ଫିଲ୍ମ ଆଦିପୁରୁଷ ସେଟରେ ଅଗ୍ନିକାଣ୍ଡ ଯୋଗୁଁ କୋଟିଏ ଟଙ୍କାର କ୍ଷତି: ସବୁ ସତର୍କତା ସତ୍ତ୍ୱେ କେମିତି ଲାଗିଲା ନିଆଁ, ହୋଇଥିଲା କି ଷଡଯନ୍ତ୍ର ?
3/03/2021 at 1:04 PM

ମୁମ୍ବାଇ ୦୩/୦୩ : ପ୍ରଭାସ ଓ ସୈଫ ଅଲି ଖାନଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ବହୁତ ଚର୍ଚ୍ଚା ହେଉଛି। କିଛି ଦିନ ପୂର୍ବରୁ ସୁଟିଂ ସେଟରେ ନିଆଁ ଲାଗିଯାଇଥିଲା ଓ ସେଟ୍ ପୁରା ଜାଳି ଯାଇଥିଲା। ଫିଲ୍ମ ନିର୍ମାତାଙ୍କର ଅନେକ କ୍ଷୟକ୍ଷତି ହୋଇଥିଲା। ଫିଲ୍ମ ନିର୍ମାତାଙ୍କର ପାଖାପାଖି କୋଟିଏ ଟଙ୍କା କ୍ଷତି ହୋଇଥିଲା। ତେବେ ଏହି ଅଗ୍ନିକାଣ୍ଡରେ କେହି ଆହତ ହୋଇନଥିଲେ। ଘଟଣା ପଛରେ କାହାର ଷଡଯନ୍ତ୍ର ଥାଇପାରେ ବୋଲି ସନ୍ଦେହ କରାଯାଉଛି।

ଏହି କ୍ଷତି ପରେ ଏବେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠିଛି ଯେ ଏତେ ସତର୍କତା ସତ୍ତ୍ୱେ ଫିଲ୍ମ ସେଟରେ ନିଆଁ କେମିତି ଲାଗିଲା ? ଏକ ସୂତ୍ରରୁ ଖବର ସାମ୍ନାକୁ ଆସିଛି ଯେ ଫିଲ୍ମ ୟୁନିଟର ଜଣେ ସଦସ୍ୟ କହିଛନ୍ତି ଯେ ଏଥିରେ କାହାର ଷଡଯନ୍ତ୍ର ରହିଛି। ସୂତ୍ରରେ କୁହାଯାଇଛି ଯେ କୌଣସି ଅଘଟଣ ନ ହେବାକୁ ସବୁ ପ୍ରକାର ସତର୍କତା ଉପାୟ କରାଯାଇଛି। ତଥାପି ନିଆଁ କେମିତି ଲାଗିଲା। ଫିଲ୍ମକୁ ନେଇ ସୈଫ ଅଲି ଖାନଙ୍କ ଏକ ବୟାନକୁ ନେଇ ଉଠିଥିବା ବିବାଦ ଯୋଗୁଁ ଏହିସବୁ ଘଟଣା ଘଟିଥିବା ସନ୍ଦେହ କରାଯାଉଛି।

ସୈଫ ଅଲି ଖାନ କହିଥିଲେ ଯେ, ଏହି ଫିଲ୍ମରେ ଲଙ୍କାପତି ରାବଣର ମାନବିକତା ଦିଗ ଦେଖାଇବାକୁ ଚେଷ୍ଟା କରାଯାଇଛି। ଫିଲ୍ମ ସୁଟିଂର ପ୍ରଥମ ଦିନ ଘଟିଥିବା ଦୁର୍ଘଟଣାକୁ ନେଇ ମୁଖପାତ୍ର କହିଛନ୍ତି ଯେ ଆଦିପୁରୁଷ ସେଟରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା ଘଟିଛି। ତେବେ କେହି ଆହତ ହୋଇନାହାନ୍ତି। ମୁମ୍ବାଇ ପୋଲିସ ଓ ଅଗ୍ନିଶମ ବିଭାଗର ସାହାଯ୍ୟ ପାଇଁ ସେ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଫେବୃଆରୀ ୨ ତାରିଖ ସନ୍ଧ୍ୟା ୪ଟା ସମୟରେ ହଠାତ ସେଟରେ ନିଆଁ ଲାଗିଯାଇଥିଲା। ସୂଚନା ପାଇ ମୁମ୍ବାଇ ପୋଲିସ ଓ ଅଗ୍ନିଶମ ବିଭାଗ ତୁରନ୍ତ ସେଟରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଫଳରେ କେହି ଆହତ ହୋଇନଥିଲେ। କିନ୍ତୁ ସେଟର ପ୍ରାୟ କୋଟିଏ ଟଙ୍କାର କ୍ଷତି ହୋଇଥିଲା।

ଫିଲ୍ମ ସେଟରେ ନିଆଁ ଲାଗିଥିବା ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଛି। ପ୍ରଥମ ଦିନ ଅଭିନେତା ପ୍ରଭାସ ଓ ସୈଫ ଅଲି ଖାନ ସେଟରେ ଉପସ୍ଥିତ ନଥିଲେ।