ନୂଆପଡା ୧୩।୯: ସିଆରପିଏଫ୍ ଯବାନ ଦେଖାଇଲେ ମାନବିକତା । ଘଞ୍ଚ ଜଙ୍ଗଲରୁ ଜଣେ ବୃଦ୍ଧାଙ୍କୁ ଉଦ୍ଧାର କଲେ ଯବାନ ।
{"id":156973}ସୂଚନାଯୋଗ୍ୟ ଯେ, ନୂଆପଡ଼ା ଧରମବନ୍ଧା ଥାନା କଟିଙ୍ଗପାଣି ଘଞ୍ଚ ଜଙ୍ଗଲ ଅଞ୍ଚଳରୁ ତାଙ୍କୁ ଉଦ୍ଧାର କରାଯାଇଛି । ସ୍ଥାନୀୟ ଧରମବନ୍ଧା ସିଆରପିଏଫ ୨୧୬ ବାଟାଲିୟନ ଯବାନ ମାନେ କଟିଙ୍ଗପାଣି ଘଞ୍ଚ ଜଙ୍ଗଲ ଭିତରେ କମ୍ବିଂ ଅପରେସନ କରୁଥିବା ବେଳେ ଜଣେ ବୃଦ୍ଧା ବସିଥିବାର ଦେଖିଥିଲେ । ଯବାନ ମାନେ ସତର୍କତାର ସହ ତାଙ୍କ ପାଖରେ ପହଞ୍ଚି ଥିଲେ । ସ୍ଥାନୀୟ ଲୋଡ୍ରା ଗାଁର ଜଣେ ୭୦ ବର୍ଷୀୟ ବୃଦ୍ଧା ଜଙ୍ଗଲକୁ ଯାଇ ଘରକୁ ଆଉ ଫେରି ନଥିଲେ । ପରିବାର ଲୋକେ ଖୋଜାଖୋଜି କରିବା ପରେ ମଧ୍ୟ ବୃଦ୍ଧାଙ୍କର କୌଣସି ଖୋଜ ଖବର ମିଳିନଥିଲା ।
{"id":156974}ବୃଦ୍ଧାଙ୍କୁ ୪ ଦିନ ପରେ ଜଙ୍ଗଲରୁ ଉଦ୍ଧାର କରିଛନ୍ତି ସିଆରପିଏଫ୍ ଯବାନ । ସିଆରପିଏଫ୍ ଯବାନ ମାନେ ତାଙ୍କ ବର୍ସାତି ଜ୍ୟାକେଟକୁ ଷ୍ଟ୍ରେଚର ତିଆରି କରି ଦୀର୍ଘ ୫ କିଲୋମିଟର ବାଟ ବୋହି ଆଣି ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ ।
wp:html /wp:html