ସିଆରପିଏଫକୁ ମିଳିବ ୧୦୦ ସ୍ୱତନ୍ତ୍ର କୁକୁର, ନକ୍ସଲ-ଆତଙ୍କବାଦୀ ପ୍ରଭାବିତ ଅଞ୍ଚଳରେ ସୁରକ୍ଷାକର୍ମୀଙ୍କୁ କରିବେ ସାହାଯ୍ୟ

Published By : Prameya-News7 Bureau | January 20, 2022 IST

ନୂଆଦିଲ୍ଲୀ,୨୦/୦୧: ସିଆରପିଏଫରେ ଭର୍ତ୍ତି ହେବେ ୧୦୦ରୁ ଅଧିକ ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର । ନକ୍ସଲ ପ୍ରଭାବିତ ଅଞ୍ଚଳରେ ନକ୍ସଲ ଏବଂ ଜମ୍ମୁ କଶ୍ମୀରରେ ଆତଙ୍କବାଦୀଙ୍କୁ ମୁକାବିଲା କରିବାରେ ଏହି କୁକୁରମାନେ ଯବାନଙ୍କୁ ସାହାଯ୍ୟ କରିବେ।

ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ କେ କେ ୯ ୟୁନିଟ ପାଇଁ ୧୦୦ କୁକୁର ଛୁଆ ବାହାରୁ ଅଣାଯିବ । କିଛି ଦିନ ଯନ୍ତ୍ର ନେବା ପାଇଁ ଏହି କୁକୁର ଛୁଆ ଗୁଡିକୁ ଡଗ୍ ବ୍ରିଡିଂ ଆଣ୍ଡ ଟ୍ରେନିଂ ସ୍କୁଲ ବେଙ୍ଗାଲୁରୁ ପଠାଯିବ। ସେଠାରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ । ସାଧାରଣତଃ କୁକୁର ଛୁଆ ଗୁଡିକୁ ଜନ୍ମର ୯୦ ଦିନ ପରେ ପ୍ରଶିକ୍ଷଣ ଦିଆଯାଇଥାଏ।

ଅଧିକାରୀଙ୍କ ସୂଚନା ଅନୁସାରେ, ନକ୍ସଲ ଏବଂ ଆତଙ୍କବାଦୀଙ୍କ ଆଇଇଡି ପ୍ରଭାବିତ ଅଞ୍ଚଳରେ ସିଆରପିଏଫଙ୍କୁ ଅପେରସନ ସମୟରେ ଅସୁବିଧାର ସାମ୍ନା କରିବାକୁ ପଡୁଛି। ଏହାକୁ ନଜରରେ ରଖି ସିଆରପିଏଫ ପାଇଁ ବେଲଜିୟମ ସେଫର୍ଡ ମିଲିନୋଇସ ପ୍ରଜାତିର କୁକୁର ଛୁଆ କିଣିବାକୁ ଯୋଜନା କରାଯାଉଛି। ଅଧିକାରୀ ଜଣଙ୍କ କହିଛନ୍ତି, ନକ୍ସଲ ପ୍ରଭାବିତ ଅଞ୍ଚଳରେ ଯବାନଙ୍କ ପାଇଁ ବଡ ଉପକାରୀ ହେବ । ପାଟ୍ରୋଲିଂ ପାଇଁ ଯବାନ ଯିବା ସମୟରେ କୁକୁର ଗୁଡିକ ଆଗରେ ରହି ଆଇଇଡି, ଲ୍ୟାଣ୍ଡ ମାଇନକୁ ଧରିବାରେ ସଫଳ ହେବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.