Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସ୍ବିସ୍‌ ଓପନ୍‌: ୧୯ ମାସ ଓ ୧୩ ଟୁର୍ଣ୍ଣାମେଣ୍ଟ ପରେ ଫାଇନାଲରେ ପହଞ୍ଚିଥିଲେ ସିନ୍ଧୁ, କ୍ୟାରୋଲିନାଙ୍କଠୁ ହାରିଲେ
  • ||
  • ସରିଲା ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ, ଗୃହୀତ ହେଲା ରାଜନୈତିକ ଚିଠା ପ୍ରସ୍ତାବ, ପ୍ରସ୍ତୁତ ହେଲା ରଣନୀତି
  • ||
  • ଭାରତ ଓ ଚୀନ୍ କେହି କାହା ଲାଗି ବିପଦ ନୁହେଁ, ପରସ୍ପରର ମିତ୍ର : ୱାଙ୍ଗ ଇ
  • ||
  • ଅନ୍ତର୍ଜାତୀୟ ମହିଳା ଦିବସ: ବର୍ଣ୍ଣାଢ଼୍ୟ ଉତ୍ସବ ‘ୱିମେନ୍ ଆଚିଭର୍ସ୍ ଅଫ୍ ଓଡ଼ିଶା’ରେ ରାଜ୍ୟର ସଫଳ ମହିଳାଙ୍କୁ ସମ୍ବର୍ଦ୍ଧନା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୭୦ କୋଭିଡ୍ ପଜିଟିଭ୍, ୩୩୭୭୪୪ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ନୂଆପଡ଼ା : ହଳଦି ଗାଁରେ ପୁଣି ଥରେ ବାଘ ଆତଙ୍କ, ଭୟରେ ଗ୍ରାମବାସୀ
  • ||
  • ପାକିସ୍ତାନରେ ହିନ୍ଦୁ ପରିବାରର ୫ ସଦସ୍ୟଙ୍କୁ ହତ୍ୟା ! ସନ୍ଦେହଜନକ ଅବସ୍ଥାରେ ମିଳିଲା ମୃତଦେହ
  • ||
  • ମୋହନା : ଅନ୍ଧବିଶ୍ୱାସର ଭୟଙ୍କର ରୂପ, ସୁସ୍ଥ ରହିବା ପାଇଁ ଏବେବି ଶିଶୁଙ୍କୁ ଦିଆଯାଉଛି ଚେଙ୍କ
  • ||
  • ଭିସୁଟର ୪୦ ଛାତ୍ର କୋଭିଡ୍ ପଜିଟିଭ୍ ମାମଲା : କମ୍ପାନୀର ଦାବି-‘ଆଣ୍ଟିଜେନ୍ କିଟରେ ତ୍ରୁଟି ନଥିଲା’
  • ||
  • ସୋନପୁର : ପଡୋଶୀଙ୍କ ସହ କଥା କଟାକଟିରୁ ଫୁଟିଲା ଗୁଳି, ଜଣେ ମୃତ
  • ||

କପିଳାଶ ପୁଣି କମ୍ପିଲା, ୯ ମାସ ପରେ ଲାଗିଲା ଭକ୍ତଙ୍କ ଗହଳି: ଦର୍ଶନ ପାଇଁ ଦରକାର ନାହିଁ କୋଭିଡ୍ ରିପୋର୍ଟ

21/01/2021 at 8:19 PM

ଢ଼େଙ୍କାନାଳ୨୧/୧: ଦୀର୍ଘ ୯ ମାସ ପରେ ପୁଣି ଚଳ ଚଞ୍ଚଳ ହୋଇ ଉଠିଛି କପିଳାଶ ମନ୍ଦିର। କରୋନା କଟକଣା ପରେ ଶୁକ୍ରବାରଠାରୁ ସାଧାରଣ ଭକ୍ତଙ୍କ ଦର୍ଶନ ଲାଗି ଅନୁମତି ମିଳିଛି।

ବର୍ତ୍ତମାନ ଦର୍ଶନ ପାଇଁ କୋଭିଡ୍‌ ନେଗେଟିଭ୍ ରିପୋର୍ଟର ଆବଶ୍ୟକତା ନାହିଁ। ଦୀର୍ଘ ମାସ ପରେ ରାଜ୍ୟର ଅନ୍ୟତମ ଶୈବପୀଠ ଢ଼େଙ୍କାନାଳର କପିଳାଶ ଚଳ ଚଞ୍ଚଳ ହୋଇ ଉଠିଛି। ଆଜି ସକାଳୁ ବିଭିନ୍ନ କପିଳାଶ ମନ୍ଦିରରେ ଭକ୍ତଙ୍କ ଭିଡ ଜମିଥିଲା।  

ଏପରି କି ଦୀର୍ଘ ମାସର କଟକଣା କୋହଳ ପରେ ପ୍ରଭୁଚନ୍ଦ୍ର ଶେଖରଙ୍କ ଦର୍ଶନ ଟିକିଏ ପାଇଁ ବ୍ୟାକୁଳ ଭକ୍ତ ଓ ଶ୍ରଦ୍ଧାଳୁମାନେ ମନ ଭରି ପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ଦୀର୍ଘ ମାସ ହେବ କପିଳାଶ ମନ୍ଦିର ପରିସର ଖାଁ ଖାଁ ଲାଗୁଥିଲା।

ତେବେ ପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କ ପାଇଁ କୋଭିଡ ରିପୋର୍ଟ ବାଧ୍ୟତା ମୂଳକ ହୋଇନଥିଲେ ମଧ୍ୟ ସେମାନଙ୍କୁ ମାସ୍କ, ସାନିଟାଇଜ ଓ ସାମାଜିକ ଦୂରତା ଉପରେ ଯତ୍ନବାନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଭକ୍ତ ଏବଂ ଶ୍ରଦ୍ଧାଳୁମାନେ କିପରି ସୁରୁଖୁରୁରେ ପ୍ରଭୁଙ୍କୁ ଦର୍ଶନ କରିବେ, ସେନେଇ ମନ୍ଦିର କର୍ତ୍ତୁପକ୍ଷଙ୍କ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

   Related Posts