Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର ; ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ଗଣେଶ ନଗରରେ ପୁଲିସ୍ ର ଚଢାଉ
  • ||
  • ନକଲି ଟମାଟ, ଚିଲି, ସୋୟା ସୋସ୍ ୟୁନିଟ୍ ଉପରେ ଚଢାଉ
  • ||
  • କେତେ ପରିମାଣର ନକଲି ସାମଗ୍ରୀ ଜବତ, ତାହା ତଦନ୍ତ ପରେ ଜଣାପଡିବ ବୋଲି ପୁଲିସର ସୂଚନା
  • ||
  • ବରଗଡ଼ରେ ବିରାଟ ଚାଷୀ ସମାବେଶ, ଯୋଗଦେଲେ ୧୦ ଜିଲ୍ଲାର ୫ ହଜାର କୃଷକ
  • ||
  • ଜୟପୁର : ଜୟପୁର କୋଟପାଡରେ ନକଲି ବିଦେଶୀ ମଦ କରାଖାନା ଠାବ, ବିପୁଳ ପରିମାଣର ନକଲି ମଦ
  • ||
  • ଜଳେଶ୍ଵର : STFର ଚଢାଉ ବେଳେ ଜଳେଶ୍ୱର ବଜାରରୁ ନକଲି ପାନ ମସଲା ଜବତ, ଦୁଇ ଅଟକ
  • ||
  • ଜଳେଶ୍ଵର : ଜଳେଶ୍ଵର ଝାଡ଼େଶ୍ୱରପୁର ବସ୍ତିରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ, ଅଭିଯୁକ୍ତ ଫେରାର
  • ||
  • ବଲାଙ୍ଗୀର : ବୋଲେରୋ ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ମୃତଦେହ ରଖି ରାସ୍ତାରୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୪ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • କଟକ ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
  • ||

ସିଡନୀ ଟେଷ୍ଟ ପାଇଁ ମାତ୍ର ୨୫ ପ୍ରତିଶତ ଦର୍ଶକଙ୍କୁ ଅନୁମତି, କରୋନା ପ୍ରକୋପକୁ ଦେଖି କ୍ରିକେଟ ଅଷ୍ଟ୍ରେଲିଆର ଘୋଷଣା

4/01/2021 at 2:41 PM

ମେଲବର୍ଣ୍ଣ ୦୪/୦୧ : ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି ତୃତୀୟ ଟେଷ୍ଟ । ତେବେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛି କ୍ରିକେଟ୍ ଅଷ୍ଟ୍ରେଲିଆ । ସିଡନୀରେ ଖେଳାଯିବାକୁ ଥିବା ତୃତୀୟ ଟେଷ୍ଟ ମ୍ୟାଚ ପାଇଁ ମାତ୍ର ୨୫ ପ୍ରତିଶତ ଦର୍ଶକଙ୍କୁ ଷ୍ଟାଡିୟମରେ ବସିବାକୁ ଅନୁମତି ଦିଆଯିବ ।

ସିଡନୀରେ କୋଭିଡ୍-୧୯ର ନୂଆ ମାମଲା ସାମ୍ନାକୁ ଆସିବା ପରେ ନ୍ୟୁ ସାଉଥ୍ ଓ୍ବେଲ୍ସ୍ ସରକାରଙ୍କ ପରାମର୍ଶ ପରେ ଏହି ନିଷ୍ପତ୍ତି ନେଇଛି କ୍ରିକେଟ୍ ଅଷ୍ଟ୍ରେଲିଆ । ସିଡନୀ କ୍ରିକେଟ୍ ଷ୍ଟାଡିୟମର ମୋଟ କ୍ଷମତା ହେଉଛି ୩୮ ହଜାର । ତେବେ ଯଦି ୨୫ ପ୍ରତିଶତ ଦର୍ଶକଙ୍କୁ ଦେଖିବାର ସୂଯୋଗ ମିଳେ ତେବେ ପ୍ରାୟ ୯୫୦୦ ଦର୍ଶକ ହିଁ ମ୍ୟାଚ ଦେଖିପାରିବେ ।

କ୍ରିକେଟ୍ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିକ୍ ହୋକଲେ କହିଛନ୍ତି, କୋଭିଡ୍-୧୯ କାରଣରୁ ସାମାଜିକ ଦୂରତାକୁ ଦୃଷ୍ଟିରେ ରଖି ଦର୍ଶକଙ୍କ ସଂଖ୍ୟାକୁ କମାଇ ଦିଆଯାଇଛି । ବର୍ତ୍ତମାନ ପାଇଁ ଟିକେଟ ବୁକିଂ କରିଥିବା ଦର୍ଶକଙ୍କୁ ସେମାନଙ୍କ ଦେୟ ଫେରସ୍ତ କରାଯାଇଛି । ଏଥିରେ ସହଯୋଗ କରିଥିବାରୁ ସମସ୍ତ ଦର୍ଶକଙ୍କୁ ଧନ୍ୟବାଦ ଜଣାଉଛୁ ବୋଲି ସିଇଓ ନିକ୍ ହୋକଲେ କହିଛନ୍ତି । ଏହା ସହ ପୁନଶ୍ଚ ସାମାଜିକ ଦୂରତା ନିୟମ ଅନୁଯାୟୀ ସିଟ୍ ବ୍ୟବସ୍ଥା କରାଯିବା ପରେ ଟିକେଟ୍ ବିକ୍ରି ପାଇଁ ପ୍ରକ୍ରିୟା ଆରମ୍ଭ କରାଯାଇଛି ।

ଚଳିତ ଗସ୍ତରେ ଭାରତ ସିଡନୀରେ ୨ଟି ଦିନିକିଆ ଏବଂ ୨ଟି ଟି-ଟ୍ବେଣ୍ଟି ଖେଳି ସାରିଛି । ପ୍ରଥମ ଦୁଇଟି ମ୍ୟାଚରେ ୧୮ ହଜାର ଦର୍ଶକ ଉପସ୍ଥିତ ଥିଲେ ଯେତେବେଳେକି ଡିସେମ୍ବର ୮ ଅର୍ଥାତ ତୃତୀୟ ଟି-ଟ୍ବେଣ୍ଟିରେ ମ୍ୟାଚ ଦେଖିବା ପାଇଁ ୩୦ହଜାର ଦର୍ଶକ ଉପସ୍ଥିତ ଥିଲେ ।    

   Related Posts