Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିଜେପିକୁ ତିର୍ତ୍ତୋଲବାସୀ ନିଶ୍ଚୟ ଜିତାଇବେ ଏବଂ ପ୍ରଧାନମନ୍ତ୍ରୀଙ୍କ ହାତମୁଠାକୁ ଟାଣ କରିବେ- ଧର୍ମେନ୍ଦ୍ର
  • ||
  • PL 2020: ଗର୍ଜିଲା କ୍ରିସ୍ ଗେଲଙ୍କ ବ୍ୟାଟ୍, ରାଜସ୍ଥାନ ସମ୍ମୁଖରେ ୧୮୬ ରନର ବିଜୟ ଲକ୍ଷ୍ୟ ରଖିଲା କିଙ୍ଗ୍ସ ଏକାଦଶ ପଞ୍ଜାବ
  • ||
  • ଅଟୋକୁ ଧକ୍କା ଦେଲା କାର୍, ଜଣେ ମୃତ, ୪ ଗୁରୁତର
  • ||
  • ବାଇକ୍ ସହ ଧକ୍କା ହୋଇ ରାସ୍ତା କଡକୁ ଖସିଲା ବସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ସେନେଗଲ୍‌ ଉପକୂଳ ସମୁଦ୍ରରେ ବୁଡ଼ିଗଲା ଶରଣାର୍ଥୀଙ୍କ ଡଙ୍ଗା: ୧୪୦ ଜଣଙ୍କ ମୃତ୍ୟୁ, ବଞ୍ଚିଗଲେ ୬୦
  • ||
  • ରାଜଧାନୀରୁ ଆଉ ୮୭ କରୋନା ଆକ୍ରାନ୍ତ ଚିହ୍ନଟ, ସୁସ୍ଥ ହେଲେ ୨୩୭
  • ||
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||

‘ପେଥାଇ’ ପ୍ରଭାବରେ ରାଜ୍ୟରେ ବର୍ଷ। ; ବିଲ, ଖଳା ଓ ମଣ୍ଡିରେ ଭିଜୁଛି ଧାନ, ଚିନ୍ତାରେ ଚାଷୀ

17/12/2018 at 12:08 PM

କଳାହାଣ୍ଡି ୧୭|୧୨: ‘ପେଥାଇ’ ପ୍ରଭାବରେ କଳାହାଣ୍ଡି ଜିଲ୍ଲାରେ ଗତକାଲିଠାରୁ ଝିପି ଝିପି ବର୍ଷ। ଲାଗି ରହିଛି । ଫଳରେ ଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଅମଳ ଧାନ ବିଲ ଓ ଖଳାରେ ଭିଜୁ ଥିବା ବେଳେ ସରକାରୀ ମଣ୍ଡିମାନଙ୍କରେ ବିକ୍ରି ପାଇଁ ନେଇଥିବା ଧାନ ବର୍ଷ। ପାଣିରେ ଭିଜୁଛି । ଯଦିଓ ପାଣିପାଗ ବିଭାଗର ପୁର୍ବ।ନୁମାନ ପାଇଁ ଜିଲ୍ଲା ପ୍ରଶାସନ ଖୋଲା ଆକାଶ ତଳେ ଚାଲିଥିବା ମଣ୍ଡିମାନଙ୍କ ଧାନ ସବୁ କ୍ରୟ କରି ପରିବହନ କରିଛି। ହେଲେ ବି ଧର୍ମଗଡ ସବ୍ ଡିଭିଜନର ଆନେକ ମଣ୍ଡିରେ ଗଚ୍ଛିତ ଧାନ ବର୍ଷ। ପାଣିରେ ଭିଜିବାର ଦେଖିବାକୁ ମିଳୁଛି । ମଣ୍ଡିମାନଙ୍କରେ ଧାନର ମାନକୁ ନେଇ କଟନୀ କରାଯାଉଥିବା ବେଳେ ବର୍ତ୍ତମାନ ବର୍ଷ। ଭିଜାଧାନକୁ ନେଇ ଶୋଷଣ ଚରମ ସୀମା ଅତିକ୍ରମ କରିବ ବୋଲି ଚାଷୀ ଚିନ୍ତାରେ ।

ସେପଟେ ସମ୍ବଲପୁରରେ ମଧ୍ୟ ବର୍ଷା ହେଉଛି । ଆଜି ସକାଳୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝିପି ଝିପି ବର୍ଷା ଲାଗି ରହିଛି । ବିଲରେ  ଧାନ କଟା ହୋଇ ବିଲରେ ପଡିଛି ତ କେଉଁଠି ଖଳାରେ ଧାନ ଗଦା ହୋଇଛି । ଏପଟେ ଲଘୁଚାପ ଜନିତ ବର୍ଷାରେ କୁଚିଣ୍ଡା, ଜମନକିରା, ତାଲବ, ମାନେଶ୍ବର ଧାନମଣ୍ଡିରେ ଏବେ ମଧ୍ୟ ଖୋଲା ଆକାଶ ତଳେ ଧାନ ରହିଥିବାରୁ ବର୍ଷାରେ ଶହଶହ ବସ୍ତା ଧାନ ଭିଜି ଯାଇଛି। ଫଳରେ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛି । ପୁର୍ବରୁ ମିଲ୍ ମାଲିକମାନେ ପ୍ରତିବସ୍ତା ଧାନରେ ୩ରୁ ୮କେଜି କଟନୀ କରୁଥିବା ବେଳେ, ଏବେ ଓଦା ଧାନ ଚାଷୀ କେଉଁଠି ବିକ୍ରି କରିବ ତାକୁ ନେଇ ଚିନ୍ତାରେ ପଡିଯାଇଛି ।

   Related Posts