Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ସିଆରପିଏଫ୍ ଯବାନଙ୍କୁ ମିଳିଲା ଆଜୀବନ କାରାଦଣ୍ଡ, ପ୍ରେମିକାଙ୍କୁ ଗୁଳି କରି କରିଥିଲେ ହତ୍ୟା…ଜାଣନ୍ତୁ ପୂରା ଘଟଣା

15/11/2019 at 12:41 PM

ରାୟପୁର୧୫/୧୧:  ଜଣେ ସିଆରପିଏଫ ଯବାନଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଛନ୍ତି ଅଦାଲତ। ୨୦୧୮ ମସିହାରେ ସିଆରପିଏଫ ଯବାନ ପଙ୍କଜ ସିଂହ ତାଙ୍କ ପ୍ରେମିକା କବିତା ବର୍ମାଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ଏହି ମାମଲାର ବିଚାର କରି କୋର୍ଟ ଏଭଳି ରାୟ ପ୍ରଦାନ କରିଛନ୍ତି। ଗୁରୁବାର ଜିଲ୍ଲା ଅତିରିକ୍ତ ଦୌରା ଓ ଜଜ୍ ସୁନୀଲ କୁମାର ନନ୍ଦେ ଏହି ମାମଲାର ରାୟ ପ୍ରଦାନ କରିଛନ୍ତି। ସରକାରୀ ଓକିଲ କେକେ ଶୁକ୍ଲାଙ୍କ କହିବା ଅନୁସାରେ ୨୦୧୮ ମସିହାରେ ଏହି ଘଟଣା ଘଟିଥିଲା। ଛତିଶଗଡ଼ର ରାଜଧାନୀ ରାୟପୁର ଏଡିଜେ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଛି।

ପୋଲିସ କହିବା ଅନୁସାରେ ବିହାରର ବେଗୁସରାଇର ବାସିନ୍ଦା ପଙ୍କଜ ସିଂହ ସିଆରପିଏଫ୍‌ର ଡିଆଇଜିଙ୍କ କାର୍ଯ୍ୟାଳୟରେ ଡ୍ୟୁଟି କରୁଥିଲା । କବିତା ବର୍ମାଙ୍କ ଘରେ ଭଡ଼ାରେ ଯବାନ ପଙ୍କଜ ଓ ତାଙ୍କ ପତ୍ନୀ ରହୁଥିଲେ।  ଅଧିକାଂଶ ସମୟରେ ପଙ୍କଜଙ୍କ ସ୍ତ୍ରୀ ତାଙ୍କ ବାପ ଘରକୁ ଚାଲି ଯାଆନ୍ତି। ଏହି ସମୟରେ କବିତା ବର୍ମା ଓ ପଙ୍କଜଙ୍କ ମଧ୍ୟରେ ଅବୈଧ ସଂପର୍କ ଗଢ଼ି ଉଠିଥିଲା। ଏମିତି କି ଦୁଇଜଣଙ୍କ ମଧ୍ୟରେ ଟଙ୍କା ନେଣଦେଣ ମଧ୍ୟ ଚାଲିଥିଲା। ଟଙ୍କା ନେଣଦେଣରୁ କବିତା ଓ ପଙ୍କଜଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା। ଏହି ଘଟଣାକୁ କେନ୍ଦ୍ର କରି କବିତା ପଙ୍କଜ ବାଇକକୁ ପିଟି ଭାଙ୍ଗି ଦେଇଥିଲେ।

ଯବାନଙ୍କ ପତ୍ନୀ ବାପଘରୁ ଫେରିବା ପରେ ଏମାନଙ୍କ ଭିତରେ ଚାଲିଥିବା ସଂପର୍କ ବିଷୟରେ ଜାଣିବାକୁ ପାଇଥିଲେ। ଏହା ପରେ କବିତା ଓ ଯବାନଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା। ୨୦୧୮ ମସିହା ଜୁଲାଇ ୩୧ ତାରିଖରେ ପଙ୍କଜ ଡ୍ୟୁଟି ସାରି ଘରକୁ ଫେରି କବିତା ଶୋଇଥିବା ରୁମ୍ କବାଟକୁ ବାଡ଼େଇଥିଲେ।  ସେ କବାଟ ଖୋଲିବା ପରେ ଯବାନ ପଙ୍କଜ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ। ପୋଲିସ ଘଟଣାର ତଦନ୍ତ କରିବା ପରେ ପଙ୍କଜ ହତ୍ୟା କରିଥିବା ସ୍ପଷ୍ଟ ହୋଇଥିଲା।

   Related Posts