ori homes
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୋଦୀ-ବାଇଡେନ ଆଲୋଚନା : ଭାରତର କରୋନା ମୁକାବିଲାକୁ ପ୍ରଶଂସା କଲେ ୟୁଏସ ରାଷ୍ଟ୍ରପତି
  • ||
  • ଦେଶରେ କମୁଛି ସଂକ୍ରମଣ, ୨୪ ଘଣ୍ଟାରେ ବାହାରିଲେ ୧୬୭୫ କରୋନା ପଜିଟିଭ୍
  • ||
  • ମଙ୍ଗଳବାରଠୁ ଗ୍ରାଁପ୍ରି-୪ : ଇଭେଣ୍ଟରେ ଭାଗନେବେ ବିଭିନ୍ନ ରାଜ୍ୟର ଖେଳାଳି
  • ||
  • ହରିଦ୍ୱାରରେ ଅସ୍ଥି ବିସର୍ଜନ କରି ଫେରୁଥିଲେ, ରାସ୍ତାରେ ଧକ୍କା ଦେଲା ଟ୍ରକ୍ : ୬ ମୃତ
  • ||
  • ଗଛରେ ପିଟିହେଲା କାର, ଚାଲିଗଲା ଗୋଟିଏ ପରିବାରର ୪ ଜୀବନ
  • ||
  • ଶିଖର ଧାଓ୍ୱନଙ୍କୁ ଦଳରେ ମିଳିଲାନି ଜାଗା : ପ୍ରଶ୍ନ ଉଠାଇଲେ ସୁରେଶ ରାଇନା
  • ||
  • ମଙ୍ଗଳବାର କ୍ୱାଡ୍ ସମ୍ମିଳନୀ : ୩ ବିଶ୍ୱନେତାଙ୍କ ସହ ଆଲୋଚନା କରିବେ ମୋଦୀ
  • ||
  • ରାଜ୍ୟରେ କମିବ ତାତି, ଭିଜାଇବ କାଳବୈଶାଖୀ ବର୍ଷା
  • ||

ନକ୍ସଲଙ୍କ ସହ ଲଢ଼ିବେ ମହିଳା କୋବ୍ରା ଟିମ୍‌, ଚୟନ ହେଲେ ୬ଟି ବାଟାଲିୟନ୍‌ରୁ ୩୪ ଜଣ ମହିଳା କମାଣ୍ଡୋ

6/02/2021 at 10:06 PM

ନୂଆଦିଲ୍ଲୀ, ୦୬/୦୨: କେନ୍ଦ୍ରିୟ ରିଜର୍ଭ ପୋଲିସ୍‌ ବଳ ବା ସିଆର୍‌ପିଏଫ୍‌ ମହିଳାଙ୍କୁ ସଶକ୍ତ ଏବଂ ଦେଶରେ ଉଦାହରଣ ସୃଷ୍ଟି ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି । ନକ୍ସଲଙ୍କ ସହ ଲଢ଼ିବା ପାଇଁ ମହିଳା କୋବ୍ରା ଟିମ୍‌ ସିଆରପିଫ୍‌ ତରଫରୁ ପ୍ରସ୍ତୁତ କରାଯାଉଥିବା ସୂଚନା ମିଳିଛି । ଏଥିପାଇଁ ପ୍ରଥମ ବ୍ଯାଚ୍‌ରେ ମହିଳା ଅଫିସର୍‌ଙ୍କୁ ତାଲିମ୍‌ ଦିଆଯିବା ନେଇ ଚୟନ ପ୍ରକ୍ରିୟା ଶେଷ ହୋଇଥିବା ଜଣାପଡ଼ିଛି ।

ସିଆର୍‌ପିଏଫ୍‌ ଦେଶରେ ଥିବା ୬ଟି ବାଟାଲିୟନ୍‌ରୁ ୩୪ ଜଣ ମହିଳା କମାଣ୍ଡୋ ପ୍ରଥମେ ତାଲିମ୍‌ ଦେବା ପାଇଁ ଚୟନ କରିଛି । କମାଣ୍ଡୋ ବାଟାଲିୟନ ଫର୍‌ରିଜୋଲ୍ୟୁଟ୍ ଆକ୍ସନ୍ ବା ପ୍ରତିଷ୍ଠିତ କୋବ୍ରା ୟୁନିଟ୍‌ରେ ସେମାନଙ୍କୁ ସାମିଲ୍‌ କରାଯିବା ପୂର୍ବରୁ ୩ ମାସର ତାଲିମ୍‌ ଦିଆଯିବ । ଏନେଇ ସିଆରପିଏଫ୍‌ର ଜଣେ ଅଧିକାରୀ କହିଛନ୍ତି ଯେ, ଏହି ପ୍ରଶିକ୍ଷଣ ସମୟରେ ସେମାନଙ୍କୁ ଆଧୁନିକ ଅସ୍ତ୍ରଶସ୍ତ୍ର ଚଳାଇବାର କୌଶଳ ଶିକ୍ଷା ଦିଆଯିବ । ଏହାଛଡ଼ା ସେମାନଙ୍କୁ ଶାରିରୀକ କ୍ଷମତା ବୃଦ୍ଧି କରିବା ସହିତ ଯୋଜନା, ଫିଲ୍ଡିଂ କ୍ରାଫ୍ଟ ଏବଂ ବିସ୍ପୋରକଗୁଡ଼ିକର ବ୍ୟବହାର କରିବା ନେଇ ଶିକ୍ଷା ଦିଆଯିବ ।

ଜଙ୍ଗଲରେ ରହୁଥିବା ନକ୍ସଲମାନଙ୍କ ସହିତ ସାମ୍ନାସାମ୍ନି ଟକ୍କର ନେବାବେଳେ ଏବଂ ସେମାନଙ୍କୁ ଘେରି ରହିବା ପରେ ନିଜକୁ ରକ୍ଷା କରିବା ପାଇଁ ଆବଶ୍ୟକ କୌଶଳ ମଧ୍ୟ ଶିଖାଯିବ । ପ୍ରଶିକ୍ଷଣକୁ ସଫଳତାର ସହ ସମାପ୍ତ କରିବା ପରେ ଏହି ମହିଳା କମାଣ୍ଡୋ ପୁରୁଷ କମାଣ୍ଡୋଙ୍କ ସହ ନକ୍ସଲ ପ୍ରଭାବିତ ଅଞ୍ଚଳରେ ନିୟୋଜିତ ହେବେ ବୋଲି ଜଣେ ଅଧିକାରୀ କହିଛନ୍ତି ।

ସୂଚନା ଥାଉକି, ଗୃହ ମନ୍ତ୍ରଣାଳୟ ନକ୍ସଲମାନଙ୍କ ସହିତ ଲଢ଼ିବା ଉଦ୍ଦେଶ୍ୟରେ ଗରିଲା ଜଙ୍ଗଲରେ ଯୁଦ୍ଧ କରିବା ଭଳି କାର୍ଯ୍ୟ କରିବା ପାଇଁ କୋବ୍ରାର ୧୦ଟି ବାଟାଲିୟନ ଗଠନକୁ ଅନୁମୋଦନ କରିଥିଲେ । ୨୦୦୮-୦୯ ରେ ଦୁଇଟି କୋବ୍ରା ବାଟାଲିୟନ ଗଠନ କରାଯାଇଥିଲା । ୨୦୦୯-୧୦ ମସିହାରେ ବାଟାଲିୟନର ସଂଖ୍ୟା ଚାରିକୁ ବୃଦ୍ଧି କରାଯାଇଥିଲା । ଏହାପରେ ୨୦୧୦-୧୧ରେ ଆଉ ଚାରିଟି ବାଟାଲିୟନ୍‌ ଗଠନ କରାଯାଇଥିଲା । ତେବେ କର୍ତ୍ତମାନ ପର୍ଯ୍ୟନ୍ତ ସିରପିଫ୍‌ର ୨୪୬ଟି ବାଟାଲିୟନ୍‌ ଥିବା ସୂଚନା ମିଳିଛି ।

   Related Posts