସ୍ତ ପ୍ରଣାଳୀ ଦେଇ ଭାରତ ଆମଦାନୀ କରୁଥିବା  ଦୁଇ ତୃତୀୟାଂଶ ଅଶୋଧିତ ତୈଳ ଏବଂ ଅଧା ଏଲଏନଜିର ପରିବହନ ହୋଇଥାଏ ।  ତେଣୁ ଏହି ରାସ୍ତା ବନ୍ଦ ହେଲେ ଭାରତକୁ ଅଧିକ ସମସ୍ୟା ହେବ ।

 ଅଶୋଧିତ ତୈଳ ଦର ବୃଦ୍ଧି ଫଳରେ  ଦେଶରେ ପେଟ୍ରୋଲ ପମ୍ପରେ ପୋଟ୍ରୋଲ- ଡିଜେଲ ତ ମହଙ୍ଗା ହେବ , ତା ସାଙ୍ଗକୁ ତେଲ ବିଲ୍ ବଢିବ ।ସାଧାରଣ  ଖାଉଟି ପ୍ରଭାବିତ ହେବେ । ଏହା ସହ ଏହା  ବିଭିନ୍ନ ସାମଗ୍ରୀର ଦରବୃଦ୍ଧିର କାରଣ ବି ହେବ । ତାହା ସରକାରଙ୍କ ସାମାଜିକ ଯୋଜନା , ରିହାତି ସହ ବିଭିନ୍ନ  କାର୍ଯ୍ୟକ୍ରମକୁ ବି ପ୍ରଭାବିତ କରିପାରେ । ତେଲ ଦର ବୃଦ୍ଧି ଆଗକୁ ଦିଲ୍ଲୀ ବିଧାନସଭା ନିର୍ବାଚନ ଥିବାରୁ ତୈଳ ଦରବୃଦ୍ଧିର ପ୍ରଭାବ ରାଜନୈତୀକ ପ୍ରଭାବର ଆଶଙ୍କା ବି ଏଡାଇ ଦିଆ ନ ଯାଇପାରେ । 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.