ସର୍ଭିସ୍ ରାଇଫଲ୍‌ରୁ ଗୁଳି ବାଜି ଜଣେ ଜବାନଙ୍କ ମୃତ୍ୟୁ, ଛୁଟିରେ ଘରକୁ ଯାଉଥିଲେ ୨ ଜବାନ

Published By : Prameya-News7 Bureau | September 24, 2021 IST

ମାଲକାନଗିରି ୨୪।୯: ମାଲକାନଗିରି-ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ଘଟିଛି ଏକ ଅଭାବନୀୟ ଘଟଣା । ନିଜ ସର୍ଭିସ୍ ରାଇଫଲ୍ ରୁ ଅଚାନକ ଗୁଳି ବାଜିବାରୁ ଜଣେ ସିଆରପିଏଫ୍ ଜବାନଙ୍କ ମୃତ୍ୟୁ ହୋଇଛି ।

ସୂଚନାଯୋଗ୍ୟ ଯେ, ୨୨୯ ବାଟାଲିୟନର ଦୁଇ ଜଣ ସିଆରପିଏଫ ଜବାନ ତ୍ରିଲୋକ ସିଂ ଓ ରାଜେନ୍ଦ୍ର ସିଂ ଛୁଟି ନେଇ ନିଜ ଘରକୁ ଯାଉଥିଲେ ।  ଅସୁର ସିଆରପିଏଫ୍ କ୍ୟାମ୍ପ୍ ନିକଟରୁ ଏକ ଘରୋଇ ବସରେ ବିଜାପୁର ଯାଇଥିବା ସମୟରେ ଆବାପାଲି ଗାଁ ନିକଟରେ ହଠାତ ତ୍ରିଲୋକ ସିଂଙ୍କ ବନ୍ଧୁକରୁ ଗୁଳି ଫୁଟିଥିଲା ।

ଫଳରେ ବସ୍ ଭିତରେ ହିଁ ଜବାନ ତ୍ରିଲୋକ ସିଂ ପ୍ରାଣ ହରାଇଥିବା ବେଳେ ତାଙ୍କ ସାଥିରେ ଥିବା ଅନ୍ୟ ଜବାନ ରାଜେନ୍ଦ୍ର ସିଂ ଗୁରୁତର ଭାବେ ଆହତ ହୋଇଛନ୍ତି ।  ତାଙ୍କୁ ବିଜାପୁର ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବିଜାପୁର ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଜବାନମାନେ ନିଜ ହାତରେ ବନ୍ଧୁକ ଧରି ଯାଇଥିଲେ । ତେବେ ଏହା ଏକ ଆକ୍ସିଡେଣ୍ଟାଲ ଫାୟାର ବୋଲି ବିଜାପୁର ଅତିରିକ୍ତ ଏସପି ପଙ୍କଜ ଶୁକ୍ଲା କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.