ବାତ୍ୟା ଜୱାଦ ପ୍ରଭାବରେ କାକଟପୁର, ଗୋପ ବ୍ଲକ ଅଞ୍ଚଳରେ ଚାଷ ଖେତ ଜଳମଗ୍ନ, ଜଳ ଯିବାକୁ ଚାଷୀ କରୁଛନ୍ତି ବାଟ

Published By : Prameya-News7 Bureau | December 06, 2021 IST

କୋଣାର୍କ, ୦୬।୧୨: ବାତ୍ୟା ଜୱାଦ ପ୍ରଭାବରେ ଏବେ କାକଟପୁର ଓ ଗୋପ ବ୍ଲକ ଅଞ୍ଚଳରେ ହଜାର ହଜାର ଏକର ଚାଷ ଜମି ଏବେ ବର୍ଷା ଜଳରେ ବୁଡିରହିଛି l କାକଟପୁର ବ୍ଲକରେ ସର୍ବାଧିକ ୧୧୭ ମିଲିମିଟର  ବର୍ଷା ହୋଇଥିଲା ବେଳେ ଏବେ ଅନେକ ଚାଷ ଜମି ଉଜୁଡିଯିବା ଅବସ୍ଥାରେ ରହିଛି l କାକଟପୁରର ନାସିକେଶ୍ୱର, ବାଙ୍ଗୁରିଗାଁ, ଅବଦାନ ଏବଂ କୋଣାର୍କ NAC ଅଞ୍ଚଳର ଧାନ ଚାଷ ଜମି ସମ୍ପୂର୍ଣ୍ଣ ବର୍ଷା ପାଣିରେ ବୁଡି ରହିଥିବା ବେଳେ ଗୋପ ବ୍ଲକର ବେଦପୁର, ଅଚୁତପୁର, ବନାଖଣ୍ଡି, ମହାଲପଡା ପଞ୍ଚାୟତରେ ବର୍ଷା ପାଣି ନିଷ୍କାସନ ହୋଇ ପାରୁ ନାହିଁ l

କାକଟପୁର ଏବଂ ଗୋପ ବ୍ଲକର ଅନେକ ପଞ୍ଚାୟତର ବନ୍ୟା ଓ ବର୍ଷା ଜଳ ସଫେଇ ନାଳ ମାଧ୍ୟମରେ କାଦୁଆ ନଦୀକୁ ଯାଇଥାଏ l କିନ୍ତୁ ସଫେଇ ନାଳରେ ପାଣି ନଯାଉଥିବାରୁ ଅନେକ ପଞ୍ଚାୟତର ଚାଷୀ ମାନେ ନିଜେ ନାଳ ସଫା କୁରୁଛନ୍ତି l କାରଣ, ଜଦି ନାଳ ସଫା ହୋଇଯାଏ ତେବେ ପାଣି ଶୀଘ୍ର ଧାନ ବିଲରୁ ଛାଡ଼ିଯିବ କିଛିଟା ଧାନ ପାଇଯିବୁ ବୋଲି ଚାଷୀ କୁହନ୍ତି l

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.