Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ICC ଟି-୨୦ ରାଙ୍କିଂ : ୪ର୍ଥ ସ୍ଥାନରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌ ମହମ୍ମଦ ରିଜଓ୍ବାନ, ବିରାଟ କୋହଲି (୫) ଏବଂ ଲୋକେସ ରାହୁଲ (୮) ଖସିଲେ
  • ||
  • କରଞ୍ଜିଆ : ନଭେମ୍ବର ପହିଲାରୁ ଖୋଲିବ ଶିମିଳିପାଳ ଜାତୀୟ ଉଦ୍ୟାନ
  • ||
  • ସୋର : ଭଙ୍ଗା ଘରୁ ମିଳିଲା ପୁଳା ପୁଳା ରାସନ କାର୍ଡ, ଲୋକଙ୍କୁ ଦିଆନଯାଇ ଲୁଚାଇ ରଖାଯାଇଥିଲା କାହିଁକି ?
  • ||
  • ଆନନ୍ଦପୁର : କଣ୍ଡକ୍ଟରଙ୍କ ଭୁଲ୍, ଯାତ୍ରୀଙ୍କ ଗୋଡ ଉପରେ ଚଢିଗଲା ବସ୍
  • ||
  • କୋଣାର୍କ : ବାଇକ୍ ଚୋରି ରାକେଟ୍ ଠାବ : ୮ ବାଇକ୍ ସହ ୪ ଅଭିଯୁକ୍ତ ଗିରଫ
  • ||
  • ତେଲକୋଇ : କାଞ୍ଜିପାଣି ଘାଟିରେ ଭାରସ୍ୟାମ ହରାଇ ଓଲଟିଲା ଅଟୋ, ୫ବର୍ଷର ଶିଶୁ ସମେତ ୩ ଗୁରୁତର
  • ||
  • ଚାନ୍ଦବାଲି : ଅଘୋଷିତ ବିଦ୍ୟୁତ କାଟ୍ : ଦୀର୍ଘ ୧୨ଘଣ୍ଟା ଧରି ଅନ୍ଧାରରେ ରହିଲା ଆଖଣ୍ଡଳମଣୀ ପୀଠ
  • ||
  • ଭୁବନେଶ୍ବର : ନଭେମ୍ବର ୧ରୁ ଯୁକ୍ତ ୩ ପ୍ରଥମ ବର୍ଷ ଏବଂ ୧୫ରୁ ପିଜି ପ୍ରଥମ ବର୍ଷ କ୍ଲାସ୍ ଖୋଲିବ
  • ||
  • ଖୋର୍ଦ୍ଧା : ୩ ଦିନ ହେବ ଚିଲିକା ମଝିରେ ଫସିଥିଲା ଡଙ୍ଗା, ୨ ମତ୍ସ୍ୟଜୀବୀଙ୍କ ସହ ୧୦ବର୍ଷର ଛୁଆ ଉଦ୍ଧାର
  • ||
  • ଭୁବନେଶ୍ବର : ମମିତା ମେହେର ହତ୍ୟା ଘଟଣାରେ ନୀରବତାକୁ ବରଦାସ୍ତ କରାଯିବନି : କଂଗ୍ରେସ
  • ||

ଟିକା ନେଇଥିବା ବ୍ୟକ୍ତି ଜିତିପାରିବେ ୭ କୋଟି ଟଙ୍କା, ଲଟେରୀରେ ଭାଗ ନେବାର ରହିଛି ସୁଯୋଗ

28/05/2021 at 10:16 AM

ନ୍ୟୁୟର୍କ, ୨୮/୦୫:  ଭାରତରେ କରୋନା ମାମଲା ବଢିବା ସହ ଟିକାର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ଲୋକମାନେ ଟିକା ନେବାକୁ ଭିଡ କରୁଛନ୍ତି । କିନ୍ତୁ କିଛି ସ୍ଥାନରେ ଲୋକେ ଟିକା ନେବାକୁ ଡରୁଛନ୍ତି । ଏପରିକି ସଚେତନ ନହୋଇ ଗୁଜବରେ ବିଶ୍ୱାସ କରୁଛନ୍ତି । ଉତ୍ତରପ୍ରଦେଶରେ ନିକଟରେ ଏକ ଗ୍ରାମରେ ଟିକା ପହଁଚିବା ପରେ ଗ୍ରାମବାସୀ ନଦୀକୁ ଡେଇଁ ପଡିଥିଲେ । ଏବେ ଏପରି ଏକ ସ୍ଥାନ ଅଛି ଯେଉଁଠି ଟିକା ନେଲେ ଆପଣଙ୍କୁ ଲଟେରୀ ଜିତିବାର ସୁଯୋଗ ମିଳିବ ।

ଟିକାକରଣକୁ ବ୍ୟାପକ କରିବାକୁ ଆମେରିକାର ଓହିୟୋ ସହରରେ ଭାକସିନ୍ ନେଇଥିବା ଲୋକଙ୍କୁ ଲଟେରୀ ଜିତିବାର ସୁଯୋଗ ମିଳିବ । ଓହିୟୋ ଗଭର୍ଣ୍ଣର ଏହି ଅଫରକୁ ଲଞ୍ଚ୍ କରିଛନ୍ତି । ଯିଏ ଭାକସିନ୍ ଲଗାଇବେ ତାଙ୍କୁ ଲଟେରୀରେ ସାମିଲ ହେବାକୁ ସୁଯୋଗ ମିଳିବ । ଦି ଗାର୍ଜିଆନର ରିପୋର୍ଟ ଅନୁସାରେ, ଲଟେରି ଜିତିଥିବା ବ୍ୟକ୍ତିଙ୍କୁ ୧୦ ଲକ୍ଷ ଡଲାର ବା ୭ କୋଟି ୨୦ ଲକ୍ଷ ଟଙ୍କା । ଗଭର୍ଣ୍ଣର ମାଇକ୍ ଡେଭିନ୍ କହିଛନ୍ତି ଯେ, ପ୍ରାୟ ୨୭ ଲକ୍ଷ ଲୋକେ ପ୍ରଥମ ସପ୍ତାହରେ ଲଟେରୀ ପାଇଁ ଆବେଦନ କରିଛନ୍ତି । ଲଟେରି ନିୟମ ଅନୁସାରେ ପ୍ରତି ସପ୍ତାହରେ ପାଞ୍ଚ ଜଣ ବିଜେତାଙ୍କ ନାଁ ଘୋଷଣା କରାଯିବ ।

ମାଇକ୍ ଏଡିନ୍ ଆହୁରି ମଧ୍ୟ କହିଛନ୍ତି ଯେ, ଲଟେରିରେ ସାମିଲ ହେବା ପାଇଁ ବିଭିନ୍ନ କାଟାଗୋରି ପ୍ରସ୍ତୁତ କରାଯାଇଛି । ବୟସ୍କଙ୍କ ବୟସ ୧୮ ବର୍ଷରୁ ଅଧିକ ହେବା ଆବଶ୍ୟକ । ସେହିପରି ୧୨ ରୁ ୧୭ ବର୍ଷର ପିଲାଙ୍କ ପାଇଁ ଭିନ୍ନ ଲେଟେରୀ ବ୍ୟବସ୍ଥା କରାଯାଇଛି ।

ତେବେ ପିଲାଙ୍କୁ କୌଣସି ଅର୍ଥ ପୁରସ୍କାର ନୁହେଁ ବରଂ ଚାରି ବର୍ଷ ଯାଏଁ ସ୍କୋଲାରସିପ୍ ମିଳିବ । ଏଥିରେ ଟ୍ୟୁସନ୍ ଖର୍ଚ୍ଚ ମଧ୍ୟ ସାମିଲ ରହିବ । ସମସ୍ତ ଅର୍ଥ ପ୍ରଶାସନ କୋଭିଡ୍ ଫଣ୍ଡରୁ ଖର୍ଚ୍ଚ କରିବ । ଏହାର ପୁରା ହିସାବ କିତାବ ରଖାଯିବ ।

ଓହିୟୋର ଏହି ଲଟେରୀ ଯୋଜନା ପୁରା ଆମେରିକାରେ ଚର୍ଚ୍ଚାର ବିଷୟ ପାଲଟିଛି । ନ୍ୟୁୟର୍କ ଟାଇମ୍ସ ଏହି ବ୍ୟବସ୍ଥାକୁ ଆକର୍ଷଣୀୟ ମଧ୍ୟ କହିଛି । ତେବେ ଏହି ଲଟେରୀ ବ୍ୟବସ୍ଥା ଦ୍ୱାରା ଟିକାକରଣ ବଢୁଛି ନା ନାହିଁ ତାହା ପରେ ଜଣାପଡିବ ।

   Related Posts