ଫରେଷ୍ଟ ଅଫିସ ବୈଠକରେ ହଙ୍ଗାମା, ଯୁବକକୁ ମାଡ ମାରିଲେ କାର୍ଯ୍ୟରତ ଫରେଷ୍ଟର !

Published By : Prameya-News7 Bureau | September 10, 2021 IST

ଦାରିଙ୍ଗବାଡି୧୦/୦୯ : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଗୁମିକିଆ ପଞ୍ଚାୟରେ ଦୀର୍ଘ ଦିନ ଧରି ଚାଲିଛି ବୃକ୍ଷ ରୋପଣ । ଏହି ବୃକ୍ଷ ରୋପଣ ପାଇଁ ନିୟୋଜିତ ଅଛନ୍ତି ସ୍ଥାନୀୟ ଶ୍ରମିକ ହେଲେ ଦୀର୍ଘ ଦିନ କାର୍ଯ୍ୟ କରିବା ପରେବି ପରିଶ୍ରମର ଅର୍ଥ ପାଉନଥିବା ଅଭିଯୋଗ ଆଣିଛନ୍ତି ଜଣେ ଯୁବକ ଏଲୀୟସ ପ୍ରଧାନ । ଜୁଲାଇ ମାସଠାରୁ ଏଲିୟସ କାମ କରିଛନ୍ତି, ହେଲେ ଆଉ ପାଇବାକୁ ବାକି ଅଛି ୫୫୦(ପାଞ୍ଚ ଶହ ପଚାଶ ଟଙ୍କା) ଟଙ୍କା ।

wp:gallery {"ids":[509192],"linkTo":"none"} /wp:gallery

ଏହି ଟଙ୍କା ପାଇଁ ସିମନବାଡି ବନାଞ୍ଚଳ ବୁଡ଼ାଗୁଡା ସେକ୍ସନ ଅଫିସ କଯ୍ୟାଳୟକୁ ଗୁରୁବାର ସନ୍ଧ୍ୟା ସମୟରେ ଆସି ଫରେଷ୍ଟର ହରିଶ୍ଚନ୍ଦ୍ର ପ୍ରଧାନଙ୍କୁ ଟଙ୍କା ମାଗିଥିଲେ । ଫରେଷ୍ଟର କହିଥିଲେ ତୁମର ସବୁଟଙ୍କା ଦିଆ ସରିଛି ମୁଁ ଆଉ ଦେଇପାରିବି ନାହିଁ କହି ସିଧା ସିଧା ମନାକରିଥିଲେ ଟଙ୍କା ଦେବା ପାଇଁ । ହେଲେ ମୁଁ କାମ କରିଛି ଟଙ୍କା ପାଇବାର ଅଛି କହି କିଛି ସମୟ ରହିବା ପରେ ଉଭୟଙ୍କ ମଧ୍ୟରେ ବଚଷା ହୋଇଥିଲା ।

wp:gallery {"ids":[509193],"linkTo":"none"} /wp:gallery

ପରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଏଭଳି ଘଟଣା ସକାଳୁ ସକାଳୁ ଚର୍ଚ୍ଚା ହେବାରେ ଲାଗିଲା ପରେ ଏଲୀୟସ ଗ୍ରାମରେ ଖବର ଦେବାପରେ ଗ୍ରାମର କିଛ ଭଦ୍ରଲୋକ ନେତା ଘଟଣା ସମ୍ପର୍କରେ ଜାଣିବା ପାଇଁ ବୁଡ଼ାଗୁଡା ସେକ୍ସନ ଅଫିସ ସାମ୍ନାରେ ବୈଠକ ବସିଛି ବର୍ତମାନ ସୁଧା କୌଣସି ନିଷ୍ପତି ହୋଇନଥିବା ଜଣାପଡ଼ିଛି । ପକୃତରେ ଏଲୀୟସ କାମ କରି ଟଙ୍କା ପାଇନାହାନ୍ତି ନା ଏଠି ଜାଣିଶୁଣି ଫରେଷ୍ଟରକୁ ଫସାଇ ଦିଆଯାଉଛି । ତାହା ଆଗାମୀ ଦିନରେ ଜଣାପଡିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.