ନକ୍ସଲ ଆକ୍ରମଣ ପରେ ନିଖୋଜ ଅଛନ୍ତି ଯବାନ ରାକେଶ୍ୱର : କାନ୍ଦି କାନ୍ଦି ଝିଅ କହିଲା- ‘ବାପା ତୁମେ ଫେରି ଆସ’…ଭିଡିଓ ଦେଖିଲେ ଆସିଯିବ ଲୁହ
6/04/2021 at 8:41 AM

ବିଜାପୁର,୦୬/୦୪: ଛତିଶଗଡର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣ ପରେ ରାକେଶ୍ୱର ସିଂ ମନହାସ ନାମରେ ଜଣେ ଯବାନ ଏନକାଉଣ୍ଟର ପରେ ନିଖୋଜ ଅଛନ୍ତି । ନକ୍ସଲମାନେ ତାଙ୍କୁ ଅପହରଣ କରିନେଇଥିବା କୁହାଯାଉଛି । ଏହାମଧ୍ୟରେ ଯବାନଙ୍କ ନିଷ୍ପାପ ଝିଅ ଆଖିର ଲୁହ ଓ କୋହଭରା କଣ୍ଠରେ ବାପାଙ୍କ ଫେରିବା ବାଟକୁ ଅନାଇ ବସିଛି ।
ଯବାନ ରାକେଶ୍ୱରଙ୍କ ଝିଅ ଗଣମାଧ୍ୟମ ଆଗରେ କାନ୍ଦି କାନ୍ଦି କହୁଛି ଯେ, ମୋ ବାପା ଶୀଘ୍ର ଫେରି ଆସନ୍ତୁ । ସେମାନେ ବାପାଙ୍କୁ ଜଳଦି ଛାଡିଦିଅନ୍ତୁ । ଏହା ପରେ ଝିଅଟି କାନ୍ଦିବାକୁ ଲାଗୁଛି । ଏହି କଥା ଶୁଣିବା ପରେ ଦେଖହଣାକାରୀଙ୍କ ଆଖିରେ ମଧ୍ୟ ଲୁକ ଜକେଇ ଆସିଛି ।
#Bijapur #NaxalAttack में बंधक बनाए गए जवान की बेटी की आवाज़ सुनकर मन भावुक हो गया.
— Dipanshu Kabra (@ipskabra) April 5, 2021
परिवार के दर्द की हम सिर्फ कल्पना ही कर सकते हैं…
उनकी सुरक्षित वापसी के लिए हर संभव प्रयास किये जा रहे हैं. आपके पिताजी रक बहादुर योद्धा हैं बिटिया. आप भी उनकी तरह धैर्य और हिम्मत से काम लें… pic.twitter.com/8dwTw5xkj3
କେବଳ ଝିଅ ନୁହେଁ ରାକେସ୍ୱରଙ୍କ ପରିବାରରେ ମଧ୍ୟ ୩ ଦିନ ହେଲା ଚୁଲି ଜଳୁନି । କାହା ଆଖିରୁ ଲୁହ ଶୁଖୁନି । ରାକେଶ୍ୱରଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସ୍ୱାମୀଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନ ପାଇଁ ନିବେଦନ କରିଛନ୍ତି । ଅନ୍ୟପଟେ ସିଆରପିଏଫ କିଛି ଅଧିକାରୀଙ୍କୁ ରାକେଶ୍ୱରଙ୍କ ଘରକୁ ପଠାଇଛି । ସେ ନକ୍ସଲଙ୍କ ପାଖରେ ବନ୍ଦୀ ଅଛନ୍ତି ନା ନାହିଁ ସେନେଇ ଖୋଳତାଡ ଚାଲିଥିବା ସେମାନେ କହିଛନ୍ତି ।
ସୂଚନାଯୋଗ୍ୟ, ଶନିବାର ବିଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ଜଣ ଯବାନ ସହିଦ ହୋଇଥିଲେ । ଏହାସହ ୩୧ଜଣ ଯବାନ ଆହତ ହୋଇଛନ୍ତି । ଏହା ଚଳିତ ବର୍ଷର ସବୁଠାରୁ ବଡ ଆତଙ୍କବାଦୀ ଆକ୍ରନ । ଆକ୍ରମଣରେ ସିଆରପିଏଫର ୮ ଯବାନ ଓ ରାଜ୍ୟ ପୋଲିସର ୧୪ ଯବାନ ସହିଦ ହୋଇଥିବା ସୂଚନା ମିଳିଛି ।