Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

CRPF ଟିମ ଉପରେ ବଡଧରଣର ନକ୍ସଲ ଆକ୍ରମଣ ଯୋଜନା ପଣ୍ଡ, ୧୦ କେଜିର କେନ୍‌ ବୋମା ଜବତ

12/04/2021 at 4:28 PM

ରାଞ୍ଚି ୧୨/୦୪ : ଛତିଶଗଡର ବୀଜାପୁରରେ ହୋଇଥିବା ନକ୍ସଲ ଆକ୍ରମଣରେ ୨୨ ଜଣ ଯବାନ ଶହୀଦ ହୋଇଥିଲେ । ନକ୍ସଲମାନଙ୍କ ଏହି ବର୍ବରୋଚିତ କାଣ୍ଡ ଆଜିବି ଦେଶବାସୀଙ୍କ ମନରୁ ଲିଭିନଥିବା ବେ​‌ଳେ ଝାଡଖଣ୍ଡର ପଶ୍ଚିମୀ ସିଂହଭୂମରେ ଏକ ବଡ ଧରଣର ଆକ୍ରମଣ ଯୋଜନା ପଣ୍ଡ ହୋଇଥିବା ସୂଚନା ମିଳିଛି । ସୁରକ୍ଷାକର୍ମୀମାନେ ନକ୍ସଲମାନଙ୍କ ଆକ୍ରମଣ ଯୋଜନାକୁ ପଣ୍ଡ କରିଦେଇଛନ୍ତି । ଯାହାଫଳରେ ଏକ ବଡ ଧରଣର ଆକ୍ରମଣରୁ ରକ୍ଷା ପାଇଯାଇଛନ୍ତି ସୁରକ୍ଷାକର୍ମୀ ।

ଝାଡଖଣ୍ଡର ପଶ୍ଚିମୀ ସିଂହଭୂମ ଜିଲ୍ଲାର ମନୋହର ପ୍ରଖଣ୍ଡ ଅଞ୍ଚଳରେ ଦିଘାରୁ ତିରିଲପୋସୀ ଯିବା ରାସ୍ତାରେ CRPF ପକ୍ଷରୁ ୧୦ କିଲୋ କେନ୍‌ ବୋମା ଜବତ କରାଯାଇଛି । ଏତେ ପରିମାଣର ବିସ୍ଫୋରକ ଜବତ ହେବା ପରେ ବୋମା ନିରୋଧକ ଟିମ୍‌ ପକ୍ଷରୁ ଏହାକୁ ନଷ୍ଟ କରିଦିଆଯାଇଛି । ଝାଡଖଣ୍ଡର ସାରଣ୍ଡା କ୍ଷେତ୍ରରେ ଗତ କିଛି ଦିନ ହେବ ନକ୍ସଲମାନଙ୍କ ଗତିବିଧି ବୃଦ୍ଧି ପାଇଛି । ଲଗାତାର ଭାବେ ସୁରକ୍ଷାବଳକୁ ଟାର୍ଗେଟ୍‌ କରୁଛନ୍ତି ନକ୍ସଲ ।

ସୂଚନା ଅନୂସାରେ, ଗତ ରବିବାର ଦିନ କୌଣସି ସୁତ୍ରରୁ ଖବର ମିଳିଥିଲା ଯେ ନକ୍ସଲମାନେ, CRPF ଟିମ ଉପରେ ଆକ୍ରମଣ କରିବାକୁ ଯୋଜନା କରୁଛନ୍ତି । ଏହା ପରେ ୧୭୪ ବାଟାଲିୟନର ମନୋଜ କୁମାରଙ୍କ ନେତୃତ୍ବରେ ଆରମ୍ଭ ହୋଇଥିଲା ସ୍ପେଶାଲ ଅପରେସନ । CRPF ଏବଂ ଜରାଇକେଲା ପୋଲିସର ମିଳିତ ଉଦ୍ୟମରେ ନକ୍ସଲମାନଙ୍କ ସମସ୍ତ ପ୍ଲାନ୍‌କୁ ଅକମୀ କରିଦିଆଯାଇଥିଲା ।

   Related Posts