ଯବାନଙ୍କ ଭତ୍ତା ବୃଦ୍ଧି କଲେ ସରକାର

Published By : Prameya-News7 Bureau | February 25, 2019 IST

ଦିଲ୍ଲୀ ୨୫/୨ : କେନ୍ଦ୍ର ସରକାର ଆଜି ଏକ ବଡ ଘୋଷଣା କରିଛନ୍ତି | ଭାରତୀୟ ସେନାଙ୍କ ପାଇଁ ଖୁସି ଖବର | ଏବେ ଯବାନଙ୍କୁ ମିଳିବ ରିସ୍କ ଏଣ୍ଡ ହାର୍ଡସିପ ପାଇଁ ମିଳିବ ବର୍ଦ୍ଧିତ ଭତ୍ତା | ପୁଲୱାମାରେ ହୋଇଥିବା ଆତଙ୍କୀ ହମଲା ପରେ ସରକାର ଯବାନଙ୍କ ସୁରକ୍ଷା ପ୍ରତି ବିଶେଷ ଦୃଷ୍ଟି ଦେଇ ବଡ ନିଷ୍ପତ୍ତି ନେଇଛନ୍ତି |


ଗୃହ ମନ୍ତ୍ରାଳୟ ସେଣ୍ଟ୍ରାଲ ଆର୍ମି ପୋଲିସ ଫୋର୍ସର ଭତ୍ତା ବୃଦ୍ଧି କରିଛନ୍ତି | ଗୃହ ମନ୍ତ୍ରାଳୟ ରବିବାର ଦିନ ଆର୍ମି ପୋଲିସ ଫୋର୍ସର ରିସ୍କ ଏଣ୍ଡ ହାର୍ଡସିପ ଭତ୍ତା ବୃଦ୍ଧି ନେଇ ଘୋଷଣା କରିଛନ୍ତି | ପୁଲୱାମା ହମଲା ପରେ ସିଆରପିଏଫର ଇନ୍ସପେକ୍ଟର ଏବଂ ଉଚ୍ଚ ପଦସ୍ଥ ଅଧିକାରୀଙ୍କ ପାଇଁ ରିସ୍କ ଏଣ୍ଡ ହାର୍ଡସିପ ଭତ୍ତା ବୃଦ୍ଧି କରି ଯଥାକ୍ରମେ ୧୭,୩୦୦ ଟଙ୍କା ଏବଂ ୨୫,୦୦୦ ଟଙ୍କା କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.