ଜାମ୍ମୁ ଉଦ୍ଧମପୁର ସିଆରପିଏଫ ବାଟାଲିୟନରେ ୩ ସାଥୀ ଯବାନଙ୍କୁ ଗୁଳି କଲେ ଯବାନ

Published By : Prameya-News7 Bureau | March 21, 2019 IST

ଜାମ୍ମୁ ୨୧/୩:  ଜାମ୍ମୁର ଉଦ୍ଧମପୁର ଜିଲ୍ଲାରେ ଥିବା ସିଆରପିଏଫର ୧୮୭ ବାଟାଲିୟନରେ ବୁଧବାର ବିଳମ୍ବିତ ରାତିରେ ଏକ ଦୁଃଖଦ ଘଟଣା ଘଟିଛି । ନିଜ ନିଜ ମଧ୍ୟରେ ଗଣ୍ଡଗୋଳ ଏବଂ ପରେ ଗୁଳି ଚାଳନାରେ ୩ଜଣ ଯବାନଙ୍କର ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହେଇଛନ୍ତି ।

{"id":95423,"width":589,"height":337}

ବାଟାଲିୟନ କ୍ୟାମ୍ପରେ ବୁଧବାର କୌଣସି କାରଣରୁ ଯବାନଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଯାହାକୁ ନେଇ ସିପାହୀ ଅଜିତ କୁମାର ନିଜ ସର୍ଭିସ ରିଭଲଭରରୁ ଗୁଳିଚାଳନା କରିଥିଲେ। ଏଥିରେ ୩ ଜଣ ଯବାନଙ୍କର ମୃତ୍ୟୁ ହୋଇଛି। ପରେ ସେ ନିଜକୁ ଗୁଳିମାରି ଆତ୍ମହତ୍ୟା କରିବାର ଉଦ୍ୟମ କରିଥିବା ଜଣାପଡିଛି । ଏହି ଘଟଣାରେ ଆହତ ହୋଇ ଚିକିତ୍ସିତ ହେଉଥିବା ସମୟରେ ହାବିଲଦାର ପୋଖରମଲ, ହାବିଲଦାର ଯୋଗେନ୍ଦ୍ର ଏବଂ ହାବିଲଦାର ଉମ୍ମିଦ ସିଂହଙ୍କର ଡାକ୍ତରଖାନାରେ ମୃତ୍ୟୁ ଘଟିଛି ।

{"id":95424,"width":590,"height":443}

ଅନ୍ୟମାନଙ୍କୁ ଗୁଳି କରିବା ପରେ ନିଜକୁ ଗୁଳି ଚଳାଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଜିତ କୁମାରଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନା​​ରେ ଭର୍ତ୍ତି କରାଯାଇଛି । ତାଙ୍କ ଘର ଉତ୍ତର ପ୍ରଦେଶର କାନପୁର ବୋଲି ଜଣାପଡିଛି।

{"id":95425,"width":594,"height":297}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.