ନକ୍ସଲ-ସୁରକ୍ଷାକର୍ମୀ ଗୁଳିବିନିମୟ : ୨ଯବାନ ସହିଦ, ଜଣେ ନକ୍ସଲ ନିହତ

Published By : Prameya-News7 Bureau | February 10, 2020 IST

ବିଜାପୁର ୧୦।୦୨: ଛତିଶଗଡ ବିଜାପୁରରେ ଜଙ୍ଗଲରେ ସିଆର୍‌ପିଏଫ୍ ଯବାନଙ୍କ କୁମ୍ବିଂ ଅପରେସନ । କୁମ୍ବଂ ବେଳେ ସୁରକ୍ଷାକର୍ମୀ-ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳିବିନିମୟରେ ଜଣେ ନକ୍ସଲ ନିହତ ହେବା ସହ ୨ଜଣ ଯବାନ ସହିଦ ହୋଇଛନ୍ତି ।

wp:core-embed/twitter {"url":"https://twitter.com/ANI/status/1226783424414797825","type":"rich","providerNameSlug":"twitter","className":""}
https://twitter.com/ANI/status/1226783424414797825
/wp:core-embed/twitter

ସୂଚନାଯୋଗ୍ୟ ଯେ, ସିଆର୍‌ପିଏଫ୍‌ର ୨୦୪ବାଟିଲିୟନର ଯବାନମାନେ ବିଜାପୁର ଜିଲ୍ଲା ଇରାପଲ୍ଲୀ ଗାଁରେ କୁମ୍ବଂ ଅପରେସନ କରୁଥିଲେ । ଜଙ୍ଗଲ ମଧ୍ୟରେ ଥିବା ଏକ ଗାଁରେ କିଛି ନକ୍ସଲ ଲୁଚି ରହିଥିବା ଆଶଙ୍କା କରିଥିଲା ସିଆରପିଏଫ୍ । ତେବେ କୁମ୍ବଂ ଅପରେସନ ସମୟରେ ନକ୍ସଲମାନେ ଗୁଳିମାଡ ଆରମ୍ଭ କରିଦେଇଥିଲା । ଯବାନମାନେ ମଧ୍ୟ ପାଲଟା ଆକ୍ରମଣ କରିଥିଲେ । ତେବେ ଉଭୟ ପଟୁ କିଛି ସମୟ ଧର ଗୁଳିମାଡ ଜାରି ରହିଥିଲା ।

ନକ୍ସଲମାନଙ୍କ ଗୁଳିରେ କ୍ରୋବା ବାଟାଲିୟନର ୨ଜଣ ଯବାନ ପ୍ରାଣ ହରାଇଥିବା ବେଳେ ଯବାନମାନଙ୍କ ଗୁଳିରେ ଜଣେ ନକ୍ସଲ ନିହତ ହୋଇଥିବା ଜଣାପଡିଛି । ତେବେ ନିକଟସ୍ଥ ଜଙ୍ଗଲରେ ସିଆରପିଏଫ ପକ୍ଷରୁ କମ୍ବିଂ ଜୋରଦାର କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.