Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୪୫୨ ଆକ୍ରାନ୍ତ, କିନ୍ତୁ ସଂକ୍ରମଣ ବୃଦ୍ଧିରେ ଲାଗୁନି ରୋକ୍‌
  • ||
  • କମ୍ବିଂ ବେଳେ ଏସ୍‌ଓଜି ଯବାନ-ମାଓବାଦୀ ମୁହାଁମୁହିଁ, ଗୁଳି ବିନିମୟରେ ମାଓବାଦୀ ମୃତ !
  • ||
  • ସାଲେପୁର : ଡାକ ଘରେ ଚାଲିଥିଲା ଭୋଜି ଭାତର ଆୟୋଜନ, ୩ ହଜାର ଟଙ୍କା ତଣ୍ଡ ଗଣିଲେ କର୍ମଚାରୀ
  • ||
  • ନୀଳଗିରି : ପୋଖରୀରେ ଗାଧୋଇବା ବେଳେ ଖସିଗଲା ଗୋଡ, ଚାଲିଗଲା ନାବାଳିକାଙ୍କ ଜୀବନ
  • ||
  • ସାନଖେମୁଣ୍ଡି : ବେଆଇନ ମଦ ବିକ୍ରିକୁ ନେଇ ଜନ ଅସନ୍ତୋଷ, ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
  • ||
  • କର୍ଲାମୁଣ୍ଡା : ୨ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଧରାପଡିଲେ ରାଜସ୍ବ ନିରୀକ୍ଷକ
  • ||
  • ଆନନ୍ଦପୁର : ଯୁକ୍ତ ୨ ପରୀକ୍ଷା ବାତିଲ ଦାବିରେ ୨ଟି ମହାବିଦ୍ୟାଳୟ ଛାତ୍ରଙ୍କ ରାସ୍ତାରୋକ
  • ||
  • ଭୁବନେଶ୍ବର : ଦୈନିକ ଲକ୍ଷେ ଟେଷ୍ଟ କରନ୍ତୁ ରାଜ୍ୟ ସରକାର – ବିଜୟ ମହାପାତ୍ର
  • ||
  • ଭୁବନେଶ୍ବର : ଓଡିଶାର ଚିହ୍ନଟ ହୋଇନି କରୋନାର ଟ୍ରିପଲ ମ୍ୟୁଣ୍ଟାଣ୍ଟ – ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ନିର୍ଦ୍ଦେଶକ
  • ||
  • ଖୋର୍ଦ୍ଧା : ଅନଲାଇନ୍‌ରେ ପରୀକ୍ଷା ଅଥବା ବାତିଲ୍ ଦାବିରେ ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ
  • ||

ସିଆରପିଏଫ ଛକ ହତ୍ୟାକାଣ୍ଡ : ସେକ୍ସ ଭିଡିଓକୁ ନେଇ ଚର୍ଚ୍ଚା, ସାମ୍ନାକୁ ଆସିଲା ଆହୁରି ସଙ୍ଗିନ ତଥ୍ୟ

7/03/2021 at 12:47 PM

ଭୁବନେଶ୍ବର ୦୭/୦୩: ରାଜଧାନୀର ଭିଆଇପି ଅଞ୍ଚଳ ଭାବେ ଜଣାଶୁଣା । ସବୁବେଳେ ଚଳଚଞ୍ଚଳ । ଅହରହ ଚାଲିଥାଏ ଗାଡିମଟର । ନିକଟରେ ମାଳମାଳ ସରକାରୀ କାର୍ଯ୍ୟାଳୟ । ପୁଣି ବଡ଼ ବଡ଼ିଆଙ୍କ ବାସଭବନ । ପୋଲିସ୍‌ର ପାଇଁ ଏହା କଡ଼ା ସୁରକ୍ଷା ଜୋନ୍‌ । ନିକଟରେ ରହିଛି ସିଆର୍‌ପିଏଫ୍‌ କ୍ୟାମ୍ପସ୍‌ । ଯବାନମାନଙ୍କ ଏହା ଯାତାୟାତ ରାସ୍ତା । ତେଣୁ ଏଠାରେ ଲୋକମାନେ ନିଜକୁ ସୁରକ୍ଷିତ ଭାବନ୍ତି । ରାଜଧାନୀର ଅନ୍ୟ ଛକ ଓ କଲୋନି ଅପେକ୍ଷା ଏଠାରେ ଅପେକ୍ଷାକୃତ ଅପରାଧ କମ୍‌ ହୁଏ । କିନ୍ତୁ ଶନିବାର ଦିନ ଦ୍ୱିପ୍ରହରେ ଏଠାରେ ଘଟିଛି ଜଘନ୍ୟ କାଣ୍ଡ । ରାସ୍ତା ଉପରେ ଗାଡ଼ି ଭିତରେ ଯୁବକଙ୍କୁ ହତ୍ୟା କରିଛନ୍ତି ଦୁଇ ଭାଇ । ତାହା ପୁଣି ଜନଗହଳି ଭିତରେ । ଯାହାକି ପୋଲିସ୍‌ର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛି। ରାଜଧାନୀବାସୀ ଆଇନଶୃଙ୍ଖଳା ବିଗିଡ଼ି ଯାଇଥିବା ଖୋଲାଖୋଲି ଅଭିଯୋଗ କରିଛନ୍ତି ।

କୁହାଯାଉଛି ଯେ, ତିନିଦିନ ତଳେ ଟୁକୁନା ଓ ୨ ଭାଇଙ୍କ ମଧ୍ୟରେ ଗୋରୁ ବେପାର କଥାକୁ ନେଇ ଝଗଡ଼ା ହୋଇଥିଲା । ସୁଧୀର ଓ ସାଗର ଗୋରୁ ବେପାର କରୁଛନ୍ତି ବୋଲି ବସ୍ତିରେ ବିଭିନ୍ନ ଲୋକଙ୍କୁ କହିଥିଲା ଟୁକୁନା । ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏମିତି କି ଘର ପାଖେ ୨ ଭାଇଙ୍କ ଭ୍ୟାନ୍‌ ପାର୍କିଂ କରିବାକୁ ମଧ୍ୟ ସେ ବିରୋଧ କରୁଥିଲେ । ହେଲେ ଏହି ଗୋରୁ ଗାଡ଼ି କଥା ପୋଲିସ୍‌ କିଛି ଜାଣି ନଥିବା କହିଛି । ଘଟଣା ତଦନ୍ତ ହେଲେ ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ବସ୍ତିବାସିନ୍ଦା କହିଛନ୍ତି ।

ଡିସିପି କହିଛନ୍ତି ଯେ, ହତ୍ୟାପଛରେ ରହିଛି ପୂର୍ବ ଶତ୍ରୁତା । ତେବେ କେଉଁଭଳି ପୂର୍ବ ଶତ୍ରୁତା ସେ ବିଷୟରେ ପୋଲିସ୍‌ କିଛି କହିବାକୁ ମନା କରି ଦେଇଛି । ଇତିମଧ୍ୟରେ ପଦାକୁ ଆସିଛି ବିସ୍ଫୋରକ ତଥ୍ୟ । ମୃତ ଟୁକୁନାର ସମ୍ପର୍କୀୟ ଭାଇ ହତ୍ୟାକାଣ୍ଡର ଅନ୍ୟତମ କାରଣ ଥିବା କହିଛନ୍ତି । ଟୁକୁନାଙ୍କୁ ଆକ୍ରମଣ କରି ମାରିଥିବା ସୁଧୀର ପୂର୍ବରୁ ଟୁକୁନାର ଜଣେ ସମ୍ପର୍କୀୟକୁ ଭଲ ପାଉଥିଲେ । ଉଭୟଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର କିଛି ଭିଡିଓ ସୁଧୀର ତାଙ୍କ ମୋବାଇଲ୍‌ରେ ସୁଟିଂ କରି ରଖିଥିଲେ । ଟୁକୁନାର ସମ୍ପର୍କୀୟଙ୍କ ବାହାଘର ପରେ ଉକ୍ତ ଭିଡିଓକୁ ସୁଧୀର ସମସ୍ତଙ୍କୁ ଦେଖାଉ ଥିଲେ । ଏହାକୁ ନେଇ ବିବାଦ ଲାଗି ରହିଥିଲା ବୋଲି ଟୁକୁନାଙ୍କ ସମ୍ପର୍କୀୟ ଭାଇ କହିଛନ୍ତି ।

ବିବାଦୀୟ ଭିଡିଓ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ବେଳେ ପୁଲିସ୍‌ ଉକ୍ତ ଭିଡିଓ ଦିଗରେ ତଦନ୍ତ କରିବାକୁ ସମ୍ପର୍କୀୟ ଭାଇ ଦାବି କରିଛନ୍ତି । ଏହାଛଡ଼ା ହତ୍ୟାକାଣ୍ଡରେ ସୁଧୀର ଓ ସାଗରଙ୍କ ସହ ଅନ୍ୟ ୩ ଜଣଙ୍କ ସମ୍ପୃକ୍ତି ରହିଥିବା ସେ ଅଭିଯୋଗ କରିଛନ୍ତି । ଟୁକୁନାଙ୍କ ସମ୍ପର୍କୀୟ ଭାଇଙ୍କ ଅଭିଯୋଗ ଅନୁସାରେ ୫ଜଣ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଅଛନ୍ତି । ହେଲେ ଏହାକୁ ଖଣ୍ଡନ କରିଛି ପୋଲିସ ।

   Related Posts