ଦେବଦୂତ ସାଜିଲେ CRPF କମାଣ୍ଡର, ଖରାପ ରାସ୍ତା ଯୋଗୁଁ ଗର୍ଭବତୀ ମହିଳାଙ୍କୁ ୬କିମି ଭାରରେ ବୁହାଇଲେ ଯବାନ

Published By : Prameya-News7 Bureau | January 22, 2020 IST

ବିଜାପୁର ୨୨।୦୧: ଗର୍ଭବତୀ ମହିଳାଙ୍କ ପାଇଁ ଦେବଦୂତ ସାଜିଲେ ଯବାନ । ଛତିଶଗଡର ନକ୍ସଲ ପ୍ରଭାବିତ ଅଞ୍ଚଳ ବିଜାପୁର ଜିଲ୍ଲା ମୁତୟନ ଥିବା CRPF ଯବାନମାନେ ଜଣେ ଗର୍ଭବତୀ ମହିଳାଙ୍କୁ ଭାର ସାହାର୍ଯ୍ୟରେ ଛଅ କିଲୋମିଟର ବୋହି ଆଣିଛନ୍ତି । ମହିଳାଙ୍କୁ ଭାରରେ ବୋହି ଆଣି ମେଡିକାଲରେ ପହଞ୍ଚାଇଲେ ଯବାନ ।

ସୂଚନାଯୋଗ୍ୟ ଯେ, ୮୫ ବାଟାଲିୟନ୍‌ର ସିଆରପିଏଫ୍ ଯବାନମାନେ ବିଜାପୁର ଜିଲ୍ଲା ପଦେଡା ଗାଁରେ ନକ୍ସଲ ବିରୋଧୀ ଅପରେସନ ସାମିଲ୍‌ ଥିଲେ । ଏହି ସମୟରେ ସ୍କୁଲରେ ପଢୁଥିବା ଜଣେ ଛାତ୍ର ଗର୍ଭବତୀ ମହିଳାଙ୍କ ସମ୍ପର୍କରେ ଆସି ଯବାନମାନଙ୍କୁ ସୂଚନା ଦେଇଥିଲା । ତେବେ ଉପସ୍ଥିତି ଥିବା ଯବାନମାନଙ୍କ ଉପରିସ୍ଥ ଅଧିକାରୀଜଣଙ୍କ ତତ୍‌କ୍ଷତଣତା ମହିଳାଙ୍କ ଘରେ ପହଞ୍ଚିଥିଲା । ଯବାନଙ୍କ ସହ ପ୍ରାଥମିକ ଉପଚାର କରିବା ପାଇଁ ମେଡିକାଲ ଟିମ୍‌ ମଧ୍ୟ ଉପସ୍ଥିତ ଥିଲେ । ତେବେ ଗର୍ଭବତୀ ମହିଳାଙ୍କୁ ପ୍ରସବ ପୀଡି ଅତ୍ୟଧିକ ହେବାରୁ ଯବାନମାନେ ତୁରନ୍ତ ନିକଟସ୍ଥ ମେଡିକାଲରେ ପହଞ୍ଚାଇବା ପାଇଁ ଯୋଜନା ଆରମ୍ଭ କରିଥିଲେ । କିନ୍ତୁ ପଦେଡା ଗାଁ ଜଙ୍ଗଲ ମଧ୍ୟରେ ହୋଇଥିବାରୁ , ଗାଁକୁ ଗାଡି ମଟର ଯିବାଆସିବାରେ ଅସୁବିଧା ହୋଇଥାଏ । ତେଣୁ ଯବାନମାନେ ତୁରନ୍ତ ଲମ୍ବା ବାଉଁସ ସାହାର୍ଯ୍ୟରେ ଏକ ଭାରା ପ୍ରସ୍ତୁତ କରିଥିଲେ । ଏବଂ ଭାରାରେ ଗର୍ଭବତୀ ମହିଳାଙ୍କୁ ଛଅ କିଲୋମିଟର ପର୍ଯ୍ୟନ୍ତ ବୋହି ଆଣିଥିଲେ । କିଛି ବାଟ ଆସିବା ପରେ ଏକ ଆମ୍ବଲୁନ୍ସ ଯୋଗେ ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ତେବେ ସିଆରପିଏଫ ଯବାନ ସହଯୋଗ ପାଇଁ ମହିଳ ଜଣଙ୍କୁ ଉପଯୁକ୍ତ ସମୟରେ ମେଡିକାଲରେ ପହଞ୍ଚିପାରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.