ଆଇପିଏଲ ୨୦୨୧ର ଅବଶିଷ୍ଟ ମ୍ୟାଚ୍‌ରେ ଦର୍ଶକଙ୍କୁ ମିଳିବ ଷ୍ଟାଡିୟମରେ ଏଣ୍ଟ୍ରି ! ରହିଛି ଏହି ସର୍ତ୍ତ

Published By : Prameya-News7 Bureau | May 31, 2021 IST

ଦୁବାଇ ୩୧।୦୫: ୟୁଏଇରେ ଖେଳାଯିବ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ୨୦୨୧ର ଅବଶିଷ୍ଟ ମ୍ୟାଚ୍। ତେବେ ୧୪ତମ ସଂସ୍କରଣର ବାକି ମ୍ୟାଚ୍‌ ପାଇଁ ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳିପାରେ। ଖବର ଅନୁଯାୟୀ, ୟୁଏଇ ସରକାର ସେହି ଦର୍ଶକଙ୍କୁ ଷ୍ଟାଡିୟମରେ ପ୍ରବେଶ ପାଇଁ ଅନୁମତି ଦେବେ ଯିଏ କୋଭିଡ୍-୧୯ର ଟିକା ନେଇ ସାରିଥିବେ। ଆଇପିଏଲର ପ୍ରସ୍ତୁତି ପାଇଁ ବିସିସିଆଇ ଅଧିକାରୀଙ୍କ ଏକ ଦଳ ଦୁବାଇ ପହଞ୍ଚିଛନ୍ତି। ବିସିସିଆଇ ଶନିବାର ଏସଜିଏମ ବୈଠକରେ ଆଇପିଏଲର ଅବଶିଷ୍ଟ ୩୧ ମ୍ୟାଚ୍ ୟୁଏଇରେ ସେପ୍ଟେମ୍ବର-ଅକ୍ଟୋବରରେ ଖେଳାଯିବ ବୋଲି ନିଷ୍ପତ୍ତି ହୋଇଥିଲା।

କ୍ରିକବଜ୍‌ର ଖବର ଅନୁଯାୟୀ, ୟୁଏଇ ସରକାର ନିୟମ ହିସାବରେ ପଡିଆକୁ ୫୦ ପ୍ରତିଶତ ଦର୍ଶକଙ୍କ ଅନୁମତି ଦେଇ ପାରିବ । ଫଳରେ ଦର୍ଶକ ୨୦୨୧ ଆଇପିଏଲର ଅବଶିଷ୍ଟ ମ୍ୟାଚ୍‌କୁ ଷ୍ଟାଡିୟମରେ ବସି ଉପଭୋଗ କରି ପାରିବେ। ଏଥିପାଇଁ ୟୁଏଇ ସରକାର ସର୍ତ୍ତ ରଖିଛନ୍ତି। ସର୍ତ୍ତ ଅନୁଯାୟୀ, ଯେଉଁ ବ୍ୟକ୍ତି ଭ୍ୟାକ୍ସିନ ନେଇ ସାରିଥିବେ ସେମାନଙ୍କୁ ଷ୍ଟାଡିୟମରେ ପ୍ରବେଶ ଅନୁମତି ମିଳି ପାରିବ।

ବିସିସିଆଇ ଓ ୟୁଏଇ ସରକାର ପାଇଁ ଦର୍ଶକ ଅନୁମତି ଦେବା ବଡ ଚିନ୍ତାର ବିଷୟ ନୁହେଁ। କିନ୍ତୁ ସ୍ଥାନୀୟ ପ୍ରଶାସନ  ଉପରେ ଏହା ନିର୍ଭର କରେ କାର୍ଯ୍ୟକ୍ରମକୁ ନେଇ କଣ ନୂତନ ନିୟମ କରିବେ ? ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି, ଜୟ ଶାହା, ଉପ ସଭାପତି ରାଜୀବ ଶୁକ୍ଳା, ଅରୁଣ ଧୁମଲ ଦୁବାଇ ପହଞ୍ଚି ସାରିଛନ୍ତି। ବିସିସିଆଇର ଟିମ୍ ପ୍ରସ୍ତୁତିକୁ ନେଇ ୟୁଏଇ ସରକାର ଓ ଏମିରାଟ୍ସ କ୍ରିକେଟ୍ ବୋର୍ଡ ସହ ଆଲୋଚନା କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.