ମାଲକାନଗିରିରେ ନିଆଁରେ ଜଳିଗଲା ୫ଏକର ଫସଲ ; ଚାଷୀ ମୁଣ୍ଡରେ ଚଡକ

Published By : Prameya-News7 Bureau | November 21, 2018 IST

ମାଲକାନଗିରି ୨୧|୧୧:  ନିଆଁର ଜଳିଗଲା ଫସଲ । ଧାନ ଅମଳ ବେଳେ କିଆରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଫସଲ ସମେତ ଟ୍ରାକ୍ଟର ଓ ଧାନ ଅମଳ କରୁଥିବା ମେସିନ ଜଳି ପୋଡି ପାଉଁଶ ହୋଇଯାଇଛି । ମାଲକାନଗିରି ଜିଲ୍ଲା କୋରକୋଣ୍ଡା ବ୍ଲକ୍ ଅନ୍ତର୍ଗତ ଏମଭି୫୧ ଗାଁରେ ଆଜି ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ସୂଚନା ଅନୁସାରେ ଆଜି ଏମଭି୫୧ ଗାଁର ଦିଲ୍ଲୀପ ମଣ୍ଡଳ ନାମକ ଜଣେ ଚାଷୀ ନିଜର ୫ଏକର ଜମିରେ ଧାନ ଅମଳ କରୁଥିବା ସମୟରେ ଟ୍ରାକ୍ଟରେର ହଠାତ୍ ନିଆଁ ଲାଗିଯାଇଥିଲା । ଏଥିରୁ ନିଆଁ ସମ୍ପୂର୍ଣ୍ଣ ଧାନ ଜମିକୁ ବ୍ୟାପିଯାଇଥିଲା । ଧାନ କ୍ଷେତ ଓ ଗୋଟିଏ ଟ୍ରାକ୍ଟର ସମେତ ଧାନ ଅମଳ କରୁଥିବା ମେସିନ୍ ମଧ୍ୟ ଜଳିଯାଇଛି । ଦିଲ୍ଲୀପଙ୍କ କ୍ଷେତରେ ନିଆଁ ଲାଗିଥିବା ଦେଖି ଅନ୍ୟ ଚାଷୀ ମାନେ ଦମକଳ କେନ୍ଦ୍ରକୁ ଫୋନ୍ କରିବାରୁ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ  । ମାତ୍ର ୫ଏକର ଧାନ କ୍ଷେତକୁ ରକ୍ଷା କରାଯାଇପାରିନଥିଲା । ତେବେ ଲକ୍ଷାଧିକ ଟଙ୍କାର ଫସଲ ନଷ୍ଟ ହେବା ଦେଖି ଏମଭି୫୧ ଗ୍ରାମର ଚାଷୀମାନେ ସରକାରଙ୍କ ପକ୍ଷରୁ ଆର୍ଥିକ ସହୟତା ଦାବି କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.