Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନାଲରୁ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର, ଗାଧୋଇବା ବେଳେ ନିଖୋଜ ହୋଇଯାଇଥିଲେ
  • ||
  • ହାତ ଛାଡିଲେ ପ୍ରଦୀପ ମାଝି, କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ଦେଲେ ଇସ୍ତଫା
  • ||
  • ଟ୍ରକ୍‌କୁ ଧକ୍କା ଦେଲା ଯାତ୍ରୀବାହୀ ବସ୍, ୨ ମୃତ ଓ ୫ ଆହତ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ଜଣେ ମୃତ : କ୍ଷତିପୂରଣ ଦାବିରେ ଜାତୀୟ ରାଜପଥ ଅବରୋଧ
  • ||
  • ଶିଶୁଙ୍କୁ ଟିକା ପାଇଁ ପ୍ରସ୍ତୁତି ଆରମ୍ଭ, ଶୁକ୍ରବାର ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦେବ କେନ୍ଦ୍ର
  • ||
  • ଶୁକ୍ରବାର ମୁଖ୍ୟମନ୍ତ୍ରୀଙ୍କ ମୟୂରଭଞ୍ଜ ଗସ୍ତ, ବିଏସକେଓ୍ୱାଇ ସ୍ମାର୍ଟ କାର୍ଡ ବଣ୍ଟନର କରିବେ ଶୁଭାରମ୍ଭ
  • ||
  • ୨୬ ଯାଏଁ ଶୁଖିଲା ପାଗ : ଧିରେଧିରେ କମିବ ରାତି ତାପମାତ୍ରା, ସକାଳେ କୁହୁଡି
  • ||
  • ମମିତା ମେହେର ହତ୍ୟା ଘଟଣା : ଭୋର୍‌ରେ ଡେମୋ ଦେଖାଇଲା ଅଭିଯୁକ୍ତ ଗୋବିନ୍ଦ ସାହୁ
  • ||

ଆଶ୍ଚର୍ଯ୍ୟ ! ବ୍ୟାଙ୍କରେ ଜମା ରଖିଥିଲେ ୧୪ ଲକ୍ଷ କିନ୍ତୁ ଉଠାଇବା ବେଳେ ଆକାଉଣ୍ଟରେ ଥିଲା ମାତ୍ର ୬୨ ଟଙ୍କା : କିଏ ନେଲା ଟଙ୍କା ?

2/06/2021 at 7:04 PM

ପାଟଣା ୦୨/ ୦୬ : କରୋନା ମହାମାରୀ ମଧ୍ୟରେ ଗୋଟିଏ ପଟେ ଲୋକମାନଙ୍କ ଜୀବିକା ପ୍ରଭାବିତ ହୋଇଛି । ରୋଜଗାର ପନ୍ଥା ଠପ୍‌ ହୋଇଯାଇଛି । ଏହାରି ମଧ୍ୟରେ ବ୍ୟାଙ୍କରେ ସଞ୍ଚିତ ଧନ ମଧ୍ୟ ଅସୁରକ୍ଷିତ ହୋଇପଡିବା ବୋଝ ଉପରେ ନଳୀତା ବିଡା ଭଳି ପରିସ୍ଥିତି ସୃଷ୍ଟି କରିଛି । ବିହାରର ବକ୍ସର ସ୍ଥିତ ଗ୍ରାମୀଣ ବ୍ୟାଙ୍କରେ କୋଟି କୋଟି ଟଙ୍କା ଆତ୍ମସାତ୍‌ ହୋଇଥିବା ଅଭିଯୋଗ ହୋଇଛି । ବ୍ୟାଙ୍କରେ ଜମା କରିଥିବା ଟଙ୍କା କେଉଆଡେ ଉଭାନ ହୋଇଯାଇଛି ।

ଜଣେ କି ଦୁଇ ଜଣ ନୁହେଁ, ବକ୍ସର ଜିଲ୍ଲାର ପଡରୀ ସ୍ଥିତ ଏକ ବ୍ୟାଙ୍କରୁ ଅନେକ ଲୋକଙ୍କର କଷ୍ଟ ଉପାର୍ଜିତ ଟଙ୍କା ଆତ୍ମସାତ୍‌ ହୋଇଛି । ଅର୍ଥାତ ଅବୈଧ ଭୋବ ଲୋକମାନଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଉଠାଯାଇଛି । ଆକାଉଣ୍ଟ ଥିବା ବ୍ୟକ୍ତିମାନଙ୍କୁ ଏବାବଦରେ କୌଣସି ସୂଚନା ମଧ୍ୟ ନାହିଁ କିମ୍ବା ମୋବାଇଲକୁ ମେସେଜ ମଧ୍ୟ ଆସିନାହିଁ ।
ସତୀଶ କୁମାର ନାମକ ଜଣେ ଗ୍ରାହକ କହିଛନ୍ତି ଯେ, ଉକ୍ତ ବ୍ୟାଙ୍କରେ ତାଙ୍କର ମୋଟ ୧୪ ଲକ୍ଷ ଟଙ୍କା ଜମା ଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି ବର୍ତ୍ତମାନ ତାଙ୍କ ଆକାଉଣ୍ଟରେ ମାତ୍ର ୬୨ ଟଙ୍କା ହିଁ ରହିଛି । ବ୍ୟାଙ୍କ ଆକାଉଣ୍ଟରୁ କୌଣସି ଟଙ୍କା ଉଠାଣ କରିନଥିବା ସତୀଶ କହିଛନ୍ତି । ସେହିପରି ଟୁନଟୁନ୍‌ ରାୟ ନାମକ ଜଣେ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ଆକାଉଣ୍ଟରେ ମୋଟ ୩ ଲକ୍ଷ ଟଙ୍କା ଜମା ଥିଲା କିନ୍ତୁ ବର୍ତ୍ତମାନ ତାଙ୍କ ଆକାଉଣ୍ଟରେ ମାତ୍ର ୧୬ ଶହ ଟଙ୍କା ହିଁ ରହିଛି । କେବଳ ଏହି ୨ ଜଣ ନୁହଁନ୍ତି ଅନେକ ଲୋକଙ୍କର ଟଙ୍କା ଏହିଭଳି ଭାବେ ଆତ୍ମସାତ ହୋଇଥିବା ଜଣାପଡିଛି । ଏହି ଘଟଣାରେ ଉକ୍ତ ଶାଖାର ପୂର୍ବତନ ମ୍ୟାନେଜର ରବି କୁମାରଙ୍କ ହାତ ଥିବା ସନ୍ଦେହ କରାଯାଉଛି ।
ଘଟଣାକୁ ନେଇ ବ୍ୟାଙ୍କ କର୍ତ୍ତୃପକ୍ଷ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଉକ୍ତ ବ୍ୟାଙ୍କର ପ୍ରବନ୍ଧକ କହିଛନ୍ତି ଯେ , ଘଟଣାର ତଦନ୍ତ ଆରମ୍ଭ ହୋଇଛି । ଖୁବଶୀଘ୍ର ଘଟଣା ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ।

   Related Posts