Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ଘରକୁ ଫେରିବା ଚିନ୍ତା : ଓ୍ୱେବସାଇଟରେ ପଞ୍ଜୀକରଣ ପାଇଁ ଭିଡ, ପଞ୍ଚାୟତ ଅଫିସରେ ଲାଗିଛି ଲାଇନ୍‌

25/04/2020 at 9:08 AM

ଭୁବନେଶ୍ୱର ୨୫।୦୪: ଗୁଜରାଟ, ଦିଲ୍ଲୀ, କର୍ଣ୍ଣାଟକ, କେରଳରୁ ଆରମ୍ଭ କରି ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରୁ ଲକ୍ଷ ଲକ୍ଷ ଓଡ଼ିଆ ଘରକୁ ଫେରିବାକୁ ଚାତକ ଭଳି ଅପେକ୍ଷା କରିଛନ୍ତି । କେବଳ ଅପେକ୍ଷା ଲକ୍‌ଡାଉନ୍‌ କଟକଣା କେତେବେଳେ ହଟିବ । ଗାଡ଼ିମଟର ଚାଲିବ । ପ୍ରାୟ ୫ ଲକ୍ଷ ଓଡ଼ିଆ ବାହାର ରାଜ୍ୟରୁ ଓଡ଼ିଶାକୁ ଫେରିବାକୁ ଥିବାରୁ କରୋନା ସଂକ୍ରମଣକୁ ଏଡ଼ାଇବାକୁ ରାଜ୍ୟ ସରକାର ନୂଆ କୌଶଳ ଆଦରିଛନ୍ତି । ବିନା ପଞ୍ଜୀକରଣରେ ଜଣେ ହେଲେ ବି ନିଜ ଘରକୁ ଯାଇପାରିବେନି ବୋଲି ସରକାର ନାଲିଆଖି ଦେଖାଇଛନ୍ତି । ତେଣୁ ବାହାରେ ଥିବା ଓଡ଼ିଆମାନେ ପଞ୍ଜୀକରଣ ଆରମ୍ଭ କରିଛନ୍ତି । ନିଜ ସ୍ମାର୍ଟଫୋନରେ ବହୁ ଲୋକ ଅନଲାଇନ ପଞ୍ଜୀକରଣ କରିଥିଲା ବେଳେ ଆଉ କିଛି ଲୋକଙ୍କ ପାଇଁ ତାଙ୍କ ପରିବାର ଲୋକ ପଞ୍ଚାୟତ ଅଫିସ ଯାଇ ଫର୍ମ ପୂରଣ କରିଛନ୍ତି ।

ରାଜ୍ୟ ସରକାରଙ୍କ ଆକଳନ ଅନୁସାରେ, ବାହାର ରାଜ୍ୟରେ ପ୍ରାୟ ସାଢ଼େ ୭ ଲକ୍ଷ ଓଡ଼ିଆ ଅଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ଶ୍ରମିକ ଥିବାରୁ ସେମାନେ ଘରକୁ ଫେରିବାକୁ ବ୍ୟଗ୍ର ଅଛନ୍ତି । ଲକ୍‌ଡାଉନ୍‌ ହଟିବା ପରେ ବାହାରେ ଥିବା ପ୍ରାୟ ୫ ଲକ୍ଷ ଓଡ଼ିଆ ଘରକୁ ଫେରିବାର ସମ୍ଭାବନା ରହିଛି । ସେମାନଙ୍କ ଠାରୁ କରୋନା ସଂକ୍ରମଣର ଆଶଙ୍କା ଥିବାରୁ ୪ର୍ଥ ପର୍ଯ୍ୟାୟ କରୋନା ଲଢ଼େଇ ଗାଁରୁ ହିଁ ହେବ । ତେଣୁ ବିନା ପଞ୍ଜୀକରଣରେ କେହି ଘରକୁ ଯିବାକୁ ସରକାର ଅନୁମତି ଦେବେନି । ତେଣୁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି । ଜଣେ ଅନ୍‌ଲାଇନରେ covid19. odisha.gov.in ରେ ନିଜ ସବିଶେଷ ବିବରଣୀ ଦେଇ ପଞ୍ଜୀକୃତ କରିପାରିବ । ବାହାର ରାଜ୍ୟରେ ରହୁଥିବା କୌଣସି ବ୍ୟକ୍ତିଙ୍କ ପରିବାର ଲୋକ କିମ୍ବା ଆତ୍ମୀୟ ପଞ୍ଚାୟତ ଅଫିସରେ ମଧ୍ୟ ଫର୍ମ ପୂରଣ କରି ପଞ୍ଜୀକରଣ କରିପାରିବେ। ଏଥିପାଇଁ ଆଜି ବହୁସଂଖ୍ୟାରେ ଲୋକ ଓ ପରିବାର ସଦସ୍ୟ ଆଗ୍ରହ ଦେଖାଇଛନ୍ତି ।

ସରକାରଙ୍କ ନିଷ୍ପତ୍ତି ଅନୁସାରେ, ଗାଁରୁ ଆରମ୍ଭ ହେବାକୁ ଥିବା ଲଢ଼େଇରେ ସରପଞ୍ଚମାନେ ହେବେ ଆଗଧାଡ଼ିର ଯୋଦ୍ଧା । ଯେଉଁମାନେ ପଞ୍ଜୀକରଣ କରିବେ ସେମାନଙ୍କ ସହ ଦାୟିତ୍ୱରେ ଥିବା ଅଧିକାରୀ ଯୋଗାଯୋଗରେ ରହିବେ । ପଞ୍ଜୀକୃତ ବ୍ୟକ୍ତି ଆସି ଷ୍ଟେସନ କିମ୍ବା ବସ୍‌ଷ୍ଟାଣ୍ଡରେ ପହଞ୍ଚିବା ପରେ ସେମାନଙ୍କୁ ବ୍ଲକ ଓ ପଞ୍ଚାୟତୱାରୀ ବିଭକ୍ତ କରାଯାଇ ସ୍ୱତନ୍ତ୍ର ଗାଡ଼ିରେ ନିର୍ଦ୍ଦିଷ୍ଟ ପଞ୍ଚାୟତକୁ ଅଣାଯିବ । ଏଥିପାଇଁ ବ୍ଲକ ଓ ପଞ୍ଚାୟତର ଦାୟିତ୍ୱରେ ଥିବା ଅଧିକାରୀ ସ୍ୱତନ୍ତ୍ର ଗାଡ଼ି ନେଇ ଷ୍ଟେସନ କିମ୍ବା ବସଷ୍ଟାଣ୍ଡ ଯିବେ । ପ୍ରତି ପଞ୍ଚାୟତ ପାଇଁ ଜଣେ ନୋଡାଲ ଅଧିକାରୀ ନିଯୁକ୍ତି ହେବେ । ବିଡିଓମାନେ ପ୍ରତି ପଞ୍ଚାୟତ ପାଇଁ ଏକ ୫ଜଣିଆ ଟିମ୍‌ ଗଠନ କରିବେ ।

ପଞ୍ଚାୟତକୁ ଫେରିବା ପରେ ପ୍ରବାସୀ ଓଡ଼ିଆମାନେ ନିଜ ଘରକୁ ସିଧାସଳଖ ଯାଇପାରିବେ ନାହିଁ । ସେମାନେ ପଞ୍ଚାୟତଦ୍ୱାରା ପ୍ରସ୍ତୁତ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ରରେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇବେ । ଏହାପରେ ସେମାନେ ପଞ୍ଚାୟତର କ୍ୱାରେଣ୍ଟାଇନ କେନ୍ଦ୍ରରେ ୧୪ ଦିନ କ୍ୱାରେଣ୍ଟାଇନରେ ରହିବେ । ସେଠାରେ ସେମାନଙ୍କୁ ମାଗଣା ରହିବା, ଖାଇବା ପିଇବା ସହ ଚିକିତ୍ସା ସେବା ମିଳିବ । ୧୪ ଦିନ ପରେ ସେମାନଙ୍କ ସ୍ୱାସ୍ଥ୍ୟବସ୍ଥା ଠିକ୍‌ ଥିଲେ ୨ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ସହ ନିଜ ଘରକୁ ଯିବାକୁ ଅନୁମତି ମିଳିବ । ସମାନ ବ୍ୟବସ୍ଥା ସହରାଞ୍ଚଳ ପାଇଁ ମଧ୍ୟ କରାଯାଇଛି । ସରକାରଙ୍କ ଏ ଆଗୁଆ ପ୍ରସ୍ତୁତି ଆଗାମୀ ଦିନରେ ରାଜ୍ୟରେ କାରୋନା ସଂକ୍ରମଣକୁ ଏଡ଼ାଇପାରିବ ବୋଲି କୁହାଯାଉଛି ।

   Related Posts