Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୪୩ କୋଭିଡ୍ ପଜିଟିଭ୍
  • ||
  • ବୋହୂକୁ ପଥରରେ ଛେଚି ଦେଲା ଶାଶୂ, ପାରିବାରିକ କଳହରୁ ଜଘନ୍ୟ ହତ୍ୟାକାଣ୍ଡ…
  • ||
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ପୂଜା ପାଇଁ ବଜାରରେ ଜମୁଛି ଭିଡ, ଲୋକଙ୍କ ମୁହଁରେ ନାହିଁ ମାସ୍କ, କାଲିଠୁ ଟୁଇନସିଟିରେ ନାଇଟ୍ କର୍ଫ୍ୟୁ

10/10/2021 at 8:41 PM

ଭୁବନେଶ୍ଵର ୧୦।୧୦: ଅକ୍ଟୋବର ମାସ ପହିଲାରୁ କରୋନା ଆକ୍ରାନ୍ତ ସଂଖ୍ୟା ବଢ଼ିବାରେ ଲାଗିଛି। କିନ୍ତୁ ଏଥିପ୍ରତି କାହାର ନଜର ନାହିଁ। ପୂଜା ପାଇଁ ଏବେ ସମସ୍ତେ ବ୍ୟସ୍ତ। ଯେଉଁଥିପାଇଁ ବଜାରରେ ପ୍ରବଳ ଭିଡ। ଲୋକଙ୍କ ଭିଡକୁ ଦେଖିଲା ଲାଗୁଛି କରୋନାକୁ ଆଉ କେହି ଖାତିର ଯେମିତି କରୁନାହାନ୍ତି । ଏପଟେ କାଲି ଠାରୁ ଟୁଇନସିଟିରେ ନାଇଟକର୍ଫ୍ୟୁ ଲାଗୁ ହେବାକୁ ଯାଉଛି । ଏଥିପାଇଁ ପୋଲିସ ପ୍ରାଶସନ ସଜାଗ ହେଉଥିବାବେଳେ ସ୍ବାସ୍ଥ୍ୟ ବିଭାଗ ସର୍ତକ କରାଇଦେଇଛି। ଟିକେ ଅବହେଳା ପୁଣି ବଡ ବିପଦ ଆଣିପାରେ।

ପୂଜା ପାଇଁ ବଜାରରେ ଭିଡ ବଢ଼ୁଛି। ଅନେକଙ୍କ ମୁହଁରେ ମାସ୍କ ନାହିଁ । କେଉଁ ଦୋକାନରେ କୋଭିଡ ଗାଇଡ ଲାଇନ ଠିକ୍‌ରେ ପାଳନ ହେଉନି। ଯିଏ ଯେମିତି ପାରିଲା ବୁଲିଲା, ଗହଳି କଲା । କରୋନାକୁ ସତେ ଯେମିତି ଆଉ କାହାର ଖାତିର ନାହିଁ । ଆଉ ଏହା ହିଁ ଆଗକୁ ମାରତ୍ମାକ ସାବ୍ୟସ୍ତ ହେବ । କାରଣ ପୁଣି ବଢିଲାଣି କରୋନା । ଅକ୍ଟୋବର ୧ ତାରିଖରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୭୭ ଥିବାବେଳେ ଆଜି ଆକ୍ରାନ୍ତଙ୍କ ସଂଖ୍ୟା ୬୫୨ ଛୁଇଁଛି । ଏହି ଦଶ ଦିନରେ ଆକ୍ରାନ୍ତ ସଂଖ୍ୟା ପ୍ରାୟ ୨ଶହ ବଢ଼ିଲାଣି । ଆଉ ୫ତାରିଖରୁ କରୋନା ସଂଖ୍ୟା କମିବା ପରିବର୍ତ୍ତେ ଉପର ତଳ ହେବାରେ ଲାଗିଛି ।

୫ ତାରିଖରେ ୪୫୩, ୬ ରେ ୫୯୩, ୭ ରେ ୫୮୨, ୮ ରେ ୫୨୪, ୯ ରେ ୫୨୬ ଥିଲା ଏହି ସଂଖ୍ୟା । ଏପଟେ ଆସନ୍ତା କାଲି ଠାରୁ ଟୁଇନ୍ ସିଟିରେ ନାଇଟ କର୍ଫ୍ୟୁ ଲାଗୁ ହେଉଥିବାରୁ କୋଭିଡ ଗାଇଡ ଲାଇନ କିଭଳି ଲୋକେ ପାଳନ କରିବେ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି। କଟକରେ ୩୨ ପ୍ଲାଟୁନ ପୋଲିସ ଫୋର୍ସ ସହ ମୁତୟନ ହେବେ ଶହେ ବରିଷ୍ଠ ଅଧିକାରୀ।  କୋଭିଡ ଗାଇଡ ଲାଇନ ମାନି ପୂଜା କରିବା ପାଇଁ ପରାମର୍ଶ ଦିଆଯାଇଛି ।

ସ୍ବାସ୍ଥ୍ୟ ବିଭାଗ କହିଛି ଏହି ତିନି ମାସ ନିର୍ଣ୍ଣାୟକ। ବର୍ତ୍ତମାନ ଭାଇରସ କୁଆଡେ ଯାଇନି। ଏହି ତିନି ମାସରେ ପାର୍ବଣ ଋତୁ ହେଇଥିବାରୁ ଏହି ସମୟରେ ଏକାଠି ନହେବା ଗହଳି ନ କରିବା ପାଇଁ  ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିବେଦନ  କରାରଯାଇଛି।  ସବୁ ପର୍ବ ପର୍ବାଣୀ ଘର ଭିତରେ ରହି ପାଳନ କରିବା ଜରୁରୀ ।  ଅନାବଶ୍ୟକ ଭାବେ ବାହାରକୁ ଯାଆନ୍ତୁ ନାହିଁ ବୋଲି ସ୍ବାସ୍ଥ୍ୟ ବିଭାଗ ପରାର୍ମଶ ଦେଇଛି ।

କରୋନାର ଦ୍ବିତୀୟ ଲହରରେ ଏବେ ସୁଦ୍ଧା ୧୦ଲକ୍ଷ ୩୧ହଜାର୬୯୬ ଜଣ ଆକ୍ରାନ୍ତ ହୋଇଛନ୍ତି ।  ୮୨୪୯ ଜଣଙ୍କ ମୃତ୍ୟୁ ହୋଇଛି  । ତଥାପି ଲୋକଙ୍କ ଭିତରେ ସଚେତନତା ନାହିଁ।  ଯାହା ଆଗକୁ ଭୟଙ୍କର ବିପଦ ଆଣିଦେବାର ସମ୍ଭାବନା ରହିଛି ।

   Related Posts