ଟଙ୍କା ଶସ୍ତା, ତେଲ ମହଙ୍ଗା ; ଅଣାୟତ୍ତ ହେଉଛି ପେଟ୍ରୋଲ ଡିଜେଲ ଦର

Published By : Prameya-News7 Bureau | September 01, 2018 IST

ଭୁବନେଶ୍ୱର ୧/୯ : ଟଙ୍କା ଶସ୍ତା, ତେଲ ମହଙ୍ଗା, ଅଣାୟତ୍ତ ହେଉଛି ପେଟ୍ରୋଲ ଡିଜେଲ ଦର | ଗୋଟିଏ ପଟେ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ଦିନକୁ ଦିନ ଖସି ଚାଲିଛି | ଅନ୍ୟପଟେ ପେଟ୍ରୋଲ ଡିଜେଲ ଦର ପ୍ରତିଦିନ ହୁ ହୁ ହୋଇ ବଢ଼ିବାରେ ଲାଗିଛି | ଆନ୍ତର୍ଜାତିକ ବଜାରରେ ତେଲ ଦର ବଢୁଛି | ପେଟ୍ରୋଲ ଓ ଡିଜେଲ ଦର ରେକର୍ଡ ପରିମାଣରେ ବଢୁଛି | ଭୁବନେଶ୍ୱରରେ ଡିଜେଲ ଦର ଲିଟର ପିଛା ଟ ୭୫.୫୫ ପଇସା ଥିବାବେଳେ ପେଟ୍ରୋଲ ଦର ଲିଟର ପିଛା ଟ ୭୭.୫୫ ପଇସା ରହିଛି | ଦେଶର ଅନ୍ୟାନ୍ୟ ସ୍ଥାନରେ ମଧ୍ୟ ତେଲ ଦର ରେକର୍ଡ ପରିମାଣରେ ବଢିଛି | ଦିଲ୍ଲୀରେ ପେଟ୍ରୋଲ ଦର ସର୍ବାଧିକ ୭୮.୨୫ ଥିବା ବେଳେ ଡିଜେଲ ଟ ୭୦.୨୧ପଇସା ରହିଛି | ଇରାନ ବିରୋଧରେ ଆମେରିକାର କଟକଣା ଏବଂ ସାଉଦି ଆରବରେ ତେଲ ଉତ୍ପାଦନ ହ୍ରାସ ଯୋଗୁଁ ଅଶୋଧିତ ତେଲ ଦର ବଢୁଛି | ଆଗକୁ ସ୍ଥିତି ଆହୁରି ଭୟଙ୍କର ହେବାର ଆଶଙ୍କା କରାଯାଉଛି | ଏପଟେ ଆମେରିକୀୟ ଡଲାର ତୁଳନାରେ ଟଙ୍କାର ମୂଲ୍ୟ ସର୍ବକାଳୀନ ହ୍ରାସ ପାଇଛି | ଯାହାକି ଏବେ ୭୧ ଟଙ୍କାରେ ପହଂଚିଛି | ଆକଳନ ହିସାବରେ ଗୋଟିଏ ପରିବାରର ହରହରୀ ଖର୍ଚ୍ଚ ୧୦ ପ୍ରତିଶତ ବୃଦ୍ଧି ପାଇଛି | ଏସୀୟ ରାଷ୍ଟ୍ର ମଧ୍ୟରେ ସବୁଠାରୁ ଦୁର୍ବଳ ସ୍ଥରରେ ରହିଛି ଭାରତୀୟ ମୁଦ୍ରା | ଗତ ୮ ମାସ ମଧ୍ୟରେ ଦଳର ତୁଳନାରେ ଟଙ୍କାର ମୂଲ୍ୟ ୯.୭ ପ୍ରତିଶତ କୁ ଖସିଛି | ଟଙ୍କାର ମୂଲ୍ୟ ହ୍ରାସ ପାଇବା ପରେ ଆମଦାନୀ ହେଉଥିବା ସମସ୍ତ ଖାଉଟି ସାମଗ୍ରୀ ମହଙ୍ଗା ହେବ | ଛୋଟ ଛୋଟ ରଫାଟଣି କମ୍ପାନୀ ଭିତରେ କଡା ଟକ୍କର ହେବ ଯାହା ଫଳରେ ରଫାଟଣି କାରବାର ପ୍ରଭାବିତ ହେବ | ଦେଶରେ ପେଟ୍ରୋଲ ଓ ଡିଜେ ଦର ବୃଦ୍ଧି ପଛରେ ଟଙ୍କାର ମୂଲ୍ୟ ହାସ ଏକ ବଡ କାରଣ ବୋଲି କୁହାଯାଉଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.