କାଶ୍ମୀର ବାରାମୂଳାରେ ସିଆରପିଏଫ ଯବାନଙ୍କ ଗାଡିକୁ ଧକା ଦେଲା ଟାଟା ସୁମୋ : ୪ ଯବାନ ଗୁରୁତର

Published By : Prameya-News7 Bureau | February 23, 2019 IST

ବାରାମୂଳା ୨୩/୨ : ଜାମ୍ମୁ କାଶ୍ମୀର ବାରମୂଳାରେ ସିଆରପିଏଫ ଯବାନଙ୍କ ଗାଡିକୁ ଧକ୍କା ଦେଲା କାର | ଫଳରେ ୪ ଯବାନଙ୍କ ସମେତ ୯ଜଣ ଗୁରୁତର ଅଛନ୍ତି | ଗୁରୁତରଙ୍କୁ ବାରମୂଳା ହସ୍ପିଟାଲରେ ଭର୍ତ୍ତି କରାଯାଇଛି | ବାରମୂଳାର ବୀରବାଣ କଲୋନୀରେ ସିଆରପିଏଫ ଗାଡି ସାମ୍ନା ପଟୁ ଆସୁଥିବା ଏକ ଟାଟା ସୁମୋ ସହ ଧକ୍କା ହୋଇଥିଲା | ସୁମୋରେ ଧକ୍କା ହେବା ଫଳରେ ସିଆରପିଏଫ ଯବାନଙ୍କ ଗାଡି ଓଲଟି ଯାଇଥିଲା | ଗାଡିରେ ଥିବା ୪ଜଣ ଯବାନ ଗୁରୁତର ଆହତ ହୋଇଛନ୍ତି | ଅପରପକ୍ଷରେ ସୁମୋରେ ଥିବା ୫ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି | ଏବେ ଯାଏଁ ଆହତମାନଙ୍କ ପରିଚୟ ମିଳିପାରିନାହିଁ | ପୋଲିସ ଘଟଣାସ୍ଥଳରେ ପହଂଚି ଏକ ମାମଲା ରୁଜ୍ଜୁ କରି ତଦନ୍ତ କରୁଛି | ପୁଲୱାମା ଆତଙ୍କୀ ହମଲାର ଠିକ ୮ ଦିନ ପରେ ଏହି ଦୁର୍ଘଟଣା ଘଟିଛି |


ପୁଲୱାମା ହମଲା ପରେ କାଶ୍ମୀର ଘାଟିରେ ସୁରକ୍ଷା ବ୍ୟବସ୍ଥା କଡ଼ାକରି କରାଯାଇଛି | ସୈନ୍ୟ ଅଧିକାରୀଙ୍କ ଛୁଟି ମଧ୍ୟ ରଦ୍ଦ କରି ଦିଆଯାଇଛି | ଘାଟି ଯେକୌଣସି ଆତଙ୍କବାଦୀ ହାବଭାବକୁ ବାଧା ଦେବା ପାଇଁ ସୁରକ୍ଷା ବ୍ୟବସ୍ଥା କଡା କରାଯାଇଛି |

{"id":87963}


ଗତକାଲି ରାତିରେ ଜାମ୍ମୁ କାଶ୍ମୀର ପୋଲିସ ଜମାତ-ଏ-ଇସ୍ଲାମୀ ଜାମ୍ମୁ କାଶ୍ମୀର ବିରୋଧରେ ମୋକଦ୍ଦମା କରିଥିଲା ଏବଂ ସଂଗଠନର ମୁଖ୍ୟ ଅବଦୁଲ ହମିଦ ସମେତ ୨୪ ସଦସ୍ୟଙ୍କୁ ହେପାଜତକୁ ନିଆଯାଇଥିଲା | ଗିରଫଙ୍କ ମଧ୍ୟରେ ଦ.ଅବଦୁଲ ହମିଦ ଏବଂ ଓକିଲ ଜାହିଦ ଅଲି ମଧ୍ୟ ରହିଛି | ବିଛିନ୍ନତାବାଦୀ ସଂଗଠନ ତାହରିଫ ସମ୍ବନ୍ଧୀୟ ସଂଗଠନ ଉପରେ ପ୍ରଥମଥର ବଡ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା | ଏହି କାର୍ଯ୍ୟାନୁଷ୍ଠାନ ପରେ ସଂଗଠନ ଏକ ବୟାନ ଜାରି କରି ପୋଲିସ ତାଙ୍କ ସଂଗଠନର ସଦସ୍ୟଙ୍କୁ ଗିରଫ କରିଥିବା ଘଟଣାକୁ ନିନ୍ଦା କରିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.