କ୍ରସରରେ ବିସ୍ଫୋରଣ ଘଟଣା: ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି, ମାଲିକକୁ ଗିରଫ କରିବାରେ ପୁଲିସ ବିଫଳ

Published By : Prameya-News7 Bureau | April 27, 2021 IST

ବ୍ରହ୍ମପୁର ୨୭।୦୪:  ଗଞ୍ଜାମ ଜିଲ୍ଲାରେ କ୍ରସରରେ ବିସ୍ଫୋରଣ । କୁକୁଡାଖଣ୍ଡି  ନିକଟରେ ଥିବା AB କ୍ରସରରେ ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ସଂପୃକ୍ତ କ୍ରସର ମାଲିକଙ୍କୁ ଗିରଫ କରିପାରି ନାହିଁ। ସେପଟେ ଅନ୍ୟ ଜଣେ ଗୁରୁତର ଜୀବନ ସହ ସଂଗ୍ରାମ କରୁଛନ୍ତି ।

କୁକୁଡାଖଣ୍ଡି  - ନାଇଡୁପଲ୍ଲୀ ନିକଟରେ ଥିବା କ୍ରସରରେ ଗତ ୧୯ ତାରିଖରେ  ବିସ୍ଫୋରଣ ଘଟିଥିଲା  । ବିସ୍ଫୋରକ ଗଚ୍ଛିତ ଥିବା ବେଳେ ଘଟିଥିଲା ବିସ୍ଫୋରଣ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪ କୁ ବୃଦ୍ଧି ପାଇଛି । ପୁଲିସ୍ ଘଟଣାର ତଦନ୍ତ କରି ଦୁଇ ଜଣଙ୍କୁ ଗିରଫ କରିଛି । ହେଲେ ସଂପୃକ୍ତ କ୍ରସର ମାଲିକଙ୍କୁ ଏ ପର୍ଯ୍ୟନ୍ତ ପୁଲିସ୍ ଗିରଫ କରିପାରି ନାହିଁ । ମାଲିକଙ୍କୁ ଗିରଫ କରିବା ସହ ମୃତକଙ୍କ ପରିବାରବର୍ଗଙ୍କୁ ସହାୟତା ଯୋଗାଇବାକୁ ସ୍ଥାନୀୟ ସରପଞ୍ଚ ପୁଲିସ୍ ଓ ଜିଲ୍ଲା ପ୍ରଶାସନରକୁ ନିବେଦନ କରିଛନ୍ତି । ବିସ୍ଫୋରକ ସାମଗ୍ରୀ ଯୋଗାଣକାରୀଙ୍କୁ ମଧ୍ୟ ଗିରଫ କରିବାକୁ ଆଇନଜୀବୀ ଦାବି କରିଛନ୍ତି । କେଉଁଠାରୁ କେମିତି ବିସ୍ଫୋରଣ ଯୋଗାଣ ହେଉଥିଲା ଏହି ଘଟଣାର ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରିଛନ୍ତି । ଅନ୍ୟ ଜଣେ ଏବେ ଜୀବନ ସହ ସଂଗ୍ରାମ କରୁଛନ୍ତି।

ଘଟଣାସ୍ଥଳରେ ପୁଲିସ୍ ଓ ପ୍ରଶାସନ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି । ଏହି ଘଟଣାରେ ପୁଲିସ୍ ଏ ପର୍ଯ୍ୟନ୍ତ ଦୁଇଜଣ ଙ୍କୁ ଗିରଫ କରିଛି । ସଂପୃକ୍ତ କ୍ରସର୍ ମାଲିକ ଏବଂ ବିସ୍ଫୋରକ ଯୋଗାଣକାରୀଙ୍କୁ ତୁରନ୍ତ ଗିରଫ କରାଯିବ ବୋଲି ବ୍ରହ୍ମପୁର ଏସ୍ ପି ପିନାକ ମିଶ୍ର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.