ମାଲଦା ଜନସଭାରେ ମମତାଙ୍କୁ ରାହୁଲଙ୍କ କଟାକ୍ଷ : ସମର୍ଥକଙ୍କ ହଂଗାମା, ଫୋପାଡିଲେ ଚେୟାର

Published By : Prameya-News7 Bureau | March 23, 2019 IST

ମାଲଦା ୨୩/୩ : ପଶ୍ଚିମବଙ୍ଗ ମାଲଦା ଜିଲ୍ଲାରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କର ଏକ ଜନସଭା ଆୟୋଜନ କରାଯାଇଥିଲା | କିନ୍ତୁ ଜନସଭା ପୂର୍ବରୁ ସ୍ଥିତି ବହୁତ ଖରାପ ହୋଇଥିଲା | ରାହୁଲଙ୍କ ସଭା ଆରମ୍ଭ ହେବା ପୂର୍ବରୁ ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା | ସମର୍ଥକମାନେ ପରସ୍ପର ଉପରକୁ ଚେୟାର ଫୋପାଡ଼ିଥିଲେ |


ଏସବୁ ଦେଖି ମମତା ବାନାର୍ଜୀ ଏବଂ ସିପିଏମକୁ ରାହୁଲ ଗାନ୍ଧୀ ଟାର୍ଗେଟ କରିଥିଲେ | ସେ କହିଥିଲେ ଯେ, ଆପଣମାନେ ବର୍ଷ ବର୍ଷ ଧରି ସିପିଏମକୁ ଦେଖି ଆସୁଛନ୍ତି | ଏହାପରେ ମମତାଙ୍କୁ ବାଛିଛନ୍ତି | ଯେଉଁ ଅତ୍ୟାଚାର ସିପିଏମ ସହ ହେଉଛି, ସେହି ଅତ୍ୟାଚାର ମମତାଙ୍କ ଶାସନକାଳରେ ମଧ୍ୟ ହେଉଛି | ସେତେବେଳେ ଗୋଟିଏ ସଂଗଠନକୁ ନେଇ ସରକାର ଗଠନ କରାଯାଉଥିଲା | କିନ୍ତୁ ଜଣେ ଜଣେ ବ୍ୟକ୍ତିଙ୍କ ପାଇଁ ସରକାର ଗଠନ କରାଯାଉଛି |


ଯୁବପିଢୀଙ୍କୁ ଚାକିରୀ ମିଳିଗଲା କି ବୋଲି ପ୍ରଶ୍ନ ଲରିଥିଲେ ରାହୁଲ | କୃଷକଙ୍କୁ କ'ଣ ସହାୟତା ମିଳିଛି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ ରାହୁଲ | ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦି ମିଛ କହୁଥିବାବେଳେ ଅନ୍ୟପଟେ ମମତା ବାନାର୍ଜୀ କେବଳ ମିଛ ପ୍ରତିଶୃତି ଦେଉଛନ୍ତି | କିନ୍ତୁ କୌଣସି ପ୍ରତିଶୃତି ରଖୁନାହାନ୍ତି ବୋଲି କହିଥିଲେ ରାହୁଲ |


ଦଳର କିଛି ନେତା ମୁଖ୍ୟ ମଂଚରେ ଉପସ୍ଥିତ ସତ୍ୱେ ଭିଡ ନିୟନ୍ତ୍ରଣ ବାହାରକୁ ଚାଲିଯାଇଥିଲା ଏବଂ ମୁଖ୍ୟ ମଂଚରେ ତିଆରି ହୋଇଥିବା ବ୍ୟାରିକେଡ଼କୁ ଭାଙ୍ଗି ଲୋକେ ଭିତରକୁ ପ୍ରବେଶ କରିଥିଲେ | ପୋଲିସ ଉପସ୍ଥିତ ଥିଲେ ମଧ୍ୟ ପରିସ୍ଥିତି ନିୟନ୍ତ୍ରଣ କରିପାରିନଥିଲା | ଫଳରେ ଲୋକେ ପରସ୍ପର ଉପସପରେ ଉପରକୁ ଚେୟାର ଫିଙ୍ଗା ଫୋପଡ଼ା କରିଥିଲେ |


ରାହୁଲ ଗାନ୍ଧୀ ଆଜି ବିହାରର ପୁର୍ଣିମାରେ ଏକ ନିର୍ବାଚନୀ ସଭାରେ ଯୋଗ ଦେଇଥିଲେ | ସଭା ସମାପ୍ତ କରି ସେ ମାଲଦା ଜିଲ୍ଲାର ଚଞ୍ଚଲରେ ପହଂଚିଥିଲେ | ସଭାମଞ୍ଚର କିଛି ଦୂରରେ ଏକ ଅସ୍ଥାୟୀ ହେଲି ପ୍ୟାଡ଼ ତିଆରି କରାଯାଇଥିଲା | ରାହୁଲ ପହଂଚିବା ପୂର୍ବରୁ ସମର୍ଥକମାନେ ହୋହାଲ୍ଲା କରିଥିଲେ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.