କାଉ ଯଦି ଏହି ସ୍ଥାନରେ ବସେ ତାହେଲେ ହେବ ଧନବର୍ଷା : ଜାଣନ୍ତୁ କେଉଁଠି

Published By : Prameya-News7 Bureau | December 28, 2018 IST

ଭୁବନେଶ୍ୱର ୨୮/୧୨ : କାଉକୁ ମଣିଷ ସବୁବେଳେ ଏକ ଅଶୁଭ ପକ୍ଷୀ ଭାବେ ଗଣନା କରିଥାଏ | କାଉ ଆମକୁ ଅଶୁଭ ସଂକେତ କିମ୍ବା ଅଶୁଭ ସମାଚାର ଦେଇଥାଏ ବୋଲି ଅନେକ ଲୋକ ବିଶ୍ୱାସ କରିଥାନ୍ତି | କିନ୍ତୁ ସବୁବେଳେ କାଉକୁ ନେଇ ଅଶୁଭ ଚିନ୍ତା କରିବା ଠିକ ନୁହେଁ | କାଉ ବେଳେବେଳେ ଆମକୁ ଶୁଭ ସଂକେତ ମଧ୍ୟ ଦେଇଥାଏ | ସେହି ସଂକେତକୁ ଆମେ ଠିକ ଭାବେ ବୁଝି ଗ୍ରହଣ କରିବା ଉଚିତ | ଆସନ୍ତୁ ଜାଣିବା କାଉର ଶୁଭ ଅଶୁଭ ସଂକେତ :

{"id":67929}


ଯଦି ପାଣି ଭର୍ତ୍ତି ମାଠିଆ କିମ୍ବା ଅନ୍ୟ କୌଣସି ପଦାର୍ଥ ଉପରେ କାଉ ବସେ ତାହେଲେ ତାକୁ ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଇଥାଏ | ପାଣି ଭର୍ତ୍ତି ମାଠିଆରେ କାଉ ବସିବା ଦ୍ୱାରା ଧନବର୍ଷା ହୋଇଥାଏ ବୋଲି ବିଶ୍ୱାସ କରାଯାଏ | ଏହାସହ ଭାଗ୍ୟ ଉଦୟ ମଧ୍ୟ ହୋଇଥାଏ |

{"id":67922}


ଯଦି କାଉ ଥଣ୍ଟରେ ରୁଟି କିମ୍ବା ମାଂସ ଟୁକୁଡା ନେଇ ଆସିଥାଏ ତାହେଲେ ତାକୁ ମଧ୍ୟ ଶୁଭ ବୋଲି ବିଚାର କରାଯାଇଥାଏ | ମନୋସ୍କାମନା ପୁର୍ଣ ହେବ ନେଇ କାଉ ଏଭଳି ସୂଚନା ଦେଇଥାଏ ବୋଲି ବିଶିଷ୍ଟ ଲୋକେ ମତ ପୋଷଣ କରିଛନ୍ତି |

{"id":67930,"width":583,"height":438}


ଅନେକ ସମୟରେ ଆମେ ଦେଖିଥାଉ ଅନେକ କାଉ ଏକାଠି ମିଶି ବହୁତ ଜୋର ଜୋରରେ ରାବିଥାନ୍ତି | ଏତେ ଗୁଡ଼ାଏ କାଉଙ୍କ ଏକସଙ୍ଗେ ରବିବା ଅଶୁଭ ବୋଲି ଦର୍ଶାଇ ଥାଏ | ତେବେ ଯେଉଁ ଗାଁରେ କିମ୍ବା ସହରରେ କିମ୍ବା ଯେଉଁ ସ୍ଥାନରେ କାଉମାନେ ଏଭଳି ରାବନ୍ତି ସେହି ସ୍ଥାନ ପାଇଁ ଅଶୁଭ ହୋଇଥାଏ କିମ୍ବା କୌଣସି ଦୁଃସମ୍ବାଦ ପ୍ରାପ୍ତି ହୋଇଥାଏ ବୋଲି ବିଶ୍ୱାସ ରହିଛି | ସେହି ସ୍ଥାନରେ କୌଣସି ବଡ ବିପଦ ଆସିବାର ସଂକେତ ଦେଇଥାଏ କାଉଙ୍କ ରାବ |

{"id":67928,"width":579,"height":265}


ଯଦି କାଉ କୌଣସି ବ୍ୟକ୍ତିଙ୍କ ଉପରେ ଆସି ବସିଥାଏ ତାହେଲେ ସେହି ବ୍ୟକ୍ତିଙ୍କର ଧନ ଏବଂ ସମ୍ମାନର ହାନୀ ଘଟିଥାଏ |

{"id":67926,"width":584,"height":478}

ଯଦି କୌଣସି ମହିଳାଙ୍କ ଉପରେ କାଉ ବସିପଡ଼େ ତାହେଲେ ମହିଳାଙ୍କ ସ୍ୱାମୀଙ୍କୁ ଗଭୀର ସଙ୍କଟର ସମ୍ମୁଖୀନ ହେବାକୁ ପଡିଥାଏ ବୋଲି ବିଶ୍ୱାସ ରହିଛି |

{"id":67927}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.