ଶଗଡା ଜଙ୍ଗଲରେ ଏସଓଜି ଯବାନ-ମାଓବାଦୀ ଗୁଳି ବିନିମୟ : ଛତ୍ରଭଙ୍ଗ ଦେଲେ ନକ୍ସଲ, ରାଇଫଲ ଜବତ

Published By : Prameya-News7 Bureau | November 09, 2021 IST

ଭବାନୀପାଟଣା ୦୯/୧୧ : କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ଶଗଡା ଜଙ୍ଗଲରେ ମାଓବାଦୀ ଗତିବିଧିର ଖବର ପାଇ ଗତ ୬ ତାରିଖ କଳାହାଣ୍ଡି ପୁଲିସ ପକ୍ଷରୁ ଆଣ୍ଟି ମାଓ ସର୍ଚ୍ଚ କମ୍ବିଂ ଅପରେସନ ଆରମ୍ଭ ହୋଇଥିଲା। ଗତ ୭ତାରିଖ ସକାଳ ସାଢେ ୫ଟାରେ ଅଚାନକ ମାଓବାଦୀଙ୍କ ଆଡୁ ଗୁଳିଚାଳନା ହେବାରୁ ପାଲଟା ଆକ୍ରମଣ କରିଥିଲେ ଯବାନ । କୁମ୍ବିଂ ଅପରେସନ ବେଳେ ଛତ୍ର ଭଙ୍ଗ ଦେଇଥିଲେ ମାଓବାଦୀ । ଏହି ଗୁଳି ବିନିମୟରେ ମୃତାହତଙ୍କ ସୂଚନା ନାହିଁ ବୋଲି ମଙ୍ଗଳବାର କଳାହାଣ୍ଡି ଏସପି ଡା. ଶ୍ରବଣ ବିବେକ ଏମ୍‌ ଜିଲ୍ଲା ପୁଲିସ ମୁଖ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଛତ୍ରଭଙ୍ଗ ଦେଇଥିବା ମାଓବାଦୀମାନେ କଳାହାଣ୍ଡି ଦଲମ ମାଓ ସଙ୍ଗଠନ ବୋଲି ଅନୁମାନ କରାଯାଉଛି। ସର୍ଚ୍ଚ ଅପରେସନ ଜାରି ରଖାଯାଇଛି। ଘଟଣା ସ୍ଥଳରୁ ମାଓବାଦୀଙ୍କ ବ୍ୟବହୃତ ଏକ ରାଇଫଲ, ୪ଟି ଜୀବନ୍ତ ଗୁଳି ସମେତ ଅନ୍ୟାନ୍ୟ ମାଓ କ୍ୟାମ୍ପରେ ବ୍ୟବହୃତ ସାମଗ୍ରୀ ଜବତ କରାଯାଇଛି ବୋଲି ଏସପି ସୂଚନା ଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.