Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଟକ : ଆଜି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ
  • ||
  • ପାଟଣା : ଛିଡିଲାନି ଭାଗବଣ୍ଟା, ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ଭଉଣୀ
  • ||
  • କଟକ : ରେଭେନ୍ସା ବିଶ୍ବବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୟ ନାୟକ
  • ||
  • ଭୁବନେଶ୍ବର : ନାବାଳିକା ଗଣଦୁଷ୍କର୍ମ ମାମଲା, ଅପ୍ରେଲ ୫ରେ ଚୂଡାନ୍ତ ଶୁଣାଣି
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୪ କୋଭିଡ୍ ସଂକ୍ରମିତ, ୩୩୪୦୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ମେ’ ରେ ହେବ କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ନିର୍ବାଚନ, ସିଡବ୍ଲ୍ୟୁସି ବୈଠକ ପରେ ବଡ ଘୋଷଣା କଲା ଦଳ
  • ||
  • ହୁ ହୁ ହୋଇ ବଢୁଛି ତୈଳଦର, ମୁମ୍ବାଇରେ ୯୧ ଟଙ୍କା ଉପରେ ପେଟ୍ରୋଲ ଦାମ୍
  • ||
  • ରାଉରକେଲା : ନିଆଁ ପୁଇଁବା ହେଲା କାଳ, ଦଳିଦେଲା ଦନ୍ତା, ଚାଲିଗଲା ଜୀବନ
  • ||
  • ଝଲସିବ ଅର୍କ କ୍ଷେତ୍ର : ନୂଆ ରୂପ ପାଇବ କୋଣାର୍କ ସୂର୍ଯ୍ୟ ମନ୍ଦିର, ପର୍ଯ୍ୟଟକଙ୍କୁ ମିଳିବ ବିଶ୍ୱସ୍ତରୀୟ ସୁବିଧା
  • ||
  • ଆଜି ବସୁଛି କଂଗ୍ରେସର ସିଡବ୍ଲ୍ୟୁସି ବୈଠକ, ଅଧ୍ୟକ୍ଷ ନିର୍ବାଚନ ନେଇ ହେବ ଆଲୋଚନା !
  • ||

CRPFରେ ପଦ ଖାଲି, ୧.୪୨ ଲକ୍ଷ ପର୍ଯ୍ୟନ୍ତ ଦରମା, ଜାଣନ୍ତୁ ଆବେଦନ କରିବାର ତାରିଖ

12/07/2020 at 8:37 PM

CRPF paramedical staff recruitment 2020

ସେଣ୍ଟ୍ରାଲ ରିଜର୍ଭ ପୋଲିସ୍‌ ଫୋର୍ସ(CRPF) ପାରାମେଡିକାଲ ଷ୍ଟାଫ ଶତାଧିକ ଅଲଗା ପଦରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏଥିପାଇଁ ଅଧିକାରୀ ଓ୍ଵେବ୍‌ସାଇଟ୍ crpf.gov.inରେ ବିଜ୍ଞପ୍ତି ଜାରି କରାଯାଇଛି। ଯେଉଁ ପଦରେ ଭର୍ତ୍ତି ହେବାର ଅଛି,  ସେହି ପଦ ପାଇଁ ମାସିକ ବେତନ ୧.୪୨ ଲକ୍ଷ ପର୍ଯ୍ୟନ୍ତ ରହିଛି।

କେଉଁ ପଦରେ ଭର୍ତ୍ତି ହେବାକୁ ଯାଉଛି ? ଆବେଦନ କରିବାର ଶେଷ ତାରିଖ କେବେ ରହିଛି ? ଏହାର ସୂଚନା ନିମ୍ନରେ ଦିଆଯାଇଛି। ଏହା ସହିତ ନିଯୁକ୍ତି ପାଇଁ ଜାରି ବିଜ୍ଞପ୍ତି ଓ ଅଧିକାରୀ ଓ୍ଵେବ୍‌ସାଟଇ୍ ପାଇଁ ଲିଙ୍କ୍ସ ମଧ୍ୟ ଦିଆଯାଉଛି।

କେଉଁ ପଦ ପାଇଁ କେତେ ଭେକେନ୍ସି                                       

ଇନ୍ସପେକ୍ଟର(ଡାଏଟିସିଆନ)- ୧ ପଦ

ସବ ଇନ୍ସପେକ୍ଟର(ଷ୍ଟାଫ ନର୍ସ)- ୧୭୫ ପଦ

ସବ ଇନ୍ସପେକ୍ଟର(ରେଡିଓଗ୍ରାଫର)- ୮ ପଦ

ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର(ଫାର୍ମାସିଷ୍ଟ)- ୮୪ ପଦ

ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର(ଫିଜିଓଥେରାପିଷ୍ଟ)- ୫ ପଦ

ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର(ଡେଣ୍ଟାଲ ଟେକ୍ନିସିଆନ)- ୪ ପଦ

ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର(ଲ୍ୟାବ୍ ଟେକ୍ନିସିଆନ)- ୬୪ ପଦ

ଆସିଷ୍ଟାଣ୍ଡ ସବ ଇନ୍ସପେକ୍ଟର/ଇଲେକ୍ଟ୍ରୋ କୋରିଓଗ୍ରାଫି ଟେକ୍ନିସିଆନ- ୧ ପଦ

ହେଡ କନଷ୍ଟେବଲ(ଫିଜିଓଥେରାପିଷ୍ଟ/ନର୍ସିଂ ଆସିଷ୍ଟାଣ୍ଡ/ମେଡିକ)- ୮୮ ପଦ

ହେଡ କନଷ୍ଟେବଲ(ଏଏନଏମ/ମିଡଓ୍ଵାଇଫ)- ୩ ପଦ

ହେଡ କନଷ୍ଟେବଲ(ଡାଏଲିସିସ ଟେକ୍ନିସିଆନ)- ୮ ପଦ

ହେଡ କନଷ୍ଟେବଲ(ଜୁନିୟର ଏକ୍ସରେ ଆସିଷ୍ଟାଣ୍ଡ)- ୮୪ ପଦ

ହେଡ କନଷ୍ଟେବଲ(ଲ୍ୟାବ୍ ଆସିଷ୍ଟାଣ୍ଡ)- ୫ ପଦ

ହେଡ କନଷ୍ଟେବଲ(ଇଲେକ୍ଟ୍ରିସିଆନ)- ୧ ପଦ

ହେଡ କନଷ୍ଟେବଲ(ଷ୍ଟିଓ୍ଵର୍ଡ)- ୩ ପଦ

କନଷ୍ଟେବଲ(ମସାଲଚି)- ୪ ପଦ

କନଷ୍ଟେବଲ(ରୋଷେଇ)- ୧୧୬ ପଦ

କନଷ୍ଟେବଲ(ସଫେଇ କର୍ମଚାରୀ)- ୧୨୧ ପଦ

କନଷ୍ଟେବଲ(ଧୋବି)- ୫ ପଦ

କନଷ୍ଟେବଲ(W/C)-୩ ପଦ

କନଷ୍ଟେବଲ(ଟେବୁଲ ବୟ)- ୧ ପଦ

କନଷ୍ଟେବଲ(ଭେଟନାରୀ)- ୩ ପଦ

ମୋଟ୍ ପଦ ସଂଖ୍ୟା- ୭୮୯

ଆବେଦନର ସୂଚନା

ଏହି ପଦରେ ହେବାକୁ ଥିବା ଭର୍ତ୍ତି/ନିଯୁକ୍ତି ପାଇଁ ଆଶାୟୀଙ୍କୁ ଅନଲାଇନ୍‌ ଜରିଆରେ ଆବେଦନ କରିବାକୁ ପଡିବ। ଅନଲାଇନ୍ ଆବେଦନ କରିବାର ପ୍ରକ୍ରିୟା ୨୦୨୦ ଜୁଲାଇ ୨୦ରୁ ଆରମ୍ଭ ହେବ। ଆବେଦନର ଶେଷ ତାରିଖ ୨୦୨୦ ଅଗଷ୍ଟ ୩୧ ରହିଛି। ଏହି ପଦ ପାଇଁ ଲିଖିତ ପରୀକ୍ଷା ଜରିଆରେ ନିଯୁକ୍ତି ଦିଆଯିବ। ଲିଖିତ ପରୀକ୍ଷା ୨୦୨୦ ଡିସେମ୍ବର ୨୦ ତାରିଖରେ ଅନୁଷ୍ଠିତ ହେବ।

ଏହି ସବୁ ସହରରେ ହେବ ପରୀକ୍ଷା

ନୂଆଦିଲ୍ଲୀ, ହାଇଦ୍ରାବାଦ, ଗୌହ୍ଵାଟୀ, ଜମ୍ମୁ, ପ୍ରୟାଗରାଜ, ଆଜମେର, ନାଗପୁର, ମୁଜଫରପୁର, ପଲ୍ଲିପୁରମ

ଜରୁରୀ ଶିକ୍ଷାଗତ ଯୋଗ୍ୟତା

ଏହି ନିଯୁକ୍ତିରେ ଅଲଗା ଅଲଗା ପଦ ରହିଛି। ବିଭିନ୍ନ ପଦ ପାଇ ଶିକ୍ଷାଗତ ଯୋଗ୍ୟତା ଏବଂ ବୟସ ସୀମା ମଧ୍ୟ ଅଲଗା ଅଲଗା ରହିଛି। ଏହି ସମ୍ଵନ୍ଧରେ ବିସ୍ତୃତ ସୂଚନା ପାଇଁ ନିମ୍ନରେ ଦିଆଯାଇଥିବା ନୋଟିଫିକେସନରେ କ୍ଲିକ୍ କରି ପାଇ ପାରିବେ।

http://www.davp.nic.in/WriteReadData/ADS/eng_19140_1_2021b.pdf

   Related Posts