ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା, ସର୍ଭିସ ବନ୍ଧୁକରୁ ଗୁଳି ଚଳାଇ ହାରିଲେ ଜୀବନ

Published By : Prameya-News7 Bureau | October 03, 2021 IST

ଉମରକୋଟ ୦୩/୧୦:    ନିଜ ସର୍ଭିସ ରିଭଲବରରୁ ଗୁଳି ଫୁଟାଇ ସିଆରପିଏଫ ଯବାନଙ୍କ ଆତ୍ମହତ୍ୟା । ଏଭଳି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅନ୍ତର୍ଗତ ଫୁତାନଡା ସ୍ଥିତ ସିଆରପିଏଫ କ୍ୟାମ୍ପ୍ ମଧ୍ୟରେ ।

କ୍ୟାମ୍ପରେ ଜଣେ କାର୍ଯ୍ୟରତ ସିଆରପିଏଫ  ଯବାନ ରବିବାର ଅପରାହ୍ନରେ ନିଜ ବନ୍ଧୁକରୁ ଆତ୍ମହତ୍ୟା କରିଥିଲେ ।  ଏନେଇ ରାଇଘର ଥାନା ଅଧିକାରୀ ଟଙ୍କଗିରି ଭୋଇ ସୂଚନା ଦେଇଛନ୍ତି । ମୃତ ଯବାନ ଜଣକ ଡି.ଗୋବର୍ଦ୍ଧନ ଏବଂ ତାଙ୍କ ଘର ତେଲେଙ୍ଗାନା ବୋଲି ଜଣାପଡିଛି ।

ରାଇଘର ପୋଲିସ ଘଟଣା ବାବଦରେ ଖବର ପାଇ ତଦନ୍ତ ଆରମ୍ଭ କରିଛି ।  ତେବେ ତାଙ୍କର ଆତ୍ମହତ୍ୟାର କାରଣ ସ୍ପଷ୍ଟ ହୋଇପାରି ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.