ବର୍ଷା ଯୋଗୁଁ ବରଗଡ ଜିଲ୍ଲାରେ ଭିଜିଲା ହଜାର ହଜାର ବସ୍ତା ଧାନ

Published By : Prameya-News7 Bureau | December 18, 2018 IST

ବରଗଡ ୧୮|୧୨: ବର୍ଷା ଯୋଗୁଁ ବରଗଡ଼ ଜିଲ୍ଲାରେ ଭିଜିଲା ହଜାର ହଜାର ବସ୍ତା ଧାନ । ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ଚାଲିଥିବା ବେଳେ ଗତକାଲିଠାରୁ ‘ପେଥାଇ’ ବାତ୍ୟାରେ ପ୍ରଭାବିତ ହୋଇଛି ଧାନ ସଂଗ୍ରହ ପ୍ରକ୍ରିୟା। ବିକ୍ରି ପାଇଁ ଏବେ ଚାଷୀ ଖଳା, ମଣ୍ଡି, ମାର୍କେଟ ୟାର୍ଡ ମାନଙ୍କରେ ଧାନ ଗଦା କରି ରଖିଛି । ଧାନ ବିକ୍ରି ପାଇଁ ସରକାର ବସ୍ତା ପିଛା ୨ ଟଙ୍କା ଲେଖାଏଁ ମାର୍କେଟିଂ ଫିସ୍ ନେଉଛନ୍ତି, ହେଲେ ଦୈବି ଦୁର୍ବିପାକରୁ ଧାନକୁ ସୁରକ୍ଷା ପାଇଁ କୌଣସି ପଦକ୍ଷେପ ନିଆଯାଉନି ।

ଅଦିନିଆ ବର୍ଷାରେ ଧାନ ଭିଜୁଥିବାବେଳେ ଏବେ ମିଲର କଟନୀ ଛଟଣି କରିବେ । ଏହାଦ୍ବାରା ଚାଷୀ ସିଧାସଳଖ କ୍ଷତିଗ୍ରସ୍ତ ହେବା ସହ ଅଣ୍ଡରରେଟର ଶିକାର ହେବା ଆଶଙ୍କା ରହିଛି । ବର୍ଷାରେ ଧାନ ଓଦା ହୋଇ ଗଜା ହୋଇଗଲେ ଏହାକୁ ମିଲର ମାନେ କିଣିବେ ନାହିଁ ବୋଲି ଚାଷୀ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.