ଅଶୋଧିତ ତୈଳ ବଜାର ନରମ, ଚାହିଦା ହ୍ରାସ ଯୋଗୁ ଦ୍ୱିତୀୟ ଦିନ ବଢ଼ିପାରିଲାନି ଦର, ଜାଣନ୍ତୁ କମିଲା କେତେ?

Published By : Prameya-News7 Bureau | September 29, 2021 IST

ନୂଆଦିଲ୍ଲୀ ୨୯।୯: ବଢ଼ିବଢ଼ି ଚାଲିଥିବା ଅଶୋଧିତ ତୈଳ ମୂଲ୍ୟରେ ଅଚାନକ ବ୍ରେକ୍‌  ଲାଗିଛି। ବୁଧବାର ଲଗାତାର ଦ୍ୱିତୀୟ ଦିନ ମୂଲ୍ୟ ହ୍ରାସ ହୋଇଛି। ଚୀନ୍‌ର ଚାହିଦା ହ୍ରାସ ଓ ଆମେରିକା କ୍ରୁଡ ଇନଭେଣ୍ଟ୍ରିରେ ଦ୍ରୁତ ଅଭିବୃଦ୍ଧିରୁ ଆଗକୁ ଆଉ ମୂଲ୍ୟ ବୃଦ୍ଧି ହୋଇନପାରେ ବୋଲି ଆକଳନ କରାଯାଉଛି। ଏଣୁ ଗତ ଦୁଇ ଦିନରେ ବ୍ରେଣ୍ଟ କ୍ରୁଡ ପ୍ରତି ବାରଲ ମୂଲ୍ୟରେ ୩ ଡଲାର ହ୍ରାସ ହେଲାଣି। ବୁଧବାର ପ୍ରାରମ୍ଭିକ କିଣାବିକାରେ ବ୍ରେଣ୍ଟ କ୍ରୁଡ ପ୍ରତି ବାରଲ ୭୮ ଡଲାର ତଳେ କାରବାର କରିଛି। ଯାହା ପୂର୍ବ କାରବାର ତୁଳନାରେ ୧.୭ ପ୍ରତିଶତ ହ୍ରାସ ବୋଲି ଏବେ ବୁଝା ଯାଉଛି।

{"id":519536,"width":838,"height":608,"sizeSlug":"full","linkDestination":"none"}

ଗତ ସୋମବାର ବ୍ରେଣ୍ଟ କ୍ରୁଡ ବାରଲପିଛା ଦର ୮୦.୭୫ ଡଲାରରେ କିଣାବିକା ହୋଇଥିଲା। ଯାହା ଗତ ୩ ବର୍ଷରେ ସର୍ବୋଚ୍ଚସ୍ତରରେ ପହଞ୍ଚିଥିଲା। ତେବେ ମଙ୍ଗଳବାର ବଜାରରେ ବ୍ରେଣ୍ଟକ୍ରୁଡର ଏହି ଟାଣ ନଥିଲା। ମଙ୍ଗଳବାର ଓ ବୁଧବାର ଲଗାତାର ମୂଲ୍ୟ ହ୍ରାସର ସମ୍ମୁଖୀନ ହୋଇଛି। ମଙ୍ଗଳବାର ବାରଲ ପିଛା ୨ ଡଲାର ଶସ୍ତା ହୋଇଥିବା ବେଳେ ବୁଧବାର ପୁଣି ୧ ଡଲାର ହ୍ରାସ ହୋଇଛି। ସେପଟେ ଡବ୍ଲୁଟିଆଇ କ୍ରୁଡ ବାରଲପିଛା ମୂଲ୍ୟ ବୁଧବାର ୨ ପ୍ରତିଶତ ହ୍ରାସ ସହ ୭୪ ଡଲାରକୁ ଚାଲିଆସିଛି।

{"id":519537,"width":841,"height":473,"sizeSlug":"full","linkDestination":"none"}

ଚୀନ ଆଉସିଂ ସେକ୍ଟରରେ ଦେଖା ଦେଇଥିବା ସ୍ଥାଣୁତା ଓ ବିଦ୍ୟୁଟ କଟକଣା ଯୋଗୁ ଔଦ୍ୟୋଗିକ ଗତିବିଧି ହ୍ରାସ ଦେଶର ତୈଳ ଚାହିଦାକୁ ମଧ୍ୟ ହ୍ରାସ କରିଛି। ସେପଟେ ଆମେରିକା ଇଭେଣ୍ଟ୍ରିରେ ଅଚାନକ ବୃଦ୍ଧି ବଜାରରେ ଚାହିଦାକୁ ଅସ୍ଥିର କରିଛି। ଏଣୁ ଚାହିଦା ହ୍ରାସ ମୂଲ୍ୟ ହ୍ରାସର କାରଣ ହୋଇଥିବାରୁ ଅଶୋଧିତ ତୈଳ ମୂଲ୍ୟ ଆହୁରି ହ୍ରାସ ହେବ ବୋଲି ଅନୁମାନ କରାଯାଉଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.