Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୨୫କୁ ବୃଦ୍ଧି
  • ||
  • ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୭୨୯୧ କୋଭିଡ୍ ପଜିଟିଭ୍, ୧୨୧୧୯୫୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଖଲ୍ଲିକୋଟ : ଅଟୋକୁ ପଛ ପଟୁ ଧକ୍କା ଦେଲା ଟ୍ରକ, ଜଣେ ମୃତ
  • ||
  • ଭୁବନେଶ୍ୱର : ୨୬ ଯାଏଁ ରାଜ୍ୟର କିଛି ସ୍ଥାନରେ କୋହଲା ପାଗ ସହ ବର୍ଷା, ସତର୍କ କଲା ପାଣିପାଗ ବିଭାଗ
  • ||
  • ଲମତାପୁଟ : ପାଡୁଆ ପୋଲିସକୁ ସଫଳତା, ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ
  • ||

ନିଜକୁ ଗୁଳିକରି ଆତ୍ମହତ୍ୟା କଲେ ଜମ୍ମୁ-କାଶ୍ମୀରରେ ମୁତୟନ ସିଆରପିଏଫ ଅଫିସର, ସୋସାଲ ମିଡିଆରେ ରଟୁଛି ଏପରି ଖବର

24/08/2019 at 8:01 PM

ଅନନ୍ତନାଗ:  ଜମ୍ମୁ-କାଶ୍ମୀରରେ ମୁତୟନ ଜନୈକ ସିଆରପିଏଫ ଅଧିକାରୀ ନିଜ ସର୍ଭିସ ରିଭଲ୍ଭରରୁ ନିଜକୁ ଗୁଳିକରି ଆତ୍ମହତ୍ୟା କରିଛନ୍ତି। ତେବେ ତାଙ୍କ ଆତ୍ମହତ୍ୟାର କାରଣ ସମ୍ପର୍କରେ ଜଣାପଡିନଥିବା ବେଳେ ଏହାକୁ ରାଜ୍ୟରେ ପ୍ରସଙ୍ଗ କରିବାକୁ ଉଦ୍ୟମ କରୁଛନ୍ତି ବିଛିନ୍ନତା ବାଦୀ। ମୃତ ଅଧିକାରୀ ଜଣେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ ଓ ତାଙ୍କ ନାମ ଏମ.ଅରବିନ୍ଦ। ସେ ୨୦୧୪ ମସିହାରେ ଡାଇରେକ୍ଟ ଏଣ୍ଟ୍ରିରେ ସିଆରପିଏଫରେ ଯୋଗଦେଇଥିଲେ।

ତାମିଲନାଡୁ ବାସିନ୍ଦା ଅରବିନ୍ଦ ଗତ କିଛି ଦିନ ହେଲା ଛୁଟିରେ ଥିଲେ। ଅଗଷ୍ଟ ୧୪ ତାରିଖ ଦିନ ଡ୍ୟୁଟିକୁ ଫେରିଥିଲେ। ତେବେ ୨୦ ତାରିଖ ଦିନ ତାଙ୍କ ପତ୍ନୀ ଅନନ୍ତନାଗସ୍ଥିତ ତାଙ୍କ କ୍ୱାର୍ଟରକୁ ଆସିଥିଲେ ବୋଲି କୁହାଯାଉଛି। ପତ୍ନୀ ଫେରିଯିବା ପରେ ସେ ଏହି କାଣ୍ଡ କରିଛନ୍ତି। ପୋଲିସ ତାଙ୍କ ଶବକୁ ଜବତ କରିଥିବା ବେଳେ ପୋଷ୍ଟମର୍ଟମ ପରେ ତାଙ୍କ ଗୃହନଗର କୋୟମ୍ବାଟୁରକୁ ପଠାଇ ଦିଆଯାଇଛି।

ପାରିବାରିକ ଅସନ୍ତୋଷ କାରଣରୁ ସେ ହୁଏତ ଆତ୍ମହତ୍ୟା କରିଥାଇପାରନ୍ତି ବୋଲି ବରିଷ୍ଠ ସିଆରପିଏଫ ଅଧିକାରୀମାନେ କହିଛନ୍ତି। ତେବେ କାଶ୍ମୀରରେ ସେ ତାଙ୍କ ଜୀବନଶୈଳୀକୁ ନେଇ ଅଶାନ୍ତିରେ ଥିବା ବେଳେ ଏଭଳି ଆତ୍ମହତ୍ୟା କରିଥିବା ସୋସାଲ ମିଡିଆରେ ପ୍ରସାରିତ ହେଉଛି। ମାମଲାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

   Related Posts