Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ଓଡିଶାର ବିଭିନ୍ନ ଜିଲ୍ଲାରେ ନକ୍ସଲ ଅପରେସନ ପାଇଁ ମୁତୟନ ସିଆରପିଏଫ ଯବାନ ବି ଗଲେ ଜମ୍ମୁ ଓ କାଶ୍ମୀର, କିଛି ବଡ ଘଟିବା ଆଶଙ୍କା ବଢୁଛି ବେଳୁ ବେଳ

3/08/2019 at 6:22 PM

ଭୁବନେଶ୍ବର ୩|୮: କାଶ୍ମୀରରେ କଣ ହେଉଛି । କାହିଁକି କାଶ୍ମୀରକୁ ଅଧିକରୁ ଅଧିକ ସୁରକ୍ଷା ବାହିନୀ ପଠାଯାଉଛି । କଣ କାଶ୍ମୀରରେ କିଛି ବଡ଼ ହେବାକୁ ଯାଉଛି କି ?  ମୋଦି ସରକାର କଣ କାଶ୍ମୀର ନେଇ କିଛି ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି କି ? କିଛି ବଡ଼ ଘୋଷଣା ହେବାକୁ ଯାଉଛି ଯେଉଁଥିପାଇଁ ଅଧିକରୁ ଅଧିକ ସୁରକ୍ଷା ବାହିନୀ କାଶ୍ମୀରରେ ମୁତୟନ ହେବେ ? ଏମିତି କଳ୍ପନାଜଳ୍ପନା ଭିତରେ କାଶ୍ମୀରବାସୀ ଆତଙ୍କିତ ହୋଇପଡ଼ିଛନ୍ତି ଆଉ ଦେଶବାସୀଙ୍କ ମନରେ ପ୍ରଶ୍ନ କାଶ୍ମୀରକୁ ନେଇ କଣ ବଡ଼ ନିଷ୍ପତ୍ତି ହେବ ।

ଗୋଟିଏ ପଟେ କାଶ୍ମୀରରେ ବଢ଼ିଚାଲିଛି ସୁରକ୍ଷା ବାହିନୀର ଉପସ୍ଥିତି ।ଅନ୍ୟପଟେ ଜାମ୍ମୁ କାଶ୍ମୀର ଛାଡ଼ୁଛନ୍ତି ପର୍ଯ୍ୟଟକ ଏବଂ ଅନ୍ୟ ରାଜ୍ୟର ଲୋକ ।ଏ ଦୁଇଟି ଚିତ୍ର ହିଁ ବୟାନ କରୁଛି କାଶ୍ମୀର ସ୍ଥିତି ଏବେ କେତେ ସଙ୍ଗୀନ ।ଲାଗୁଛି କିଛି ଗୋଟେ ବଡ଼ ହେବ । ପ୍ରତିଦିନ ହଜାର ହଜାର ସିଆରପିଏଫ୍ ଯବାନ ଦେଶର ବିଭିନ୍ନ ସ୍ଥାନରୁ ଜାମ୍ମୁ କାଶ୍ମୀରକୁ ଯାଉଛନ୍ତି ।ଆଉ ସେମାନଙ୍କୁ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ମୁତୟନ କରାଯାଉଛି ।ଅନ୍ୟପଟେ ଶୁକ୍ରବାର ପର୍ଯ୍ୟଟକମାନଙ୍କୁ ତୁରନ୍ତ ଜାମ୍ମୁ କାଶ୍ମୀର ଛାଡ଼ି ଚାଲିଯିବା ପାଇଁ ନିର୍ଦ୍ଦେଶ ଦିଆଯିବା ପରେ ଶନିବାର ଶ୍ରୀନଗର ଏୟାରପୋର୍ଟ ଏବଂ ବିଭିନ୍ନ ରେଳ ଷ୍ଟେସନରେ ଫେରନ୍ତା ଯାତ୍ରୀଙ୍କର ଭିଡ଼ ।

 କାଶ୍ମୀରରେ ଗତ ସପ୍ତାହରେ ୧୦ ହଜାର ଅତିରିକ୍ତ ସୁରକ୍ଷା ବାହିନୀ ମୁତୟନ ହୋଇଥିବା ବେଳେ ପୁଣି ୨୮ ହଜାର ଯବାନ ପଠାଯିବାକୁ ନିର୍ଦ୍ଦେଶ ହୋଇଛି ।ଏହାପରେ ଦେଶର ବିଭିନ୍ନ ସ୍ଥାନରୁ ଅର୍ଦ୍ଧସାମରିକ ବାହିନୀ ଯବାନଙ୍କୁ କାଶ୍ମୀର ପଠାଯାଉଛି ।ଓଡ଼ିଶାରେ ରାୟଗଡ଼ା ଏବଂ ସୁନ୍ଦରଗଡ଼ ଜିଲ୍ଲାରେ ମାଓ ବିରୋଧୀ କାର୍ଯ୍ୟକଳାପରେ ମୁତୟନ ସିଆରପିଏଫ ଯବାନଙ୍କୁ ମଧ୍ୟ କାଶ୍ମୀର ପଠାଯାଇଛି ।ସୁନ୍ଦରଗଡ଼ରୁ ୩ କମ୍ପାନୀ ସିଆରପିଏଫ୍‌ ଏବଂ ରାୟଗଡ଼ାରୁ ୨ କମ୍ପାନୀ ସିଆରପିଏଫ ଏବଂ ୩ କମ୍ପାନୀ ବିଏସଏଫ୍‌ ଯବାନ କାଶ୍ମୀର ଯାଇଛନ୍ତି ।

କାଶ୍ମୀରରେ ଏମିତି ସ୍ଥିତିରେ କଳ୍ପନା ଜଳ୍ପନା ପ୍ରକାଶ ପାଉଛି କି ରାଜ୍ୟରୁ ସମ୍ବିଧାନର ଧାରା ୩୫-ଏ ଏବଂ ୩୭୦ ଉଚ୍ଛେଦ ହେବ ।ପୁଣି ଅନ୍ୟ କେତେକ ମହଲରେ ଅନୁମାନ କରାଯାଉଛି କି ଜାମ୍ମୁ କାଶ୍ମୀରକୁ ୩ ଭାଗରେ ବିଭକ୍ତ କରାଯାଇ ପାରେ । ଜାମ୍ମୁକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ଦିଆଯିବା ବେଳେ କାଶ୍ମୀର ଓ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା କରାଯାଇପାରେ ।ଏମିତି ସବୁ କଳ୍ପନା ଜଳ୍ପନା ଭିତରେ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ନ୍ୟାସନାଲ କନଫରରେନ୍ସ ମୁଖିଆ ଓମାର ଅବଦୁଲ୍ଲା ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ଭେଟି ଏନେଇ ସ୍ପଷ୍ଟୀକରଣ ଚାହିଁଛନ୍ତି ।କିନ୍ତୁ ରାଜ୍ୟପାଳ ତାଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନଥିବା କହିଛନ୍ତି ।ଏହାପରେ ସୋମବାର ପାର୍ଲାମେଣ୍ଟରେ କେନ୍ଦ୍ର ସରକାର ଏନେଇ ଉତ୍ତର ରଖନ୍ତୁ ବୋଲି କହିଛନ୍ତି ଓମାର । ସେହିପରି କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ କେନ୍ଦ୍ର ସରକାର କାଶ୍ମୀରରେ ଯେଉଁ ପରିସ୍ଥିତି ସୃଷ୍ଟି କରିଛନ୍ତି ୭୦ ବର୍ଷ ଭିତରେ କେବେ ସେମିତି ଦେଖାଯାଇନଥିଲା ।

କାଶ୍ମୀରରେ କଣ ହେବ ତାହା କେବଳ ଦିଲ୍ଲୀରେ ବସିଥିବା ରଣନୀତି କାରମାନଙ୍କୁ ଜଣା ।କିନ୍ତୁ ଅଧିକ ସୁରକ୍ଷା ବାହିନୀ ମୁତୟନ ଯୋଗୁଁ ଏବେ କାଶ୍ମୀରବାସୀଙ୍କ ନିଦ ହଜିଯାଇଥିବା ବେଳେ ଦେଶବାସୀଙ୍କ ଭିତରେ ବଢ଼ିଚାଲିଛି କଳ୍ପନାଜଳ୍ପନା ।

   Related Posts