ଟଙ୍କା ଉଠାଣ କଟକଣା ପରେ ୟେସ୍‌ ବ୍ୟାଙ୍କ ଏଟିଏମ୍‌ରେ ରାତି ଅଧରେ ଲାଗିଲା ଗହଳି, ଗ୍ରାହକ ଠେଲାପେଲା...

Published By : Prameya-News7 Bureau | March 06, 2020 IST

ମୁମ୍ବାଇ୬/୩: ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କ ଏଟିଏମରୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇ ପାରିବେ ବୋଲି ଆରବିଆଇ ଧାର୍ଯ୍ୟ କରିଛି। ବ୍ୟାଙ୍କର ଆର୍ଥିକ ସ୍ଥିତିକୁ ଦୃଷ୍ଟିରେ ରଖି ଆରବିଆଇ ଏହି ପଦକ୍ଷେପ ନେଇଛି। ଏହି ସୂଚନା ପାଇବା ମାତ୍ରେ ୟେସ୍‌ ବ୍ୟାଙ୍କ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ବୃଦ୍ଧି ପାଇଛି।ୟେସ୍‌ ବ୍ୟାଙ୍କ ଗ୍ରାହକମାନେ ଯଥାଶୀଘ୍ର ସେମାନଙ୍କ ଟଙ୍କା ଉଠାଇ ନେବା ଆରମ୍ଭ କଲେଣି। ଗୁରୁବାର ବିଳମ୍ବିତ ରାତିରେ ୟେସ୍ ବ୍ୟାଙ୍କର ଏଟିଏମରେ ଲୋକଙ୍କ ଭିଡ ଲଗିଥିଲା।

wp:core-embed/twitter {"url":"https://twitter.com/aajtak/status/1235636288176480261?s=20","type":"rich","providerNameSlug":"twitter","className":""}
https://twitter.com/aajtak/status/1235636288176480261?s=20
/wp:core-embed/twitter

ଏପରି କି ୟେସ୍ ବ୍ୟାଙ୍କର ନେଟ୍ ବ୍ୟାଙ୍କିଂ ଏବଂ ଏଟିଏମ୍ ସେବା ମଧ୍ୟ ବନ୍ଦ ହୋଇଯାଇଛି। ଏହା ୟେସ୍‌ ବ୍ୟାଙ୍କ ଆକାଉଣ୍ଟଧାରୀଙ୍କ ଚିନ୍ତା ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗୁରୁବାର ରାତିରେ ରାଜସ୍ଥାନର ଜୟପୁର ଏବଂ ମହାରାଷ୍ଟ୍ରର ମୁମ୍ବାଇ ସମେତ ଅନେକ ଅଞ୍ଚଳରେ ୟେସ୍‌ ବ୍ୟାଙ୍କ ଏଟିଏମରୁ ଟଙ୍କା ପାଇଁ ଲୋକଙ୍କ ଭିଡ ଜମି ରହିଥିଲା। ରାତାରାତି ମୁମ୍ବାଇରେ ଥିବା ଏଟିଏମଗୁଡିକ ମଧ୍ୟ ଖାଲି ହୋଇଯାଇଥିଲା।

ସମସ୍ତଙ୍କ ଭୟ ରହିଛି ଯେ ଯେ ବ୍ୟାଙ୍କରେ ସେମାନଙ୍କର କଷ୍ଟ ଉପାର୍ଜିତ ଟଙ୍କା ବୁଡ଼ି ଯାଇପାରେ। ମୁମ୍ବାଇରେ ଏଟିଏମ୍ ଭିଡ ହେବା ପରେ ପୋଲିସ୍‌ ସତର୍କ ସୂଚନା ଜାରି କରିଛି। ବିଭିନ୍ନ ଏଟିଏମ୍‌ ଗୁଡିକ​‌ରେ ପୋଲିସ୍ କର୍ମଚାରୀ ମୁତୟନ ହୋଇଛନ୍ତି। କୁହାଯାଉଛି ଯେ ଆରବିଆଇର ଏହି ଆଦେଶ ଆସନ୍ତା ଏକ ମାସ ପାଇଁ ଜାରି ରଖିବ। ଏହାର ଅର୍ଥ ହେଉଛି ୟେସ୍‌ ବ୍ୟାଙ୍କର ଗ୍ରାହକମାନେ ଏକ ମାସ ପାଇଁ ସେମାନଙ୍କ ଆକାଉଣ୍ଟରୁ ମାତ୍ର ୫୦ ହଜାର ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ। ଏହା ସହିତ ପୂର୍ବତନ ଏସବିଆଇ ସିଏଫଓ ପ୍ରଶାନ୍ତ କୁମାରଙ୍କୁ ୟେସ୍‌ ବ୍ୟାଙ୍କର ଆଡମିନିଷ୍ଟ୍ରେଟର ଭାବେ ନିଯୁକ୍ତି ଦିଆଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.