ହୀରାକୁଦ ମୁଖ୍ୟ ନଦୀବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ, ବିନା ଟେଣ୍ଡରରେ ଖର୍ଚ୍ଚ ହେଉଛି ଶହ ଶହ କୋଟି ଟଙ୍କା
6/08/2019 at 4:57 PM

ସମ୍ବଲପୁର ୬|୮: ହୀରାକୁଦ ମୁଖ୍ୟ ନଦୀବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ କୋଟି କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ । ବିନା ଟେଣ୍ଡରରେ ଖର୍ଚ୍ଚ ହେଉଛି ଶହ ଶହ କୋଟି ଟଙ୍କା । ହେଲେ ସବୁ ଜାଣି ବି ଅଜଣା ବିଭାଗୀୟ ଅଧିକାରୀ । ଏନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ୍ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ ।
ହୀରାକୁଦ ନଦୀବନ୍ଧ ମରାମତି ଓ ରକ୍ଷଣାବେକ୍ଷଣରେ କୋଟି କୋଟି ଟଙ୍କାର ଦୁର୍ନୀତିର ଗନ୍ଧ । ବିନା ଟେଣ୍ଡରରେ ଖର୍ଚ୍ଚ ହୋଇଛି ଶହ ଶହ କୋଟି ଟଙ୍କା । ମୁଖ୍ୟ ନଦୀବନ୍ଧ, ସ୍ବିସ୍ଗେଟ୍, କ୍ରିଷ୍ଟଗେଟ୍, ୫୦ରୁ ଅଧିକ କ୍ରେନ୍ ସବୁର ମରାମତି ଆଳରେ ପ୍ରତିବର୍ଷ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ଆଉ ଏହି ସବୁ କାମକୁ କିଛି ଅସାଧୁ କର୍ମଚାରୀ ନିଜ ସମ୍ପର୍କୀୟଙ୍କ ନାମରେ ଠିକା ନେଇ କରୁଥିବା ଅଭିଯୋଗ ହୋଇଛି । ବିନା ଟେଣ୍ଡରରେ କିଭଳି କାମ କରାଯାଇ ସରକାରୀ ତହବିଲକୁ ଲୁଟ୍ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ସ୍ଥାନୀୟ ଲୋକେ । ଏନେଇ ନିର୍ବାହୀ ଯନ୍ତ୍ରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଏହାର ଭିଜିଲାନ୍ସ୍ ସ୍ତରୀୟ ତଦନ୍ତ କରିବାକୁ ଦାବି କରିଛନ୍ତି ।
କ୍ୟାମେରା ସାମ୍ନାକୁ ନ ଆସିଲେ ବି ବିନା ଟେଣ୍ଡରରେ କୋଟି କୋଟି ଟଙ୍କା ଖର୍ଚ୍ଚକୁ ମାନିଛନ୍ତି କିଛି କର୍ମଚାରୀ । ତେବେ ଏନେଇ ହୀରାକୁଦ ମୁଖ୍ୟନଦୀବନ୍ଧ ଯୋଜନାର ନିର୍ବାହୀ ଯନ୍ତ୍ରୀ କ’ଣ କହୁଛନ୍ତି ଦେଖନ୍ତୁ ।
୨୦ବର୍ଷ ଧରି ସରକାରୀ ତହବିଲକୁ ଏଭଳି ଲୁଟ୍ କରାଯାଉଥିବା ବେଳେ ନା’ ଏହାର କୌଣସି ଅଡିଟ୍ ହେଉଛି ନା କୌଣସି ତଦନ୍ତ ହେଉଛି । ଫଳରେ ମିଲିଭଗତ୍ରେ ଚାଲିଛି ଦୁର୍ନୀତି । ଯାହାର ତୁରନ୍ତ ଯାଂଚ କରିବା ସହ ଦୁର୍ନୀତିଗ୍ରସ୍ତ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଛି ।